ଦେଶ ବିଦେଶ

ଆଖି ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ଆପଣଙ୍କର ଏହି ସବୁ ଅଭ୍ୟାସ, ଶୀଘ୍ର ହୋଇଯାଆନ୍ତୁ ସାବଧାନ୍

ବିନା ଅଙ୍ଗପ୍ରତ୍ୟଙ୍ଗରେ ମଣିଷ ଜୀବନ ଅସମ୍ଭବ। କୌଣସି ଅଙ୍ଗ ଯଦି ଅକାମୀ ହୋଇଯାଇଥାଏ ତେବେ ମଣିଷ ଜଣଙ୍କ ଉପରେ ନିର୍ଭର କରିବା ସ୍ବଭାବିକ୍ । ବିନା ସାହାର୍ଯ୍ୟରେ କୌଣସି କାମ କରିବା ତା ପାଇଁ ସାଧାରଣ ମଣିଷ ତୁଳନାରେ କଷ୍ଟସାଧ୍ୟ ହୋଇଥାଏ । ତେଣୁ ମଣିଷକୁ ନିଜ ଶରୀର ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ତେବେ ଏସବୁ ଭିତରେ ମଣିଷ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଭିତରୁ ଚକ୍ଷୁ ବା ଆଖି ହେଉଛି ଅନ୍ୟତ୍ତମ ।

eye
Woman eyes

ବିନା ଚକ୍ଷୁରେ ଜୀବନ ରଙ୍ଗ ହୀନ ତୁଳି ସହିତ ସମାନ ହୋଇଥାଏ । ଆଖି ବିନା ଦୈନନ୍ଦିନ କାର୍ଯ୍ୟ ସଂପାଦନ କରିବାରେ ସମସ୍ୟା ହୋଇଥାଏ । ତେଣୁ ଯେଉଁମାନଙ୍କ ଦୃଷ୍ଟି ଶକ୍ତି ନାହିଁ ସେମାନଙ୍କ ଆତ୍ମବିଶ୍ବାସକୁ ମାନିବାକୁ ପଡିବ ଯେ କିଭଳି ଭାବେ ସେମାନେ ନିଜକୁ ଅନ୍ୟମାନଙ୍କ ଭିତରେ ତାଳ ଦେଇ ଆଗକୁ ବଢାଉଛନ୍ତି । ତଥାପି ଏହାପରେ ମଧ୍ୟ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି ପରିପେକ୍ଷୀରେ ସାଧାରଣ ଲୋକ ମଧ୍ୟ ନିଜ ଆଖିକୁ ନେଇ ବିଶେଷ ସତର୍କ ରହିବା ଉଚିତ୍ । ବିଶେଷ ଭାବେ ଆପଣଙ୍କ ଖରାପ ଅଭ୍ୟାସ ହିଁ ଆପଣଙ୍କ ଆଖିକୁ କ୍ଷତି ପହଁଚାଇଥାଏ।

ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ଆପଣଙ୍କ ଆଖି ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ :

eyes-testଖରାରେ ବିନା ସନଗ୍ଳାସ୍ ରେ ବାହାରକୁ ବାହାରିବା

କଣ୍ଟାକ୍ଟ ଲେନ୍ସ ବହୁତ ସମୟ ଯାଏଁ ପିନ୍ଧିବା

ପୁରୁଣା କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବା

make up ଏକ୍ସପାୟାର ହୋଇଯାଇଥିବା ଆଖି ମେକଅପ୍ ବ୍ୟବହାର କରିବା

ସିଗାରେଟ୍ ଟାଣିବା ଦ୍ବାରା ଧୀରେ ଧୀରେ ଦୃଷ୍ଟି ଶକ୍ତି ହ୍ରାସ ହୋଇଥାଏ

ବେଶି ସମୟ ଧରି ମୋବାଇଲ ଓ ଲ୍ୟାପଟପ୍ ଦେଖିବା

ବିନା ଡାକ୍ତରଙ୍କ ପରାମର୍ଶରେ ଆଇ ଡପ୍ ପକାଇବା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button