ଧର୍ମ

ସକାଳୁ ଶୀଘ୍ର ଉଠିବା କାହିଁକି ଏତେ ଜରୁରୀ ? ଏହାକୁ ଥରେ ମାତ୍ର ପଢନ୍ତୁ ଆପଣଙ୍କ ଜୀବନ ବଦଳିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସକାଳ ସମୟ ରେ ଶୀଘ୍ର ଉଠିବାର ଫାଇଦା ଏବଂ ରାତ୍ରି ରେ ବିଳମ୍ବ ରେ ଶୋଇବା ଦ୍ବାରା କଣ ହୋଇଥାଏ ସେହି ସମ୍ବନ୍ଧରେ କହିବୁ । ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପ୍ରାୟତଃ ବ୍ୟକ୍ତି ଦିନକୁ ଦିନ ଅଳସୁଆ ହେବାରେ ଲାଗିଛନ୍ତି । କିନ୍ତୁ ଶାସ୍ତ୍ର ତଥା ପୁସ୍ତକ ଏବଂ ନିଜ ପୂର୍ବଜ ମାନଙ୍କ ଠାରୁ ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ ଯେ, ରାତ୍ରିରେ ଶୀଘ୍ର ଶୋଇବା ଉଚିତ ଏବଂ ସକାଳୁ ଶୀଘ୍ର ଉଠିବା ଉଚିତ । କିନ୍ତୁ ବନ୍ଧୁଗଣ ବିଜ୍ଞାନ କିଛି ଅଲଗା ହିଁ କହିଥାଏ ।

ବିଜ୍ଞାନ ମତରେ ଯେଉଁ ବ୍ୟକ୍ତି ମାନେ ରାତ୍ରି ରେ ବିଳମ୍ବ ରେ ଶୋଇଥାନ୍ତି ସେମାନଙ୍କ ବୌଦ୍ଧିକ କ୍ଷମତା ଶୀଘ୍ର ଶୋଇଥିବା ବ୍ୟକ୍ତି ଙ୍କ ଅପେକ୍ଷା ଅଧିକ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ଏହି ଦୁଇଟି କଥା ଶୁଣି ନିଶ୍ଚିତ ଭାବରେ ଦ୍ୱନ୍ଦ ର ଶିକାର ହେଉଥିବେ । ତେବେ ବନ୍ଧୁଗଣ ଆମେ ଆପଣଂକୁ ଏହି ଦୁଇଟି ବିଷୟ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ଯେଉଁ ବ୍ୟକ୍ତି ମାନେ ସକାଳ ସମୟରେ ଶୀଘ୍ର ଉଠିଥାନ୍ତି । ବନ୍ଧୁଗଣ ପୁସ୍ତକ ଅନୁସାରେ ଯେଉଁ ବ୍ୟକ୍ତି ସକାଳ ସମୟରେ ଶୀଘ୍ର ଉଠିଥାନ୍ତି ସେହି ବ୍ୟକ୍ତି ମାନେ ସୁସ୍ଥ ଏବଂ ସମୃଦ୍ଧ ରୁହନ୍ତି । ସକାଳ ସମୟରେ ଶୀଘ୍ର ଉଠୁଥିବା ବ୍ୟକ୍ତି ସୂର୍ଯ୍ୟ ଙ୍କ କିରଣ ରେ ପ୍ରଭାବିତ ହୋଇଥାନ୍ତି ସେମାନଙ୍କ ଦିନର ଆରମ୍ଭ ଶୀଘ୍ର ହୋଇଥାଏ ଏବଂ ସେମାନେ ଫୁର୍ତ୍ତି ହୋଇଥାନ୍ତି । ଶୀଘ୍ର ଉଠୁଥିବା ବ୍ୟକ୍ତି ଙ୍କ ଶରୀର ସର୍ବଦା ସୁସ୍ଥ ରହିଥାଏ ଏବଂ ସେମାନଙ୍କ ମଧ୍ୟରେ କୌଣସି କାର୍ଯ୍ୟ କରିବାର ଇଚ୍ଛା ଶକ୍ତି ଅଧିକ ହୋଇଥାଏ ।

