ନୀତି

ଭଗବାନ କୃଷ୍ଣ କହିଛନ୍ତି ଏହି ୫ ଟି ଭୁଲ ମଣିଷକୁ ଗରୀବ କରିଥାଏ ସେ କେବେବି ଧନୀ ହୋଇପାରେ ନାହିଁ

କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଗରିବ ହେବାର କାରଣ ଆପଣଙ୍କ କିଛି ଅଭ୍ୟାସ ପାଇଁ ହୋଇଥାଏ । କିଛି ବଦ ଅଭ୍ୟାସ ପାଇଁ ଆପଣଙ୍କ ପାଖରେ ପଇସା ରହେ ନାହିଁ । ଏମିତି କୁହନ୍ତି କି ଭଗବାନ୍ ଲକ୍ଷ୍ମୀ କୌଣସି ଗୋଟେ ବ୍ୟକ୍ତି ବା ଗୋଟେ ସ୍ଥାନ ରେ ରହିନଥାନ୍ତି । ସେଥିପାଇଁ ତାଙ୍କର ପ୍ରସନ୍ନ ରହିବ ଅତ୍ୟନ୍ତ ଜରୁରୀ ଅଟେ । କାରଣ ଯେଉଁଠି ଲକ୍ଷ୍ମୀ ରୁହନ୍ତି ନାହିଁ ସେଠି ଦରିଦ୍ରତା ବଢ଼ିଥାଏ ଯାହା ଆଜି ର ଯୁଗରେ ମଣିଷର ଚିନ୍ତା ର ପ୍ରଥମ କାରଣ । ତେବେ ଚାଲନ୍ତୁ ଜାଣିବା ସେହି ବଦ ଅଭ୍ୟାସ ବା ଭୁଲ୍ ଯାହା ଦ୍ଵାରା ଦରିଦ୍ରତା ବଢ଼ିଥାଏ ।

ଭଗବାନ୍ କୃଷ୍ଣ କହିଛନ୍ତି ଯେଉଁ ଲୋକ ଙ୍କୁ ଆଇଁଠା ଖାଇବା ଛାଡ଼ିବାର ଅଭ୍ୟାସ ଅଛି ଏବଂ ସେହି ଖାଦ୍ୟ କୁ ଫୋପାଡିବାର ଅଭ୍ୟାସ ଅଛି ସେହି ଘରେ ମା ଲକ୍ଷ୍ମୀ ଙ୍କୁ ଅପମାନ ହୋଇଥାଏ ଏବଂ ମା ଲକ୍ଷ୍ମୀ ଚାଲିଯାଇଥାନ୍ତି । ଏବଂ ବ୍ୟକ୍ତି କୁ ପଇସା ର ଅଭାବ ହୋଇଥାଏ ସେଥିପାଇଁ ଖାଦ୍ୟ କେବେ ବି ଛାଡ଼ିବା କଥା ନୁହଁ ।

ସୂର୍ଯ୍ୟ ଅସ୍ତ ପରେ ଘରେ କେବେ ବି ଝାଡୁ କରିବା କଥା ନୁହଁ । ଏମିତି କରିବା ଅଶୁଭ ବୋଲି କୁହାଯାଇଥାଏ । ଯଦି ଆପଣ ସୂର୍ଯ୍ୟ ଅସ୍ତ ପରେ ଝାଡୁ କରୁଛନ୍ତି ତେବେ ଆପଣ ଘର ସଫା କରୁନାହାନ୍ତି ବରଂ ନିଜ ଖୁସି କୁ ସଫା କରୁଛନ୍ତି ବୋଲି ଜାଣିଥାନ୍ତୁ ।

ଯଦି ଘରେ ଚପଲ ଓଲଟା ପଡିଛି ବା ଖେଳା ହୋଇ ପଡିଛି ତେବେ ଦେଖିବା ମାତ୍ରେ ହିଁ ସଜାଡିନିଅନ୍ତୁ । କାରଣ ଏହା ଅତ୍ୟନ୍ତ ଅଶୁଭ ବୋଲି କୁହାଯାଏ ।

