ଧର୍ମ

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ପ୍ରତିଦିନ ସ୍ନାନ ନ କରିବା ଦ୍ଵାରା ମଣିଷକୁ ଭୋଗିବାକୁ ପଡିଥାଏ ଏହି ଦଣ୍ଡ, ଜାଣନ୍ତୁ ବିଭିନ୍ନ ପ୍ରକାର ସ୍ନାନର ବିଭିନ୍ନ ନିୟମ- Vastu Shastra

ମନୁଷ୍ୟ ଆଜି କାର ଏହି ବ୍ୟସ୍ତ ଜୀବନରେ ସ୍ନାନ ଆଦି ସ୍ଵଛତା କାର୍ଯ୍ୟ କରିବାରେ ଅଣଦେଖା କରିଥାଏ କିନ୍ତୁ ହିନ୍ଦୁଶାସ୍ତ୍ର ଅନୁସାରେ  ମନୁଷ୍ୟ ନୀତିଦିନଆ ଏହି କାର୍ଯ୍ୟ  ନକଲେ ଆପଣ ଆପଣ ଜୀବନରୁ ଶୁଖ ,ଶାନ୍ତି ,ବୈଭବକୁ ଦୂର କରିପାରନ୍ତି । ଭଗବାନ ଶ୍ରୀ କୃଷ୍ଣ ସ୍ନାନ କରିବାର ବିଭିର୍ଣ୍ଣ ପ୍ରକାର ,ସମୟ ଓ ସ୍ନାନ ନକଲେ ମନୁଷ୍ୟ ଜୀବନ ରେ କି ପ୍ରଭାବ ପଡିଥାଏ ଏହାର ବିସ୍ତୃତ ବିବରଣୀ ପ୍ରକାଶ କରିଛନ୍ତି । ସ୍ଵଛତାର ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଛି ।

କିନ୍ତୁ ଖାଲି ଘରର କିମ୍ବା କୌଣସି ଜିନିଷର ସ୍ଵଛତା ନୁହେଁ ବରଂ ମନୁଷ୍ୟକୁ ନିଜ ଶରୀରକୁ ମଧ୍ୟ ସ୍ଵଛତା ରଖିବା ଆବଶ୍ୟକ । ଏବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀ କୃଷ୍ନ ସ୍ନାନ ବିଷୟରେ କେଉଁ ମହତ୍ୱପୂର୍ଣ୍ଣ କଥା କହିଛନ୍ତି ।

ସ୍ନାନ ପାଇଁ ସବୁଠୁ ଉତ୍ତମ ସମୟ ହେଲା ବ୍ରହ୍ମ ମୁହୂର୍ତ । ସୁର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ଆଦି କାର୍ଯ୍ୟ ଯେଉଁ ବ୍ୟକ୍ତି କରିଥାଏ ତାଙ୍କ ଦ୍ବାରା କରାଯାଇଥିବା ସବୁ ଧର୍ମ ଆଦି କାର୍ଯ୍ୟ ର ସୁଫଳ ମିକିଥାଏ ଓ ସବୁ ପାପ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ । ଏଥିପାଇଁ ପୂର୍ବ କାଳରେ ମୁନି ଋଷି ମାନେ ଵ୍ରହ୍ମ କାଳରେ ସ୍ନାନ କାର୍ଯ୍ୟ ସାରି ଧର୍ମ ଆଦି କାର୍ଯ୍ୟ କରୁଥିଲେ । ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଆମେ ଶୋଇବା ବେଳେ ଆମ ଶରୀରରୁ ଲାଳ ଆଦି ବାହାରି ଆମକୁ ଅସୁଧି କରିଥାଏ ।

ଏଥି ପାଇଁ ଆମକୁ ବ୍ରହ୍ମ କାଳରେ ସ୍ନାନ କାର୍ଯ୍ୟ ସାରି ଧର୍ମ ଚିନ୍ତନ କରି ଆମ ଶରୀରକୁ  ପବିତ୍ର କରିବା ଉଚିତ । ଯାହା ଦ୍ୱାରା ଆମର ବାକି ଦିନଟି ଖୁସିରେ ବିତିପାରିବ । ଯଦି ଆପଣ ସ୍ନାନ ନକରି ଦିନ ଚାର୍ଯ୍ୟରେ ଲାଗିଯାନ୍ତି । ତେବେ ଆପଣଙ୍କ ଚାରି ପାଖରେ ନକରାତ୍ମକ ପ୍ରଭାବର ବିସ୍ତାର ହୋଇଥାଏ ଯାହା ଫଳରେ ଆପଣଙ୍କ ସବୁ କାର୍ଯ୍ୟ ରେ ବିଘ୍ନ ହୋଇଥାଏ । ଅଲକ୍ଷ୍ମୀ , କାଳ , ଦ୍ଵେଷ , କ୍ଳେଶ ,ତ୍ରୁଟି ଭଳି ଶକ୍ତି କୁ ଅନିଷ୍ଟ କାର୍ଯ୍ୟ କରିବା ଶକ୍ତି କୁହାଯାଇଥାଏ ।

