ଧର୍ମ

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ପାଣିରେ ଏହି ଜିନିଷ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ଵାରା ଦରିଦ୍ରତାର ହୋଇଥାଏ ନାଶ, ସବୁ କାର୍ଯ୍ୟରେ ମିଳେ ସଫଳତା

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ପୂର୍ବରୁ ମିଶାଇ ଥାନ୍ତି କିଛି ଜିନିଷ। ଯାହା ଦ୍ୱାରା ସୂର୍ଯ୍ୟ ଦେଵତା ଙ୍କୁ ଶୀଘ୍ର ହିଁ ପ୍ରସନ୍ନ କରି ପାରିବା। ଏକ ସମୟ ର କଥା ଅଛି ଧର୍ମ ରାଜ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣ ଙ୍କ ପାଖକୁ ଆସନ୍ତି ଏବଂ ସେହି ସମୟରେ ଶ୍ରୀକୃଷ୍ଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରୁଥିଲେ ଏବଂ ସେ ଚକିତ ହୋଇ ଗଲେ ଏବଂ ଶ୍ରୀ କୃଷ୍ଣ ଙ୍କୁ ପଚାରିଲେ କି ଆପଣ ତ ସ୍ଵୟଂ ଭଗବାନ ସୂର୍ଯ୍ୟ ଓ ଚନ୍ଦ୍ର ତ ଆପଣଙ୍କ ର ହିଁ ନେତ୍ର ତେବେ ଆପଣ ସାଧାରଣ ମନୁଷ୍ୟଙ୍କ ଭଳି ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଜଳ ଅର୍ପଣ କରୁଛନ୍ତି। ଏହାର ମହତ୍ତ୍ଵ ମୁଁ ଜାଣିବାକୁ ଚାହୁଁଛି।

ଶ୍ରୀ କୃଷ୍ଣ ହସିଲେ ଏବଂ କହିଲେ କି ସମସ୍ତ ମନୁଷ୍ୟ ଦେଵତା ଓ ଵସ୍ତୁ ରୁ ସୂର୍ଯ୍ୟ ଦେଵତା ସବୁଠୁ ଶ୍ରେଷ୍ଠ। ଏବଂ ମୁଁ ନିଜର ସମସ୍ତ ଅଵତାର ରେ ମୁଁ ସୂର୍ଯ୍ୟ ଦେଵତା ଙ୍କୁ ଜଳ ଅର୍ପଣ କରିଛି। ଯେବେ ମୁଁ ଶ୍ରୀ ରାମ ଙ୍କ ଅଵତାର ନେଇଥିଲି ସେତେବେଳେ ସୂର୍ଯ୍ୟ ଦେବତାଙ୍କ ଠାରୁ ମୋତେ ଯଶ, ଶକ୍ତି, ତେଜ ଆଦି ପ୍ରାପ୍ତ ହୋଇଥିଲା। ସୂର୍ଯ୍ୟ ଦେବତାଙ୍କ କୃପା ଯୋଗୁଁ ହିଁ ଏହି ପୃଥିବୀ ଏବଂ ସମସ୍ତ ଜୀବ ସଜୀବ ଅଛନ୍ତି। ଏବଂ ତାଙ୍କ କୃପା ଯୋଗୁଁ ହିଁ ଏହି ସୃଷ୍ଟି ହଜାର ବର୍ଷରୁ ଜୀବିତ ରହିଛି।ସମ୍ପୂର୍ଣ୍ଣ ସୃଷ୍ଟି ସମାପ୍ତ ହୋଇ ପାରିବ କିନ୍ତୁ ସୂର୍ଯ୍ୟ କେବେବି ସମାପ୍ତ ହେବ ନାହିଁ।

ପୃଥିବୀ ଉପରେ ଯଦି କେହି ସାକ୍ଷାତ ଈଶ୍ୱର ନଜର ଆସନ୍ତି ତେବେ ସେ କେବଳ ସୂର୍ଯ୍ୟ ଦେଵତା ହିଁ । ସମସ୍ତ ମନୁଷ୍ୟ କୁ ସୂର୍ଯ୍ୟ ଦେଵତା ଙ୍କ ର ଆରାଧନା ନିଶ୍ଚୟ କରିବା ଦରକାର। ଏବଂ ଏହି କଥା ଶୁଣି ଧର୍ମ ରାଜ ଯୁଧିଷ୍ଠିର ସୂର୍ଯ୍ୟ ଦେଵତା ଙ୍କ ଭକ୍ତ ହୋଇଗଲେ। ଏବଂ ଆଜି ମଧ୍ୟ ଆମେ ଜାଣିବା କି ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କଣ କରିବା ଆବଶ୍ୟକ।ଏବଂ ଏହା ଦ୍ଵାରା ଆପଣ ନିଜ ଜୀବନରେ ଥିବା ସମସ୍ତ ଅସୁବିଧା ରୁ ମୁକ୍ତ ପାଇ ପାରିବେ।

ପ୍ରଥମ କଥା ହେଲା ଯଦି ଆପଣ ବିବାହିତ ମହିଳା ଏବଂ ନିଜ ସ୍ୱାମୀ ଙ୍କ ଆୟୁ ବୃଦ୍ଧି ପାଇଁ ସୂର୍ଯ୍ୟ ଦେବତାଙ୍କ ନିକଟରେ ଜଳ ଅର୍ପଣ କରୁଛନ୍ତି ତେବେ ଜଳରେ କୁଂକୁମ ନିଶ୍ଚିତ ପକାଇବେ। ଏବଂ ନିଜ ସ୍ୱାମୀ ଙ୍କ ଲମ୍ବା ଆୟୁ ର ପାର୍ଥନା କରନ୍ତୁ। ଏହାକୁ ପ୍ରତିଦିନ ସକାଳେ ସ୍ନାନ ସାରି କରିବା ଉଚିତ।

ଦ୍ଵିତୀୟ କଥା ଯଦି ଆପଣଙ୍କ ଘରେ କେହି ଅନେକ ସମୟରୁ ବିମାର ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ପ୍ରତିଦିନ ଖରାପ ହୋଇ ଚାଲୁଛି। ତେବେ ସୂର୍ଯ୍ୟ ଦେଵତା ଙ୍କୁ ଜଳ ଅର୍ପଣ କରିବା ପୂର୍ବରୁ ସେଥିରେ ଦୁଇଟି ତୁଳସୀ ପତ୍ର ପକାଇ ଦିଅନ୍ତୁ ଏବଂ ସେ ଜଳ ସେହି ରୋଗୀ ଉପରେ ମଧ୍ୟ ଟିକେ ପକାଇ ଦିଅନ୍ତୁ। ଏବଂ ତାଙ୍କ ପାଇଁ ପାର୍ଥନା କରି ଦିଅନ୍ତୁ।

ତୃତୀୟ କଥା ହେଲା ଯଦି ଆପଣଙ୍କ ବିବାହ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଉଛି। କିମ୍ବା ବିବାହ ର ଯୋଗ ହେଉ ନାହିଁ।ତେବେ ପ୍ରତିଦିନ ସକାଳେ ସ୍ନାନ ସାରି ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ପୂର୍ବରୁ ସେଥିରେ ଟିକେ ହଳଦୀ ମିଶେଇ ଦିଅନ୍ତୁ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button