ଶ୍ରୀ ଜଗନ୍ନାଥ ଙ୍କ କଳ୍କି ଅବତାରକୁ ନେଇ ମାଳିକାରେ ମିଳିଲା ଏହି ବଡ ପ୍ରମାଣ, ଜାଣନ୍ତୁ ପୁରା ଘଟଣା -Malika Bichar

ଭବିଷ୍ୟତ ବାଣୀ ହେଉଛି ବ୍ରହ୍ମଙ୍କ ବାଣୀ । ଏହା କେବେବି ଅନ୍ଯଥା ହୁଏନି । ଆମେ ଯାହା ଶୁଣୁଛୁ କିମ୍ବା ଦେଖୁଚୁ ଏହା ମାଳିକା ରେ ଆଗରୁ ବର୍ଣନା କରାଯାଇଛି ।
କୁହା ଯାଏକି ଆମେ ଏହାକୁ ଆଗରୁ ଜାଣିଥିଲେ ହେବ ବୋଲି ମାତ୍ର ଏହାକୁ ମାନି ନଥିଲେ । ବାର ବାର ଶ୍ରୀ ମନ୍ଦିରରୁ ବାନା ଉଡିଯିବା, ବନ୍ୟା ବାତ୍ୟା ଆସିବା, ମହାମାରୀ ଆସିବା ଏଭଳି ସବୁ ଜିନିଷ ମାଳିକା ରେ ଉଲ୍ଲେଖ ଅଛି । କାରଣ ଭବିଷ୍ୟତ ରେ ଯାହାବି ହେବ ତାହା ଶ୍ରୀ ମନ୍ଦିରରୁ ହିଁ ଆରମ୍ଭ ହେବ ତେଣୁ ଯାହାବି ଘଟଣା ଘଟିବ ଏହା ଆଗରୁ ଶ୍ରୀ ମନ୍ଦିରରେ ପୁରୁଷୋତ୍ତମଙ୍କ କ୍ଷେତ୍ରରେ ଏହାର ପ୍ରଭାବ ପଡିବ । ଯେତେ ବି ଭକ୍ତ ଅଛନ୍ତି ସେ ପଞ୍ଚ ସଖା ହୁଅନ୍ତୁ କିମ୍ବା ଆଉ କିଏ ସେତେବେଳେ ସେମାନେ ଯାହାବି କହିଛନ୍ତି ପ୍ରଥମେ ଭଗବାନ ଜଗନ୍ନାଥଙ୍କୁ ନେଇ କହିଛନ୍ତି ।

ଶ୍ରୀ ଜଗନାଥ କ୍ଷେତ୍ରରେ ହେବାକୁ ଯାଉଥିବା ସବୁ ଅଘଟଣକୁ ସେମାନେ ଲେଖି ଯାଇଛନ୍ତି ଯେଉଁ ଥିରୁ କିଛି ହେଉଛି କଳ୍ପ ଗୀତା, ମୋହ କଳ୍ପ ଗୀତା । ଏଥିରେ ଏହା ମଧ୍ୟ ବର୍ଣନା କରାଯାଇଛି କି ଏଠାରେ ଥିବା କଳ୍ପ ବୃକ୍ଷ ମୂଳରେ କେଉଁ ଭଳିରୁଷି ମୁନି ମାନେ ଆସି ନିଜ ଲୀଳା ଖେଳା କରିଥିଲେ ଓ ଭବିଷ୍ୟତରେ ଏଠାରେ କଣ ହେବାକୁ ଯାଉଛି ଏହା ମଧ୍ୟ କହିଥିଲେ । ଆପଣ ଯଶୋବନ୍ତ ଦାସଙ୍କ ଲେଖା ଦେଖନ୍ତୁ କି ଆପଣ ବଳରାମ ଦାଶଙ୍କ ଲେଖା ଦେଖନ୍ତୁ ସେମାନେ ଜଗନ୍ନାଥଙ୍କୁ ଖୁବ ଭଲ ପାଉଥିଲେ ବି ସେମାନେ ନିଜର ସତ୍ୟ ତାକୁ ଲେଖିଛନ୍ତି ।

