ଓଡିଶା

ମୋହନ ସରକାରକୁ ପୂରିବ ଶହେ ଦିନ : ସୁଭଦ୍ରା ଯୋଜନା, ଓଡ଼ିଆ ଅସ୍ମିତା, ରାଜ୍ୟପାଳଙ୍କ ପୁଅ ଆକ୍ରମଣ ପ୍ରସଙ୍ଗରେ ପ୍ରେସ୍‌ମିଟ୍ କରି ବର୍ଷିଲା କଂଗ୍ରେସ

ଭୁବନେଶ୍ଵର, ୧୬/୦୯ : ଆଉ ୪ ଦିନ ପରେ ରାଜ୍ୟରେ ମୋହନ ସରକାରକୁ ହେବ ଶହେ ଦିନ ପୂର୍ତ୍ତି। ଏହି ଅବସରରେ ସୁଭଦ୍ରା ଯୋଜନା, ଆଦାନୀଙ୍କୁ ଗୋପାଳପୁର ବନ୍ଦର, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ଆକ୍ରମଣ କରିବା ଘଟଣା, ଏବଂ ଓଡ଼ିଆ ଅସ୍ମିତା ଆଦି ପ୍ରସଙ୍ଗରେ ପ୍ରେସ୍ମିଟ୍ କରି ବିଜେପି ସରକାରଙ୍କ ବର୍ଷିଲା କଂଗ୍ରେସ।

କଂଗ୍ରେସ କହିଛି ଯେ, ଓଡ଼ିଶାର ସ୍ୱାର୍ଥ ଓ ଅସ୍ମିତା ପାଇଁ କଂଗ୍ରେସ ଲଢେଇ କରୁଛି।

ରଜ୍ୟରେ ମୋହନ ସରକାରକୁ ଶହେ ଦିନ ପୂରିବାକୁ ଯାଉଛି। ଆଉ ୪ ଦିନ ପରେ ରାଜ୍ୟରେ ବିଜେପି ସରକାରକୁ ୧୦୦ ଦିନ ପୂରଣ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନାର ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଖର୍ଚ୍ଚ ହେଉଛି। କାରଣ ତାଙ୍କ ଜନ୍ମଦିନକୁ ଶୁଭଦିନ ଭାବିଲା ବିଜେପି। କହିଥିଲେ ସବୁ ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବ। ହେଲେ ରାଜ୍ୟର ୨ କୋଟି ୨୫ ଲକ୍ଷ ମହିଳାଙ୍କ ମଧ୍ୟରୁ ୩୦ ପ୍ରତିଶତ ମହିଳାଙ୍କୁ ବୟସ ଦେଖାଇ ବାଦ୍ କରିଦେଲେ। ବାକି ୭୦ ପ୍ରତିଶତ ହେଲେ ୧ କୋଟି ୪୦ ଲକ୍ଷ ହେବା କଥା। ମାତ୍ର ଏଭଳି ହେଉ ନାହିଁ। କହିଥିଲେ ସମସ୍ତ ମହିଳାଙ୍କୁ ସାମିଲ କରାଯିବ, ହେଲେ ହେଲାନି କାହିଁକି ? କେତେ ମହିଳାଙ୍କୁ ଶ୍ଵେତପତ୍ର ଜାରି ହେବ ? ୮୩୩ ମହିଳାରେ ଜଣେ ମହିଳା ଉଦ୍ୟୋଗପତି ହେବେ କେମିତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି କଂଗ୍ରେସ।

କଂଗ୍ରେସ ପୁଣି କହିଛି ଯେ, ବିଜେପି ହେଉଛି ପୁଞ୍ଜିପତିଙ୍କ ସରକାର। ଗୋପାଳପୁର ବନ୍ଦର ଆଦାନୀଙ୍କୁ ଦିଆଗଲା। ବିମାନବନ୍ଦର ବି ଦିଆଯିବ। କଣ ପାଇଁ ଆଦାନୀଙ୍କୁ ଓଡ଼ିଶାର ସମସ୍ତ ସମ୍ପତ୍ତି ଟେକି ଦିଆଯିବ ? ଜାନକୀ ବଲ୍ଳଭ ପଟ୍ଟନାୟକ ଆରମ୍ଭ କରିଥିବା ଓମଫେଡ଼କୁ ବି ଘରୋଇ କମ୍ପାନୀକୁ ଦିଆଯିବାକୁ ଯୋଜନା କରାଯାଉଛି। ଗୋପାଳପୁର ଓ ଧାମରା ପୋର୍ଟକୁ ଆଦାନୀକୁ ଦେବା ବିରୋଧରେ କଂଗ୍ରେସ ଆନ୍ଦୋଳନ କରିବ। ଅଦାନୀଙ୍କ ନାମରେ ଦୁଇଟା ବିମାନବନ୍ଦର କରାଇ ଦେବୁନି। ଏ ସରକାର ମୋହନ ସରକାର ନୁହଁ, ମଦାନୀ ସରକାର।

ସେହିପରି ଖଣି ଶେଷ ରାଜ୍ୟକୁ ମିଳିବ ବୋଲି ସୁପ୍ରିମକୋର୍ଟ କହିଥିଲେ। ମାତ୍ର କେନ୍ଦ୍ରର ବିଜେପି ସରକାର ଏହାକୁ ନକରାଇ ଦେବାକୁ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଛି। ଏହାଦ୍ୱାରା ଓଡ଼ିଶାର ଦେଢ଼ ଲକ୍ଷ କୋଟି କ୍ଷତି ହେବ। କେବେ ଆସିବ ଏହି ଟଙ୍କା ?ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଧିକାରୀଙ୍କୁ ଆକ୍ରମଣ କଲା। ହେଲେ ବିଜେପି ଚୁପ୍ ବସିଲା। ଏହା କଣ ଓଡ଼ିଆ ଅସ୍ମିତା। ଅଜୟ କୁମାର କହିଥିଲେ ବାହାର ପୁଞ୍ଜିପତି ଓଡ଼ିଶା ଆସିବେ, ଲୁଟି ନେବେ। ଯାହା ଏଵେ ସତ ହେବାକୁ ଯାଉଛି। ଜଣେ ପୁଞ୍ଜିପତି ଓଡ଼ିଶାକୁ ଲୁଟିବାକୁ ବସିଛନ୍ତି ବୋଲି ମୁଖପାତ୍ର ଡ଼ ବିଶ୍ଵରଞ୍ଜନ ମହାନ୍ତି କହିଛନ୍ତି।

ମୋହନ ମାଝୀ ସରକାରଙ୍କ ସମୟରେ ଦୁଷ୍କର୍ମ ନୁହେଁ, ଗଣଦୁଷ୍କର୍ମ ହେଉଛି। ଉତ୍ତରପ୍ରଦେଶ ହେଲାଣି ଓଡ଼ିଶା। ଊନ୍ନାଓ, ରାମ ମନ୍ଦିରରେ କାମ କରୁଥିବା ମହିଳାଙ୍କୁ ବି ଦୁଷ୍କର୍ମ ହୋଇଛି। ଆଜି ବି ମଣିପୁର ଜଳୁଛି। ଡବଲ ଇଞ୍ଜିନ ସରକାର ପରେ ରାଜ୍ୟ ଦୁଷ୍କର୍ମରେ ଜଳୁଛି। ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି। ଏନ ଏଚ ୫୫ କାମ କେବେ ସରିବ ? ପ୍ରଧାନମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ସସ୍ମିତା ବେହେଲା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button