ସେମାନେ ଶୀଘ୍ର ଉଠୁଥିବା କାରଣରୁ ତାଙ୍କ ମସ୍ତିଷ୍କ ଅଧିକ କାମ କରିଥାଏ ଏବଂ ସେମାନେ ସମସ୍ତ କାର୍ଯ୍ୟ କୁ ନିଜ ବୁଦ୍ଧି ବଳରେ ସମ୍ପୂର୍ଣ୍ଣ କରିଥାନ୍ତି । ସକାଳ ସମୟରେ ଶୀଘ୍ର ଉଠିବା ଦ୍ବାରା ବ୍ୟକ୍ତି ପ୍ରାୟ ସମୟ ଆକ୍ଟିଭ ରହିଥାନ୍ତି । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଭୋର ୪ଟା ରୁ ୫ଟା ମଧ୍ୟର ବ୍ରମହ ମୁହୂର୍ତ୍ତ ହୋଇଥାଏ ଏବଂ ଏହି ସମୟରେ ଉଠିବା ଦ୍ଵାରା ବ୍ୟକ୍ତି ସମସ୍ତ କାର୍ଯ୍ୟ କୁ ନିଜ ଇଚ୍ଛା ଶକ୍ତି ଅନୁସାରେ ସମସ୍ତ କାର୍ଯ୍ୟ କୁ ପୂର୍ଣ କରିଥାନ୍ତି । ତେବେ ବନ୍ଧୁଗଣ ସଂକ୍ଷେପରେ କହିବାକୁ ଗଲେ ସକାଳୁ ଶୀଘ୍ର ଉଠିବା ଦ୍ବାରା ଅନେକ ଲାଭ ପ୍ରାପ୍ତ ହୋଇଥାଏ ଏବଂ ଏହା କୌଣସି ଦୃଷ୍ଟି ରୁ ମନ୍ଦ ନୁହେଁ ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ବୈଜ୍ଞାନିକ ଦୃଷ୍ଟିକୋଣ ଅନୁସାରେ ଯେଉଁ ବ୍ୟକ୍ତି ରାତ୍ରି ରେ ବିଳମ୍ବ ରେ ଶୋଇଥାଏ ସେମାନଙ୍କ ବୌଦ୍ଧିକ କ୍ଷମତା ସମ୍ବନ୍ଧରେ । ବନ୍ଧୁଗଣ ଯେଉଁ ବ୍ୟକ୍ତି ରାତିରେ ବିଳମ୍ବ ରେ ଶୋଇଥାଏ ସେ ନିଶ୍ଚିତ ଭାବରେ ସକାଳେ ବିଳମ୍ବ ରେ ଉଠିଥାଏ ଏବଂ ବିଳମ୍ବ ରେ ଉଠିବା ଦ୍ଵାରା ସେହି ଵ୍ୟକ୍ତି ର ସମସ୍ତ କାର୍ଯ୍ୟ ବିଳମ୍ବ ରେ ହୋଇଥାଏ ଏବଂ ଏହା ଦ୍ବାରା ସେ ସମାଜ ସହିତ ଜଡ଼ିତ ହୋଇପାରେ ନାହିଁ ଏବଂ କୌଣସି କାର୍ଯ୍ୟ କୁ ପୂର୍ଣ କରି ପାରେ ନାହିଁ ।

ଯେଉଁ ବ୍ୟକ୍ତି ଭାବିଥାଏ ଯେ, ସେ ବିଳମ୍ବ ରେ ଶୋଇ ଶୀଘ୍ର ଉଠିଯିବ ତାହା ମାତ୍ର ୨ ବା ୩ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ କିନ୍ତୁ ଏପରି ବେଶୀ ଦିନ କରିବା ଦ୍ୱାରା ବ୍ୟକ୍ତି ର ମସ୍ତିଷ୍କ କାମ କରିନଥାଏ ଏବଂ ସେ ନିଜର ମାନସିକ କ୍ଷମତା ହରାଇଥାଏ । ରାତ୍ରି ରେ ବିଳମ୍ବ ରେ ଶୋଇ ସକାଳେ ଶୀଘ୍ର ଉଠିବା ବ୍ୟକ୍ତି ଙ୍କ ମଧ୍ୟରେ ଶାରୀରିକ ଅସୁସ୍ଥତା ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ବନ୍ଧୁଗଣ ସଂକ୍ଷେପରେ କହିବାକୁ ଗଲେ ରାତିରେ ବିଳମ୍ବ ରେ ଶୋଇବା ଏବଂ ସକାଳେ ବିଳମ୍ବ ରେ ଉଠିବା ସମସ୍ତ ଦୃଷ୍ଟିକୋଣ ରୁ ମନ୍ଦ ଅଟେ ।

ଆଶାକରୁଛୁ ଆମର ଏହି ଲେଖାଟି ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button