ରାଶିଫଳ

Jyotish Shastra- ରାଶି ଅନୁସାରେ ଜାଣନ୍ତୁ କାହା ସହିତ କରିବେ ବିବାହ ଓ କାହା ସହିତ ନୁହେଁ ?

ବାହାଘର ଏକ ବହୁତ ବଡ଼ ନିଷ୍ପତ୍ତି ହୋଇଥାଏ । କାହା ସହିତ ବନ୍ଧନରେ ବାନ୍ଧି ହୋଇଯିବା ଏବଂ ତା ସହିତ ସାରାଜୀବନ ସାଙ୍ଗରେ ରହିବା ଏହା କୈାଣସି ଛୋଟ କଥା ନୁହେଁ । ଆଜିକାଲି ଯେଉଁ ମଡର୍ନ ଉପାୟରେ ବାହାଘର ହେଉଛି ସେଥିରେ ପୁଅ ଝିଅର ଅନେକ ଥର ସାକ୍ଷାତକାର ହେଉଛି । ଯଦି ବାହାଘର ପୂର୍ବରୁ ସାକ୍ଷାତକାର ନ ହୁଏ ସାମ୍ନା ଲୋକର ବିଷୟରେ ଜାଣି ହୁଏ ନାହିଁ । ଯେତେବେଳେ ଗୋଟିଏ ଛାତ ତଳେ ପୁଅ ଝିଅ ରୁହନ୍ତି ତାପରେ ସେମାନଙ୍କର ଛୋଟ ଛୋଟ ଆବଶ୍ୟକ ଜାଣିହୁଏ ।

ସମସ୍ତ ପରିସ୍ଥିତିରେ ଜଣେ କିପରି ବ୍ୟବହାର କରୁଛ ତାହା ଜଣାପଡେ । କିନ୍ତୁ କେତେ ଭଲ ହେବ ଏହି କଥାରୁ ଯଦି ବାହାଘର ପୂର୍ବରୁ ଆମକୁ ସେଥିରୁ ବିଶେଷତା ମିଳିଯିବ‌ । ଏଥିରେ ଆପଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାଣି ପାରିବେ ତାର ସ୍ବଭାବ । ଆପଣ ରାଶି ମାଧ୍ୟମରେ ଜାଣିପାରିବେ ସେମାନଙ୍କ ସ୍ବଭାବ, ଆଚରଣ ଏବଂ ଅନେକ କିଛି ତେବେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି :

ଏହି ରାଶିର ବ୍ୟକ୍ତିମାନେ ଆତ୍ମବିଶ୍ବାସ, ସ୍ବତନ୍ତ୍ର ଏବଂ ଉତ୍ସାହପୂର୍ଣ୍ଣ ଭରା ହୋଇଥାନ୍ତି । ତାପରେ ପ୍ରେମ ହେଉକି ବନ୍ଧୁତା ଏମାନେ ଜଦି ଭଲ ପାଇବେ ସମ୍ପୂର୍ଣ୍ଣ ବିଶ୍ୱାସ ଏବଂ ଉତ୍ସାହ ସହିତ । ଏମାନେ ଯେମିତି ଭଲ ପାଆନ୍ତି ସେହିପରି ନିଜ ପାର୍ଟନର ପାଖରୁ ମଧ୍ୟ ଆଶା ରଖନ୍ତି । ଦ୍ବିତୀୟ କଥା ସ୍ୱତନ୍ତ୍ରତା ଏମାନଙ୍କୁ ବହୁତ ପସନ୍ଦ । ଏମାନଙ୍କୁ ଯାହା ଭଲ ଲାଗେ ଏମାନେ ତାହା କରନ୍ତି ।

ବୃଷ ରାଶି :

ସତ୍ୟବାଦୀ ଏବଂ ବିଶ୍ବସ୍ତ ହୋଇଥାନ୍ତି ଏହି ରାଶିର ଲୋକମାନେ । ଏମାନଙ୍କୁ ସମ୍ପୂର୍ଣ୍ଣ ଆପଣେଇ ହେବନାହିଁ କାରଣ ଏମାନଙ୍କର ରାଗି ବ୍ୟକ୍ତି ଥିବା ପାର୍ଟନର ସହ ପଡେନାହିଁ । ସେଥିପାଇଁ ଏହି ରାଶି ସହ ଧନୁ ରାଶିର ଲାକଙ୍କ ସହିତ ବିବାହ କରିବା କଥା ନୁହେଁ ।

ମିଥୁନ ରାଶି :

ଏହି ରାଶିର ଲୋକମାନେ ବହୁତ ଶାନ୍ତ ସ୍ବଭାବର ହୋଇଥାନ୍ତି । ଏହି ରାଶିର ଲୋକମାନେ ବିଶ୍ବସ୍ତ ଏବଂ ସଚ୍ଚୋଟତା ସହ ଭଲପାଆନ୍ତି । ମକର ରାଶି ସହ ଏମାନଙ୍କର ବିବାହ କରନ୍ତୁ ନାହିଁ ।

କର୍କଟ ରାଶି :

ଭାବନାର ଗଭୀର ସାଗର ଅଟେ କର୍କଟ ରାଶି । ଯଦି ଏମାନେ କାହାକୁ ଭଲ ପାଆନ୍ତି ତେବେ ପୂର୍ଣ୍ଣ ରୂପରେ ସେମାନଙ୍କର ହୋଇଯାଆନ୍ତି । କର୍କଟ ରାଶି ସହିତ କୁମ୍ଭ ରାଶିର ବିବାହ କରିବା କଥା ନୁହେଁ ।

