ଧର୍ମ

ଗୋଟିଏ ପ୍ରକୃତ ପୁରୁଷ ପାଖରେ ଥାଏ ଏହି 4 ଟି ଲକ୍ଷଣ, ଯାହାକୁ ସମ୍ମାନ କରିଥାନ୍ତି ସମସ୍ତ ସ୍ତ୍ରୀ- Vidur Niti

ଜଣେ ପୁରୁଷ ପାଖରେ ଏମିତି କଣ ଥାଏ ଯାହାଫଳରେ ସମସ୍ତ ସଂସାର ଏବଂ ସ୍ତ୍ରୀ ଲୋକମାନ ଆକୃଷ୍ଟ ହୁଅନ୍ତି । ବିଦୁର ତାଙ୍କ ନୀତିରେ କହିଛନ୍ତି ଜଣେ ପ୍ରକୃତ ପୁରୁଷ ପଛେ ତା ପାଖରେ ଟଙ୍କା ନଥାଉ ସେ ତାର ଭଲ ବ୍ୟବହାର, ଆଚରଣ ଏବଂ ସ୍ବଭାବ କାରଣରୁ ଲୋକମାନେ ଆକୃଷ୍ଟ ହୋଇଥାନ୍ତି । ସେ ନିଜକୁ ଆପେ ମିଳିବାକୁ ଚେଷ୍ଟା କରନ୍ତି । ଝିଅମାନେ ଏମିତି ପୁରୁଷ ଉପରେ ଆଖି ବନ୍ଦ କରି ବିଶ୍ଵାସ କରନ୍ତି । ଯେତେବେଳେ ଗୋଟିଏ ନାରୀ ଅସୁବିଧାରେ ପଡେ ସେତେବେଳେ ସେ ଗୋଟିଏ ବୀର ପୁରୁଷର ସାହାଯ୍ୟ ଖୋଜେ ।

ସମସ୍ତେ ଜାଣନ୍ତି ଦ୍ରୋୖପଦୀ ଚିର ହରଣ ଯୋଗୁଁ ନିଜ ମା, ବାପା, ବନ୍ଧୁ ଏବଂ ନିଜ ପାଞ୍ଚ ସ୍ବାମୀ କାହା ପାଖକୁ ଗଲେ ନାହିଁ । ସେ କେବଳ କେଶବଙ୍କ ପାଖକୁ ଯାଇଥିଲେ କାରଣ ସେ ଜାଣିଥିଲେ କେଶବ ମାତ୍ର ଏମିତି ଜଣେ ଯିଏ ତାଙ୍କୁ ରକ୍ଷା କରି ପାରିବ ।

ଯଦି କୈାଣସି ପୁରୁଷ ନାରୀର ଶରୀର ପାଇବା ପାଇଁ ନିଜର ମାନ ମର୍ଯ୍ୟାଦା ଏବଂ ବୀରତ୍ୱକୁ ଭୁଲିଯାଏ ସେ ନିମ୍ନ ମାନର ଅଟେ । ବୀର ସିଏ ନିଜର ସ୍ବାଭିମାନର ତ୍ୟାଗ ନ କରିକି ସ୍ତ୍ରୀର ସମ୍ମାନ ପାଏ ତାକୁ ବୀର କୁହାଯାଏ ଅର୍ଥାତ୍ ସ୍ତ୍ରୀଙ୍କ ପାଇଁ ପୂଜନୀୟ ବନିଯାଏ । ମହାତ୍ମା ବିଦୁର ସେ ସାଧାରଣ ଲୋକ ନଥିଲେ, ସ୍ବୟଂ ଧର୍ମରାଜଙ୍କ ଅବତାର ଥିଲେ । ସେ ପ୍ରାଣୀ ମାନଙ୍କ ଆଚାର ବିଚାର ବିଷୟରେ ଜାଣିଥିଲେ । ସେ ଭଲଭାବେ ଜାଣିଥିଲେ କେଉଁ ମଣିଷ ଆଗକୁ ଯାଇ ନାଁ କମେଇବ ଏବଂ କେଉଁ ମଣିଷ ଜୀବନ ସାରା ଗରିବ ରହିବ ।

