ସ୍ୱାସ୍ଥ୍ୟ

ହୋଲିରେ ସ୍ବାସ୍ଥ୍ୟକୁ କରନ୍ତୁ ନାହିଁ ଅଣଦେଖା, ଅସଲି ବା ନକଲି ରଙ୍ଗ ଏପରି କରନ୍ତୁ ଚିହ୍ନଟ

ରଙ୍ଗର ପର୍ବ ହୋଲିରେ ରଙ୍ଗର ଖୁବ ମହତ୍ତ୍ବ ରହିଥାଏ। କିନ୍ତୁ ବଜାରରେ ମିଳିଥିବା ନକଲି ଏବଂ କେମିକାଲ ରଙ୍ଗ ଆପଣଙ୍କ ତ୍ବଚାକୁ ଖରାପ କରିବା ସହ ସ୍ବସ୍ଥ୍ୟାକୁ ମଧ୍ୟ ହାନି ପହଞ୍ଚାଇଥାଏ। ବଜାରରେ ହର୍ବାଲ ନାମରେ ଅନେକ କେମିକାଲ ରଙ୍ଗ ମିଳିଥାଏ। କିନ୍ତୁ କିଛି ସହଜ ପକ୍ରିୟା ଅବଲମ୍ବନ କରି ଆପଣ ଅସଲି ଏବଂ ନକଲି ରଙ୍ଗ ମଧ୍ୟରେ ଫରକ ଜାଣିପାରିବେ।

holi 2

-ରଙ୍ଗ କଣିବା ସମୟରେ ସବୁବେଳେ ଭଲ ବ୍ରାଣ୍ଡର ରଙ୍ଗ କିରନ୍ତୁ। ଯଦି ଖୋଲାରେ ମିଳୁଥିବା ରଙ୍ଗ କିଣୁଛନ୍ତି ତେବେ କିଣିବା ସମୟରେ ତାହାକୁ ଶୁଙ୍ଘିନ୍ତୁ। ଦେଖନ୍ତୁ ସେଥିରୁ କୌଣସି ପ୍ରକାରର ପେଟ୍ରୋଲ ଅଥବା କେମିକାଲର ଗନ୍ଧ ଆସୁନାହିଁ ତ।

-ରଙ୍ଗ କିଣିବା ସମୟରେ କିଛି ରଙ୍ଗକୁ ନେଇ ପ୍ରଥମେ ପାଣିରେ ମିଶାନ୍ତୁ। ଯଦି ପାଣିରେ ରଙ୍ଗ ମିଳେଇ ହୋଉନାହିଁ ତେବେ ସେଥିରେ କେମିକାଲ ରହିଥାଏ ବୋଲି ଜାଣନ୍ତୁ।

-ରଙ୍ଗ କିଣିବା ସମୟରେ ସେଥିରେ କୌଣସି ପ୍ରକାରର ଚମକିଲା ପଦାର୍ଥ ରହିନାହିଁ ତାହା ପରୀକ୍ଷା କରି ଦେଖନ୍ତୁ। କାରଣ ପ୍ରାକ୍ରୁତିକ ରଙ୍ଗରେ କୌଣସି ଚମକ ରହିନଥାଏ ଏଥିସହ ଏହା ଡ଼୍ରାକ୍ ରଙ୍ଗର ହୋଇନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button