ଶୁଖିଲା ନଡିଆ ଖାଇଲେ ଗର୍ଭବତୀଙ୍କୁ ମିଳିଥାଏ ଅନେକ ଫାଇଦା , ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ

ମହିଳା ମାନେ ଗର୍ଭବତୀ ସମୟରେ ବିଶେଷ ଧ୍ୟାନ ରଖିଥାନ୍ତି କାରଣ ତାଙ୍କର ଗର୍ଭରେ ବଢ଼ୁଥିବା ଛୁଆ ସୁସ୍ଥ ହୋଇ ଜନ୍ମ ହେଉ। ଅନେକ ଧ୍ୟାନ ରଖିବା ସତ୍ତ୍ବେ ମହିଳା ମାନେ ଅନେକ ପ୍ରକାରର ସମସ୍ୟାରେ ଘେରି ରହିଥାନ୍ତି। ଯେଉଁଥିରେ ପାଦ ଫୁଲିବା ଏକ ବଡ ସମସ୍ୟା। ଗର୍ଭବତୀ ସମୟରେ ଘରର ବୟଷ୍କ ବ୍ୟକ୍ତି ମାନେ ଶୁଖିଲା ନଡିଆ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ଆସନ୍ତୁ ଜାଣିବା କାହିଁକି ଶୁଖିଲା ନଡିଆ ଗର୍ଭବତୀ ସମୟରେ ଖାଇବାକୁ ପରାମର୍ଶ କରାଯାଇଥାଏ।
ବ୍ରେଷ୍ଟ ମିଲ୍କ
ଗର୍ଭବତୀ ସମୟରେ ଶୁଖିଲା ନଡିଆ ଖାଇବା ଦ୍ବାରା ବ୍ରେଷ୍ଟ ମିଲ୍କ ଅଧିକ ହୋଇଥାଏ। କେବଳ ଏତିକି ନୁହେଁ ଏହା ଦ୍ବାରା କ୍ଷୀରରେ ପୃଷ୍ଟିକତାରେ ମଧ୍ୟ ବ୍ରୁଦ୍ଧି ହୋଇଥାଏ। ଯାହା ପିଲାଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ।
ରକ୍ତହୀନତାର ଅଭାବ ଦୂର
ଗର୍ଭବତୀ ସମୟରେ ଶୁଖିଲା ନଡିଆ ତେଲ ଖାଇବା ଦ୍ବାରା ମହିଳା ମାନଙ୍କ ଠାରେ ରକ୍ତହୀନତାର ଅଭାବ ଦୂର ହୋଇଥାଏ।
ଏସିଡିଟି
ପ୍ରାୟ ସମୟରେ ଦେଖାଯାଏଯେ ଗର୍ଭବତୀ ମହିଳାଙ୍କର ଏସିଡିଟିର ସମସ୍ୟା ହୋଇଥାଏ। ଯଦି ଆପଣଙ୍କୁ ମଧ୍ୟ ଏମିତି କିଛି ସମସ୍ୟା ହେଉଥାଏ ତେବେ ଏହା ଠାରୁ ମୁକ୍ତି ପାଇବା ପାଇଁ ଶୁଖିଲା ନଡିଆ ଖାଇବା ଆବଶ୍ୟକ।
ପାଦ ଫୁଲିବା
ଗର୍ଭବତୀ ସମୟରେ ମହିଳା ମାନଙ୍କର ଏକ ବଡ ସମସ୍ୟା ହେଉଛି ପାଦ ଫୁଲିବା। ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ଶୁଖିଲା ନଡିଆ ଖାଇବା ଆବଶ୍ୟକ।