ବିଦୁର ସେହି ପୁରୁଷଙ୍କ ଲକ୍ଷଣ ବିଷୟରେ କହିଛନ୍ତି । ପ୍ରଥମ ଲକ୍ଷଣ ମର୍ଯ୍ୟାଦା : ବିଦୁର କୁହନ୍ତି ଯେଉଁ ପୁରୁଷ ନିଜର ମର୍ଯ୍ୟାଦା ଭୁଲେ ନାହିଁ ସେ ବୀର ଅଟେ । ଜଣେ ମର୍ଯ୍ୟାଦା ପୁରୁଷ ତାର ସୀମାକୁ କେବେ ଲମ୍ବାଇ ନଥାଏ । ସେ ଏମିତି କୈାଣସି ଦୃଷ୍ଟ କାର୍ଯ୍ୟ କରି ନଥାଏ ଯେପରି ଅନ୍ୟ କେହି କଷ୍ଟ ପାଇବ । ଜଦି କୈାଣସି ବ୍ୟକ୍ତିର ରହସ୍ୟ ଖୋଲିଯାଏ ସେ ତାହାକୁ ଗୁପ୍ତ ରଖେ ଅର୍ଥାତ୍ ସେ ଅନ୍ୟ କାହାକୁ ନିରାଶ କରନ୍ତି ନାହିଁ । ସମସ୍ତ ପରିସ୍ଥିତିରେ ମୈାନ ରହି ଅନ୍ୟକୁ ସାହାଯ୍ୟ କରନ୍ତି ।

ଦ୍ବିତୀୟ ଲକ୍ଷଣ ଧର୍ମପଦର ତ୍ୟାଗ ନ କରିବା : ଜଣେ ବୀର ପୁରୁଷ କୈାଣସି ପରିସ୍ଥିତିରେ ମିଛ କୁହେ ନାହିଁ କି ମିଛ ସାକ୍ଷୀ ଦିଏ ନାହିଁ । ସେ ପୁରୁଷ ସମସ୍ତ ସମ୍ମାନର ଯୋଗ୍ୟ ଅଟେ । ଗୋଟିଏ ବୀର ପୁରୁଷ କେବେ ପକ୍ଷପାତ କରେ ନାହିଁ ଏବଂ ଅଧର୍ମ ର ସହାୟତା ନିଏ ନାହିଁ ପଛେ ସେ ନିଜ ଲୋକ ହୋଇ ଥାନ୍ତୁ ।

ତୃତୀୟ ଲକ୍ଷଣ କମଜୋରକୁ ଅପମାନ : ଜଣେ ବୀର ପୁରୁଷ କେବେବି କମଜୋର ବ୍ୟକ୍ତିର ଅପମାନ କରେନାହିଁ । ତାର ଅକ୍ଷମତାକୁ ଦେଖି ତାର ଫାଇଦା ଉଠାଇ ନାହିଁ । ଜଣେ ପ୍ରକୃତ ପୁରୁଷ ଦୁର୍ବଳ ପୁରୁଷ କିମ୍ବା ନାରୀ ଉପରକୁ ହାତ ଉଠାଏ ନାହିଁ ।

ଚତୁର୍ଥ ଲକ୍ଷଣ ବୁଦ୍ଧି ବିବେକରେ ଶତ୍ରୁ ସହ ଲଢ଼ିବା : ଗୋଟିଏ ବୀର ପୁରୁଷ ପାଖରେ ଏହି ଲକ୍ଷଣ ଥାଏ କପଟୀ, ଖଳ ଲୋକଙ୍କୁ ଯିଏ ବୁଦ୍ଧି ବିବେକରେ ଲଢେ ସେ ଶତ୍ରୁ ମାନଙ୍କୁ ଷଡ଼ଯନ୍ତ୍ରର ଶୀକାର ହେବାକୁ ଦିଏ ନାହିଁ ନା ବଳବାନ ସହ ସଂଘର୍ଷ କରେ କିନ୍ତୁ ସମୟ ଆସିଲେ ସେ ତାର ଉଚିତ ଜବାବ ଦିଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button