ଦେଶ ବିଦେଶ

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ବଢ଼ୁଛି ଗିରଫଦାରୀ, ୧୨ ଜଣ ଗିରଫ

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ବଢ଼ୁଛି ଗିରଫଦାରୀ । ଏପର୍ଯ୍ୟନ୍ତ ୧୨ ଜଣ ଗିରଫ ହେଲେଣି । ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗିରଫ ପରେ ଗିରଫଦାରୀ ବଢ଼ିଛି । ପଞ୍ଜାବ ଓ ହରିଆଣାରୁ ଆଉ ୩ ଜଣ ଗିରଫ ହୋଇଛନ୍ତି । ପଞ୍ଜାବରୁ ସୁଖପ୍ରୀତ ସିଂ କଣବୀର ସିଂ ଗିରଫ ହୋଇଥିବା ବେଳେ ପହରିଆଣାରୁ ମହମ୍ମଦ ନାମକ ବ୍ୟକ୍ତିକୁ ଗିରଫ କରିଛି ପୋଲିସି । ତା ଠାରୁ ଶୀର୍ଷା ଏୟାରବେସ୍ ର ଫଟୋ,ଭିଡିଓ ଜବତ ହୋଇଛି । ସେହିପରି ଉତ୍ତର ପ୍ରଦେଶରୁ ଶହାଜାଦ ୱାହାବକୁ ଗିରଫ କରିଛି ପୋଲିସ ।

ସେପଟେ ଜ୍ୟୋତି ମାଲହୋତ୍ରାଙ୍କୁ ମାରାଥନ ଜେରା ଚାଲିଛି । ତାଙ୍କ ଠାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେଉଛି । ବ୍ଳାକ୍ ଆଉଟ ବେଳେ ବି ପାକିସ୍ତାନକୁ ସୂଚନା ଦେଉଥିଲେ ୟୁଟ୍ୟୁବର ଜ୍ୟୋତି । ୨୦୨୩ରେ ପ୍ରଥମ ଥର ପାଇଁ ପାକିସ୍ତାନ ଲିଙ୍କରେ ଆସିଥିଲେ ଜ୍ୟୋତି । ୧୦ ଦିନିଆ ଭିସା ପାଇଥିଲେ ପାକିସ୍ତାନ ଯିବାକୁ । ଏହା ପରେ ସେ ଏକାଧିକ ଥର ପାକିସ୍ତାନ ଯାଇଛନ୍ତି । ପରେ ପାକିସ୍ତାନ ପାଇଁ ସେ ଏକ ଆସେଟ ପାଲଟି ଯାଇଥିଲେ । ସେ ସବୁର ଖୋଳତାଡ଼ ଚାଲିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button