ଯେଉଁ ଘରେ କ୍ଷୀର ଉତୁରିକି ପଡ଼ିଥାଏ ସେଠି ଖାରବ ସମୟ ଆସିଥାଏ । ଏମିତି ସ୍ଥିତି ରେ ଘରର ସଦସ୍ୟ ଙ୍କୁ ବହୁତ ଖରାପ ସ୍ଥିତି କୁ ସାମ୍ନା କରିବାକୁ ପଡ଼ିଥାଏ । ବହୁତ୍ ଲୋକ ଜାଣିଥିବେ କି କ୍ଷୀର ଉତୁରିବା ଶୁଭ ବୋଲି କିନ୍ତୁ ପ୍ରତିଦିନ କ୍ଷୀର ଉତୁରିବ ବହୁତ୍ ଅଶୁଭ ।

ଯେଉଁ ମାନେ ତୁଳସୀ ଗଛ କୁ ସବୁ ଦିନ ପାଣି ଦେଇଛନ୍ତି ମନେ ରଖନ୍ତୁ ରବିବାର ଦିନ ତୁଳସୀ ଗଛରେ ପାଣି ଦେବା କଥା ନୁହଁ । ଏବଂ ସବୁବେଳେ ତୁଳସୀ ଗଛ ର ଚାରି ପାଖ ସଫା ସୁତୁରା ରଖନ୍ତୁ କାରଣ ସଫା ସୁତୁରା ନ ରହିଲେ ମା ତୁଳସୀ ଙ୍କୁ ଅପମାନ ହୋଇଥାଏ ।

ଯେଉଁ ଘରେ ସବୁବେଳେ ଝଗଡ଼ା, ଅଶାନ୍ତି ହୋଇଥାଏ ସେଠି ମା ଲକ୍ଷ୍ମୀ କେବେ ମଧ୍ୟ ରହିନଥାନ୍ତି । ଏବଂ ସେହି ପରିବାରରେ ଧନ ର ଅଭାବ ମଧ୍ୟ ହୋଇଥାଏ । ଘରର ସଦସ୍ୟ ଙ୍କ ଭିତରେ ସବୁବେଳେ ଖୁସି ର ପରିବେଶ ରହିବା ଦରକାର ।

କିଛି ଲୋକ ସକାଳୁ ଉଠିକି ଦାନ୍ତ ନା ଘଷି ଚାହା ବା ଜଳଖିଆ ଖାଇ ଥାନ୍ତି ତେବେ ଏହି ଅଭ୍ୟାସ କୁ ଯେତେ ଶୀଘ୍ର ପାରୁଛନ୍ତି ବଦଳାନ୍ତୁ କାରଣ ଏମିତି ହେଲେ ମା ଲକ୍ଷ୍ମୀ ଙ୍କୁ ଅପମାନ ହୋଇଥାଏ ଏବଂ ସେ ସେହି ଘର ଛାଡ଼ି ପଳାଇଯାନ୍ତି । ଏବଂ ସେହି ଘରେ ବିଭିନ୍ନ ପ୍ରକାରର ଅସୁବିଧା, ଅର୍ଥ ଅଭାବ ଦେଖା ଦେଇଥାଏ ।

ତେବେ ଯଦି ଆପଣଙ୍କ ଭିତରେ ଏହି ବଦ ଅଭ୍ୟାସ ଭିତରୁ କୌଣସି ଗୋଟେ ଖରାପ୍ ଅଭ୍ୟାସ ଅଛି ତେବେ ଏହାକୁ ଜଲ୍ଦୀ ଠିକ୍ କରାନ୍ତୁ । ଏବଂ ଖୁସିରେ, ସୁଖ ଶାନ୍ତି ରେ ଜୀବନ ଯାପନ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button