କାହିଁକି ନା ଏମାନେ ଅସ୍ବଛ , ଅପରିଷ୍କାର ଓ ମଳିନ ପ୍ରଭୁତି ପ୍ରକୃତି ରେ ବାସ କରିଥାନ୍ତି ।ଏମାନଙ୍କ ପ୍ରଭଵ ରେ ଜୀବନ ରେ କେବେ ଉନ୍ନତି ହୋଇନଥାଏ । ଯଦି ଆପଣ ଏହି ନକରାତ୍ମକ ଶକ୍ତି ଠାରୁ ରକ୍ଷା ପାଇବା ଚାହୁଁଛନ୍ତି ତେବେ ଆପଣଙ୍କ ଦିନଚର୍ଯ୍ୟା ସ୍ନାନ ପରେ ହିଁ କରନ୍ତୁ ଏବଂ ଦିନଟିକୁ ଶୁଭ ମୟ କରନ୍ତୁ । ଶ୍ରୀ କୃଷ୍ଣଙ୍କ ମତ ଅନୁସାରେ ସ୍ନାନ କରିବାର ପ୍ରକୃତ ଉପାୟ ହେଲା ଆପଣ ସ୍ନାନ କରିବା ବେଳେ ପ୍ରଥମେ ନିଜ ଗୋଡ଼କୁ ଶୁଦ୍ଧ କରନ୍ତୁ ଓ ତାପରେ ବାକି ଅଙ୍ଗକୁ ଶୁଦ୍ଧ କରନ୍ତୁ ।

ସ୍ନାନ କରିବାର ବିଭିର୍ଣ୍ଣ ପ୍ରକାର ର ବର୍ଣନା କରାଯାଇଛି । ଯେମିତିକି କାୟସ୍ଥ ସ୍ନାନ ଏହି ସ୍ନାନ ରୋଗୀ ମାନଙ୍କ ପାଇଁ ହୋଇଥାଏ । ଏଥିରେ ଶରୀରକୁ ଓଦା କପଡ଼ାରେ ଶରୀରକୁ ପୋଛା ଯାଇ ଶୁଦ୍ଧ ରାଖଯାଏ । ଦ୍ଵିତୀୟ ରେ ବରୁଣ ସ୍ନାନ । ଏହି ସ୍ନାନ ରେ ନଦୀ ବା ସରୋବର କିମ୍ବା କୌଣସି ପବିତ୍ର ସ୍ଥାନରେ ବୁଡି ସ୍ନାନ କରାଯାଏ । ତୃତୀୟ ସ୍ନାନ ଦିବ୍ୟ ସ୍ନାନ । ଏହି ସ୍ନାନରେ ସୁର୍ଯ୍ୟ କିରଣ ସହ ନଦୀ ବା ସରବରରେ ସ୍ନାନ କରିବା ।

ଚତୁର୍ଥରେ ବାୟବ୍ୟ ସ୍ନାନ ଏହି ସ୍ନାନରେ ଶରୀରରେ  ଗୋ ମୂତ୍ର ଛିଞ୍ଚି କରାଯାଏ । ପାଞ୍ଚମ ରେ ଭସ୍ମ ସ୍ନାନ । ଏହି ସ୍ନାନରେ ଶରୀରରେ ଭସ୍ମ ଲାଗାଯାଇ ନଦୀ ବା ସରବରରେ ବୁଡି ସ୍ନାନ କରାଯାଏ । ଏହି ସ୍ନାନଙ୍କୁ ଅଘୋରି ବା ପୌରାଣିକ ଋଷି ମାନେ କରିଥାନ୍ତି । ଯେଉଁ ବ୍ୟକ୍ତି ସ୍ନାନ କରି ପରିଷ୍କାର ବସ୍ତ୍ର ପିନ୍ଧି ସୁରଣ୍ୟ ଦେବ ଓ ପିତୃ ପୁରୁଷଙ୍କୁ ଆରାଧନା କରିଥାଏ ତା ଜୀବନରେ ସବୁ ଦୁଖଃ କଷ୍ଟ ସମାପ୍ତ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button