ଓଡିଶା

ମୁଁ ଆଦିବାସୀ ଝିଅ ଜଙ୍ଗଲରେ ବଢିଛି, ଅନ୍ଧାର ମୋ ସାଥି

ମୋ ଘର କି ଗାଁ କେଉଁଠି ବି ଲାଇନ ନଥିଲା । ମୁଁ ଛୋଟବେଳୁ ଅନ୍ଧାରରେ ବଢିଛି । ଏଇ 9 ମିନିଟର ଅନ୍ଧାର ମୋର କଣ ବା କରିବ ! ମୁଁ ଆଦିବାସୀ ଝିଅ ଜଙ୍ଗଲରେ ବଢିଛି । ଅନ୍ଧାର ମୋ ସାଥି । ସମସ୍ତଙ୍କୁ ଅନ୍ଧାର ଭୟ ଲାଗୁଥିବ ହେଲେ ଏଇ ଅନ୍ଧାର ମୋ ପାଇଁ ବହୁତ ସୁନ୍ଦର । ଯେତେବେଳେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ବେଳେ ଲାଇନ କଟି ଯାଇଥିଲା ଏମିତି କିଛି ଭାବନାକୁ ମନରେ ହସ ହସ ମୁହଁରେ ଅଭିଭାଷଣ ଦେଇ ଚାଲିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଅନ୍ଧାର ତାଙ୍କ ପାଇଁ ସେ ଏକ କବିତା ଗାଇ ଶୁଣାଇଥିଲେ । ଅନ୍ଧାର ତାଙ୍କ ପାଇଁ ଅନ୍ଧାର ନୁହେଁ ସଂଘର୍ଷ ଓ ଆଗକୁ ବଢିବାର ଏକ ଆଶା । ଅନ୍ଧାର ତାଙ୍କ ପାଇଁ ନୂଆ ଏକ ଆଲୁଅର ଆହ୍ଵାନ । ଆମ ଦେଶର ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ ତଥା ତିନି ସେନାର ମୁଖ୍ୟ । ତାଙ୍କ ଗାଁ ପାହାଡପୁର ବୁଲିବା ପାଇଁ ଆସିଥିଲେ ଓ ସେଠାରେ ଦୁଇଦିନ ରହିଥିଲେ । ଘର ଖାଦ୍ଯ ଖାଇ ଶିମିଳିପାଳ ବି ବୁଲିଥିଲେ ।

ହେଲେ ଗତକାଲି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭାଷଣ ଆରମ୍ଭ କରିବାର କିଛି ସମୟ ପରେ ପୁରା ହଲ୍ ରୁ ବିଜୁଳି କଟି ଯାଇଥିଲା । ହେଲେ ସେହି ଅନ୍ଧାରରେ ଭାଷଣ ଦେଇ ଚାଲିଥିଲେ ରାଷ୍ଟ୍ରପତି । ଛୋଟବେଳେ ସେ ଯେମିତି ଡିବିରି ଆଲୁଅରେ ତାଙ୍କର ସଂଘର୍ଷ ଜାରି ରଖିଥିଲେ ସେମିତି ଆଜି ମୋବାଇଲ ଲାଇଟରେ ସେ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ ।

ଲାଇନ ନାହିଁ ବୋଲି ଡରି ଯାଇ ନଥିଲେ ରାଷ୍ଟ୍ରପତି । ଲାଇନ ନାହିଁ ବୋଲି ତାଙ୍କ ଭାଷଣରେ କୌଣସି ବାଧା ସୃଷ୍ଟି ହୋଇ ନଥିଲା । ସେ ନିଜ ମନୋବଳକୁ ଦୃଢ କରି ଭାଷଣ ଦେଇ ଚାଲିଥିଲେ । ଅନ୍ଧାର ତାଙ୍କ କିଛି କ୍ଷତି କରି ପାରିବନି ବୋଲି ସେ ଆହ୍ଵାନ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ଅନ୍ଧାର ତାଙ୍କର ବନ୍ଧୁ କେମିତି ହୋଇପାରେ । ହେଲେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ଏତେ ବଡ ତ୍ରୁଟିକୁ ଏବେ ସବୁ ମହଲରେ ନିନ୍ଦା କରାଯାଉଛି । ଏନେଇ ବିଶ୍ଵବିଦ୍ୟାଳୟ କୁଳପତି ନିଜେ ନିଜକୁ ଦାୟୀ କରିଛନ୍ତି ଓ ଏଥିପାଇଁ ଲଜ୍ଜିତ ବୋଲି କହିଛନ୍ତି । ଘଟଣାର ଯାଞ୍ଚ କରିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଡକାଯାଇଛି ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button