ଆପଣ ମାନେ ଜାଣିଥିବେ କି ଗତ ବର୍ଷ ଜଗନ୍ନାଥଙ୍କ ରଥ ଯାତ୍ରା ବନ୍ଦ ହୋଇ ଯାଇ ଥାନ୍ତା ମାତ୍ର ଏହାକୁ ଅନେକ ଚର୍ଚ୍ଚା ପରେ କାମରେ ଲଗା ଗଲା କି ଭକ୍ତ ନ ହେଲେ ବି ହାତୀ ରଥକୁ ଟାଣିବ । ଏବେ ଯାହାବି ହେଉଛି କିମ୍ବା ହେବାକୁ ଯାଉଛି ଏହା ସବୁ ପୂର୍ବରୁ ଲେଖା ଜୋଖା ଅଛି କେଉଁ ରାଜାଙ୍କ ସମୟରେ କଣ ହେବ ପୁରୁଷତ୍ତମ ଦେବଙ୍କ ଅମଳରେ କଣ ହେବ ଦିବ୍ୟ ସିଂହ ଦେବଙ୍କ ଅମଳରେ କଣ ହେବ ଏହା ସହ ଅନେକ କିଛି ।

ତେବେ କେଉଁ ରାଜାଙ୍କ ଅମଳରେ କଣ କଣ ଘଟିବ ଏହା ମାଳିକା ରେ ବର୍ଣିତ । ଜଗନ୍ନାଥ ଜଗତର ନାଥ ହେଉଛନ୍ତି ଭାବର ପ୍ରେମିକ ଯିଏ ନିଜର ମନର ଭାବରେ ଜେବଭଳି ତାଙ୍କୁ ଡାକିଛି ସେ ସେଭଳି ସେହି ଜାଗାରେ ଆଶୀ ପହଞ୍ଚି ଛନ୍ତି । ଲୋକଙ୍କ ମତରେ ଇନ୍ଦ୍ର ଦ୍ୟୁନ କହିଥିଲେ କି ଜଗନ୍ନାଥ ମହାପ୍ରଭୁ କେବେବି ପୁରୀ ଛାଡି ଯିବେନି କିନ୍ତୁ ସେ ତାଙ୍କ ଭକ୍ତଙ୍କ ପାଇଁ ଅନେକ ଥର ଯାଇଛନ୍ତି ଭକତ ସାଲବେଗ ଡାକରେ ରଥ ଅଟକି ଯାଇଥିଲା, ବଳରାମ ଦାଶଙ୍କ ବାଲି ରଥରେ ପ୍ରଭୁ ବିଜେ କରିଥିଲେ, ମୀରା ବାଇ ଭଜନାରେ ସେ କୃଷ୍ଣ ହୋଇ ଯାଇଥିଲେ,

ଜୟଦେବଙ୍କ ଗୀତ ଗୋବିନ୍ଦ ପାଇଁ ସେ ଯାଇଥିଲେ, ଛତିଆରେ ହାଡି ଦାସ ଙ୍କ ପାଇଁ ଯାଇଥିଲେ ମଧ୍ୟ । ଏଭଳି ଅନେକ ଥର ହୋଇଛି କି ଏହା ପ୍ରମାଣିତ ହୋଇଛି ଭଗବାନ ମନ୍ଦିରରେ ନୁହେଁ ଆମ ହୃଦୟରେ ରୁହନ୍ତି । ଯେତେବେଳେ ଆମେ ତାଙ୍କୁ ଡାକିଚେ ସେ ଆମକୁ ରକ୍ଷା କରିଛନ୍ତି । କଳି ଯୁଗରେ ମଧ୍ୟ ପାପକୁ ନାଶ କରିବା ପାଇଁ ସେ କଲ୍କି ଅବତାର ନେଇ ଆସିବେ ଏହି ଧାରାକୁ । ଏହା ମଧ୍ୟ ସତ୍ୟ ଅଟେ ।

