ଗରୁଡ ପୁରାଣ ଅନୁସାରେ ଏହି 7 ଟି ଅଭ୍ଯାସ ଅଟେ ସବୁଠୁ ବଡ ପୂଣ୍ୟ, ନିଜେ କହିଛନ୍ତି ଶ୍ରୀ କୃଷ୍ଣ- Garuda Puran

ପୁରାଣ ଗୁଡ଼ିକ ମଧ୍ୟରୁ ଗରୁଡ଼ ପୁରାଣ ନାମ ତ ଶୁଣିଥିବେ। ଯାହା ସର୍ବଦା କୈାଣସି ବ୍ୟକ୍ତିର ମୃତ୍ୟୁ ସମୟରେ ପଢାଯାଏ। ଗରୁଡ଼ ପୁରାଣରୁ ଆମକୁ ଧର୍ମ, ନୀତି, ଜ୍ଞାନ, ସମୁଦ୍ର ଶାସ୍ତ୍ର, ଆୟୁର୍ବେଦ ଏବଂ ଜ୍ୟୋତିଷ ଶାସ୍ତ୍ରର ଜ୍ଞାନ ମିଳିଥାଏ। ଏହି ଗରୁଡ଼ ପୁରାଣରେ ସାତଟି ଏମିତି କଥା ଉଲ୍ଲେଖ କରାଯାଇଛି ଯାହା ଧର୍ମରେ ବର୍ଜିତ ବୋଲି ମାନନ୍ତି, ଯଦି ଆପଣ ଏମିତି କରନ୍ତି ତେବେ ଆପଣଙ୍କ ଠାରୁ ବଡ ପାପୀ କେହି ନାହାନ୍ତି। ତେବେ ଆସନ୍ତୁ ଜାଣିବା ଗରୁଡ଼ ପୁରାଣ ହିସାବରେ ସେହି ୭ଟି କଥା କ’ଣ ? ତେବେ ଆସନ୍ତୁ ଜାଣିବା ଗରୁଡ଼ ପୁରାଣ ହିସାବରେ ତାହା କେଉଁ କଥା ଯାହା ଆମକୁ ଧ୍ୟାନ ଦେବାକୁ ପଡିବ ?
୧- ନିୟନ୍ତ୍ରଣ ଏବଂ ସତର୍କତା : ଗରୁଡ଼ ପୁରାଣରେ କୁହାଯାଇଛି ଶତ୍ରୁ ମାନଙ୍କ ସହ ଲଢ଼ିବାକୁ ହେଲେ ଆମକୁ ସବୁବେଳେ ଆମକୁ ସବୁବେଳେ ସତର୍କତା ଏବଂ ଚତୁରତାର ସାହାରା ନେବାକୁ ପଡ଼ିଥାଏ, କାରଣ ସର୍ବଦା ସେମାନେ ଆମର କ୍ଷତି କରିବାକୁ ଚେଷ୍ଟା କରିଥାନ୍ତି। ଯଦି ଆମେ ନିୟନ୍ତ୍ରଣ ଏବଂ ସତର୍କତାର ଅବଲମ୍ବନ ନକରିବା ତେବେ ଶତ୍ରୁ ଠାରୁ ଆମକୁ ଆଘାତ ମିଳିପାରେ କାରଣ ଶତ୍ରୁ ସର୍ବଦା ଆମର କ୍ଷତି କରାଇବାର ଚେଷ୍ଟା କରନ୍ତି।

୨- ଆପଣ ସବୁବେଳେ ସଫା ଏବଂ ସୁଗନ୍ଧିତ କପଡା ପିନ୍ଧନ୍ତୁ : ଜଦି ଆପଣ ଧନବାନ ହେବାକୁ ଚାହୁଁଛନ୍ତି ତେବେ ସବୁବେଳେ ସଫା ଏବଂ ସୁଗନ୍ଧିତ ଡ୍ରେସ୍ ପିନ୍ଧନ୍ତୁ। ଗରୁଡ଼ ପୁରାଣ ହିସାବରେ ସେମାନଙ୍କ ସୈାଭାଗ୍ୟ ନଷ୍ଟ ହୋଇଯାଏ ଯେଉଁମାନେ ଅପରିଷ୍କାର ବସ୍ତ୍ର ପିନ୍ଧନ୍ତି ଏବଂ ଏପରି ଘରୁ ଲକ୍ଷ୍ମୀ ଚାଲି ଯାଆନ୍ତି ଯେଉଁ କାରଣରୁ ସୈାଭାଗ୍ୟ ମଧ୍ୟ ଚାଲିଯାଏ ଏବଂ ଦରିଦ୍ରତାର ନିବାସ ହୋଇଥାଏ।