ସିଂହ ରାଶି :

ଆକର୍ଷଣ ଏବଂ ଆତ୍ମବିଶ୍ବାସରେ ଭରା ହୋଇଥାନ୍ତି ସିଂହ ରାଶି । ଏମାନେ ବହୁତ ଜିଦଖୋର ସ୍ବଭାବର ହୋଇଥାନ୍ତି ସେଥିପାଇଁ ବିବାହ ପରେ ଏମାନଙ୍କ ସହ ସମ୍ଭାଳି ଚଳିବାକୁ ପଡ଼ିଥାଏ ।

କନ୍ୟା ରାଶି :

ଦି ଆପଣ ସାଥିର ଆକର୍ଷଣ ପାଇବାକୁ ଚାହୁଁଛନ୍ତି ଏବଂ ଏହା ଇଚ୍ଛା ରଖନ୍ତି କି ପୂର୍ଣ୍ଣ ରୂପରେ ଆପଣଙ୍କ ସାଥି ଆପଣଙ୍କୁ ଧ୍ୟାନ ଦେଉ ତେବେ କନ୍ୟା ରାଶି ସହିତ ପ୍ରେମ ବା ବିବାହ କରନ୍ତୁ ନାହିଁ କାରଣ ଏହି ରାଶି କେବଳ ନିଜ ଇଚ୍ଛା ଅନୁସାରେ କାମ କରିଥାଏ ।

ତୁଳା ରାଶି :

ଶାନ୍ତ ସ୍ବଭାବର ଏହି ରାଶିର ବ୍ୟକ୍ତିମାନେ । ଯେତେବେଳେ ପ୍ରେମ କଥା ଆସେ ସେତେବେଳେ ଏମାନେ ମନଖୋଲି ଏହାକୁ ଉପଭୋଗ କରିଥାନ୍ତି ସାଙ୍ଗରେ ଏମାନେ ସମସ୍ତଙ୍କୁ ଖୁସି ବାଣ୍ଟନ୍ତି । ଏହି ରାଶି ସହ କନ୍ୟା ରାଶି ସହିତ ବିବାହ କରିବା କଥା ନୁହେଁ ।

ବିଛା ରାଶି :

ପ୍ରେମରେ ବୁଡିବା ବିଛା ରାଶିର ସ୍ବଭାବ ଅଟେ । ଏମାନେ ନିଜର ଏକ ଅଲଗା ଦୁନିଆରେ ରହିବାକୁ ଚାହାଁନ୍ତି । ଏହି ରାଶିର ବ୍ୟକ୍ତି ମେଷ ରାଶି ସହ ପଡେନାହିଁ ।

ଧନୁ ରାଶି :

ଯେଉଁ ବାହାଘର କିମ୍ବା ପ୍ରେମରେ ଖୁସି ଯଶ ଥିବ ସେଠି ଧନୁ ରାଶି ନିଜର ଖୁସି ଖୋଜି ପାଇଥିଲେ । ଏହା ରାଶି ପାଇଁ ସବୁଠାରୁ ଭୟଙ୍କର ମୟ ବୃଷ ରାଶି ହୋଇ ଥାଏ ।

ମକର ରାଶି :

ସତ୍ୟବାଦୀ ଏବଂ ବିଶ୍ଵସ୍ତ ହୋଇଥାନ୍ତି ଏହି ରାଶିର ବ୍ୟକ୍ତି ବିଶେଷ । ମକର ରାଶିର ଚାତକ ଚାହେଁ ତାର ପାର୍ଟନର ମଧ୍ୟ ତାର ସ୍ବଭାବକୁ ପସନ୍ଦ କରୁ । ଏମାନେ ତାଙ୍କ ସାଥିକୁ ବହୁତ ଭଲ ପାଆନ୍ତି । ମିଥୁନ ରାଶି ସହ ଏମାନଙ୍କର ପଡେନାହିଁ ।

କୁମ୍ଭ ରାଶି :

ସାଥିପ୍ରତି ବିଶ୍ଵସ୍ତ ହୋଇଥାନ୍ତି ଏହି ରାଶି । ଏମାନଙ୍କୁ ଧ୍ୟାନ ରଖିବା ନ ଆସିଲେ ମଧ୍ୟ ଏମାନେ କାହାକୁ ଧୋକା ଦିଅନ୍ତି ନାହିଁ । କର୍କଟ ରାଶି ସହିତ ଏହି ରାଶିର ପଡେନାହିଁ ।

ମୀନ ରାଶି :

ରୋମାନ୍ସ କରିବା ଯେମିତି ଏମାନଙ୍କ ପ୍ରତ୍ୟେକ ଶିରା କୋଣରେ ଅଛି । ପ୍ରେମ କରିବା ଏବଂ ତାକୁ ଲିଭାଇବା କେହି ମୀନ ରାଶି ଚାତକ ପାଖରୁ ଶିଖୁ । ଏହି ରାଶିର ବ୍ୟକ୍ତି କନ୍ୟା ରାଶି ଠାରୁ ଦୂରେଇ ରହିବା ଉଚିତ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button