ସ୍ୱାସ୍ଥ୍ୟ

ଆପଣ ସାପିୟୋସେକ୍ସୁଆଲ କି? ଏମିତି ନିଜକୁ ପରଖନ୍ତୁ

ସାପିୟୋସେକ୍ସୁଆଲ ଶବ୍ଦ ସହ ଲୋକମାନେ ଏତେମାତ୍ରାରେ ଜଡ଼ିତ ନୁହେଁ। କିନ୍ତୁ ସେମାନଙ୍କ ମନ ଭିତରେ ଏଭଳି ଭାବନା ରହିଥାଏ, ଯାହାର ନାଁ ସ୍ପଷ୍ଟ ଭାବେ ସେମାନଙ୍କୁ ଜଣାନଥାଏ। ନିକଟରେ ଏକ ଇଣ୍ଟରଭ୍ୟୁରେ ଫ୍ରାନ୍ସର ଲିଙ୍ଗଗତ ସମାନତା ମନ୍ତ୍ରୀ ମାର୍ଲେନେ ସିଆପା ନିଜକୁ ଜଣେ ସାପିୟୋସେକ୍ସୁଆଲ ବୋଲି କହିଛନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ବିଭିନ୍ନ ପ୍ରକାରର ସେକ୍ସୁଆଲ ଓରିଏଣ୍ଟେସନ୍‌ ମଧ୍ୟରୁ ସାପିୟୋସେକ୍ସୁଆଲ ଅନ୍ୟତମ। ବାହାରର ସୁନ୍ଦରତା ଓ ଚାକଚକ୍ୟରେ ଆକର୍ଷିତ ନ ହୋଇ ଅନ୍ତର୍ନିହିତ ଜ୍ଞାନ ତଥା ବୌଦ୍ଧିକ କ୍ଷମତା ଦେଖି ଶାରୀରିକ ସମ୍ପର୍କ ପାଇଁ ଆକର୍ଷିତ ହେବାକୁ ସାପିୟୋସେକ୍ସୁଆଲ କୁହାଯାଏ। ଏଭଳି ଭାବନା ଥିବା ବ୍ୟକ୍ତି ନିଜ ହୃଦୟକୁ ମସ୍ତିଷ୍କଠାରୁ ଅଲଗା ରଖିଥାନ୍ତି।

ପ୍ରେମ ବ୍ୟାପାରରେ ଲୋକମାନେ ମୁଣ୍ଡ ବ୍ୟବହାର ନ କରି ହୃଦୟ କଥା ଅଧିକ ଶୁଣିଥାନ୍ତି। ଫଳସ୍ୱରୂପ ପରିଣାମ ଖରାପ ହୋଇଥାଏ। କିନ୍ତୁ ବୁଦ୍ଧିବିଚାରି ସମ୍ପର୍କ ସ୍ଥାପନ କରିବା ଦ୍ୱାରା ପରେ ଆଉ ଅନୁତାପ କରିବାକୁ ପଡ଼େ ନାହିଁ। ସାପିୟୋସେକ୍ସୁଆଲ ସମ୍ପର୍କ ରଖୁୁଥିବା ବ୍ୟକ୍ତି ସବୁବେଳେ ଅପରପକ୍ଷର ଜ୍ଞାନ ଓ ବୁଦ୍ଧିମତା ଦେଖି ଆକର୍ଷିତ ହୋଇଥାନ୍ତି, ସୁନ୍ଦରତା ଦେଖି ନୁହେଁ। ତେବେ ସାପିୟୋସେକ୍ସୁଆଲରେ କେବଳ ପୁରୁଷ ନାରୀ ପ୍ରତି ବା ନାରୀ ପୁରୁଷ ପ୍ରତି ଆକର୍ଷିତ ହୋଇନଥାନ୍ତି, ଲୋକମାନେ ସମଲିଙ୍ଗୀ ସମ୍ପର୍କ ମଧ୍ୟ ରଖିଥାନ୍ତି।

ସାପିୟୋସେକ୍ସୁଆଲ୍‌କୁ ଦୃଷ୍ଟିରେ ରଖି ଏବେ କେତେକ ଡେଟିଂ ଆପ୍‌ ମଧ୍ୟ ଉପଲବ୍ଧ ହେଲାଣି। ସେହିଭଳି ଏକ ଆପ୍‌ ହେଉଛି ସାପୋ-ଇଣ୍ଟେଲିଜେଣ୍ଟ।

ତେବେ ମୁହଁର ସୁନ୍ଦରତାକୁ ଦେଖି ଯେପରି ବ୍ୟକ୍ତି ଜଣକ ଭଲ ବୋଲି କହିବା ଠିକ୍‌ ନୁହେଁ, ସେହିଭଳି କୌଣସି ଗୋଟିଏ ବିଷୟରେ କାହାର ଜ୍ଞାନ ଦେଖି ତା ପ୍ରତି ଶାରୀରିକ ସମ୍ପର୍କ ରଖିବା ଦିଗରେ ଅଗ୍ରସର ହେବା ଠିକ୍‌ ନୁହେଁ ବୋଲି କିଛି ଯୁବ ଗୋଷ୍ଠୀ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button