୩- ନିତ୍ୟ ଅଭ୍ୟାସ ଜରୁରୀ : ଜ୍ଞାନ ପାଇଁ ଅଭ୍ୟାସ ନିତ୍ୟାନ୍ତ ଜରୁରୀ କାରଣ ଅଭ୍ୟାସ ବିନା ଜ୍ଞାନର ବିଦ୍ୟା ନଷ୍ଟ ହୋଇଯାଏ। ମାନେ ଜଦି ଆପଣ ଜ୍ଞାନ ବା ବିଦ୍ୟାର ଅଭ୍ୟାସ ସମୟ ସମୟରେ ନକରିଲେ ତେବେ ଆପଣ ଏହାକୁ ଭୁଲିଯିବେ। ଗରୁଡ଼ ପୁରାଣରେ କୁହାଯାଇଛି ଯାହା ଆମେ ପଢନ୍ତି ତାକୁ ଆମକୁ ସମୟ ସମୟରେ ଅଭ୍ୟାସ କରିବାକୁ ପଡ଼ିବ।

୪- ନିରୋଗୀ କାୟା : ସନ୍ତୁଳିତ ଭୋଜନରୁ ବ୍ୟକ୍ତି ସ୍ବାସ୍ଥ୍ୟ ପ୍ରାପ୍ତ କରିଥାଏ ଏବଂ ଭୋଜନରୁ ସେ ବ୍ୟକ୍ତି ମଧ୍ୟ ରୋଗୀ ହୋଇଯାଇ ଥାଏ। ଆମ ଶରୀର ଅସୁସ୍ଥ ଅଧିକ ସମୟରେ ଏଥିପାଇଁ ହୋଇଥାଏ ଯେ ଆମେ ଅନେକ ସମୟରେ ଆସନ୍ତୁଳିତ ଖାଦ୍ୟ ଖାଇଥାନ୍ତି ଯାହାଦ୍ଵାରା ଆମର ପାଚକ ତନ୍ତ୍ର ଠିକ୍ ଭାବରେ କାର୍ଯ୍ୟ କରେନାହିଁ। ସେଥିପାଇଁ ଆମକୁ ସବୁବେଳେ ସୁଷମ ଖାଦ୍ୟ ଖାଇବା ଦରକାର।

୫- ଏକାଦଶୀ ବ୍ରତ : ଏକାଦଶୀ ଗ୍ରନ୍ଥକୁ ଗରୁଡ଼ ପୁରାଣରେ ଶ୍ରେଷ୍ଠ ବୋଲି କୁହାଯାଇଛି। ଯିଏ ଏକାଦଶୀ ବ୍ରତ ରଖେ ସେ ସମସ୍ତ ପ୍ରକାରର କଷ୍ଟରୁ ବଞ୍ଚିରୁହେ। ଯଦି କୌଣସି ବ୍ୟକ୍ତି ଏକାଦଶୀ ବ୍ରତ ରଖିଥାଏ ତେବେ ସେଭଲ ଫଳ ନିଶ୍ଚିତ ପାଇଥାଏ।
୬- ତୁଳସୀ ର ମହତ୍ତ୍ଵ : ତୁଳସୀ ର ମହତ୍ତ୍ଵକୁ ଗରୁଡ଼ ପୁରାଣ ଛଡ଼ା ଅନ୍ୟ ପୁରାଣରେ ମଧ୍ୟ ଏହାର ବର୍ଣ୍ଣନା କରାଯାଇଛି। ତୁଳସୀକୁ ଘରେ ରଖିବା ଦ୍ବାରା ସମସ୍ତ ପ୍ରକାର ରୋଗ ଦୂର ହୋଇଥାଏ ଏବଂ ଏହାକୁ ଭଗବାନଙ୍କ ପ୍ରସାଦରେ ମିଶାଇ ଖାଇଲେ ସମସ୍ତ ଶାରୀରିକ ଏବଂ ମାନସିକ ସମସ୍ୟା ଦୂର ହୋଇଥାଏ। ଜଦି ଆପଣ ଭଗବାନ ବିଷ୍ଣୁଙ୍କ ପୁଜା ବଦଳରେ ତୁଳସୀ ପୂଜା କରନ୍ତି ତେବେ ଏହାର ବହୁତ ଲାଭ ହୋଇଥାଏ।

୭- ମନ୍ଦିର ଏବଂ ଧର୍ମର ସମ୍ମାନ କରିବା : ଗରୁଡ଼ ପୁରାଣ ହିସାବରେ ପବିତ୍ର ସ୍ଥାନରେ ଖରାପ କାମ କରୁଥିବା ବ୍ୟକ୍ତି କିମ୍ବା ଲୋକଙ୍କୁ ଧୋକା ଦେବାବାଲା, ଅନ୍ୟଙ୍କୁ ସହାୟତା ବଦଳରେ ଗାଳି ଦବା, ଧର୍ମ,ବେଦ, ଗ୍ରନ୍ଥ ଏବଂ ପୁରୁଣାର ଅସ୍ଥିତ୍ଵ ଉପର ପ୍ରଶ୍ନ କରୁଥିବା ଲୋକଙ୍କୁ ନ-ର୍କରେ ଯାଗା ମିଳିଥାଏ।



