ମାତ୍ର ୧୦ ସେକେଣ୍ଡରେ ଦୂର କରନ୍ତୁ ବେକ ଯନ୍ତ୍ରଣା, କେବଳ କରନ୍ତୁ ଏହି କାମ

ଏଣିକି ରୋଗ ବିଭିନ୍ନ ଉପାୟରେ ଲୋକଙ୍କୁ ଗ୍ରାସ କରୁଛି। ଛୋଟିଆ ରୋଗ ପାଇଁ ମଧ୍ୟ ବଡ କ୍ଷତି ସହିବାକୁ ପଡୁଛି। ଆପଣ ପ୍ରାୟ ସମୟରେ ଦେଖିଥିବେ ଅନେକ ଲୋକ ବେକ ଯନ୍ତ୍ରଣାରେ ପୀଡିତ ରହୁଛନ୍ତି। ଏଥିପାଇଁ ସେମାନେ ବହୁତ ଅକଥନୀୟ ଯନ୍ତ୍ରଣା ସହନ୍ତି। ଏମିତି ଏଥିପାଇଁ ହୁଏ କାରଣ ଭୁଲ ବଡି ପୋଶ୍ଚର, ଅଚାନକ ଝଟକା ଲାଗିବା କିମ୍ବା ଅଧିକ ଚିନ୍ତା କାରଣରୁ ମଧ୍ୟ ବେକରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ।
ମେରୁଦଣ୍ଡ ହାଡ଼ ବା ସ୍ପାଇନାଲ୍ କର୍ଡ ମୁଖ୍ୟତଃ ମସ୍ତିଷ୍କରୁ ଆସୁଥିବା ସୂଚନାକୁ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପର୍ଯ୍ୟନ୍ତ ପହଞ୍ଚାଇଥାଏ। କୌଣସି କାରଣରୁ ସ୍ପାଇନାଲ୍ କର୍ଡ ବାଧାପ୍ରାପ୍ତ ହେଲେ ଏହା ପୂରା ଶରୀର ଲାଗି ଘାତକ ସାବ୍ୟସ୍ତ ହୋଇଥାଏ। ଫଳରେ ମସ୍ତିଷ୍କରୁ ଶରୀରର ବିଭିନ୍ନ ଅଙ୍ଗକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ଏଥିଯୋଗୁ ପକ୍ଷାଘାତ ହେବାର ଆଶଙ୍କା ଅଧିକ ସୃଷ୍ଟି ହୋଇଥାଏ।
ଏଥିପାଇଁ ଯଦି ଆପଣଙ୍କର ଏହି ବେକ ଯନ୍ତ୍ରଣା ସମସ୍ୟା ହେଉଛି ତେବେ ଡାକ୍ତର ପରାମର୍ଶ ନେବା ସହିତ ଏକ ଏମିତି ବ୍ୟାୟାମ ଅଛି ଯାହାକୁ ଆପଣେଇଲେ ମାତ୍ର ୧୦ ସେକେଣ୍ଡରେ ବେକ ଯନ୍ତ୍ରଣାରୁ ମୁକ୍ତି ମିଳିବ। ତେବେ ଆସନ୍ତୁ ଜାଣିବା ଏଥିପାଇଁ କଣ କରିବାକୁ ହେବ।
-ସର୍ବପ୍ରଥମେ ବ୍ୟାୟାମ କରିବା ପାଇଁ ଏକ ମ୍ୟାଟକୁ ଭୂମିରେ ବିଛାନ୍ତୁ ଏବଂ ପିଠି ପଟକୁ ସିଧା କରି ଶୋଇ ପଡନ୍ତୁ।
-ନିଜ ଶରୀରରକୁ ଢ଼ିଲା ଛାଡନ୍ତୁ ଏବଂ ବିଲକୁଲ ରିଲାକ୍ସ ରୁହନ୍ତୁ।
-ଏବେ ଏକ ଟାେଓ୍ଵଲକୁ ମୋଡି ରୋଲ ଭଳି କରିଦିଅନ୍ତୁ।
-ଏହି ରୋଲ କରିଥିବା ଟାେଓ୍ଵଲକୁ ନେଇ ନିଜ ଡାହାଣ କାନ୍ଧର ଠିକ୍ ତଳେ ରଖନ୍ତୁ।
-ଏବେ ଆପଣ ଆପଣଙ୍କ ଡାହାଣ ହାତକୁ ମୁଣ୍ଡ ଆଡକୁ ନେଇ ୯୦ ଡିଗ୍ରୀରେ ମୋଡନ୍ତୁ।
-ଏହି ସମୟରେ ଆପଣ ବାମ ହାତକୁ ଛାତି ଏବଂ ଡାହାଣ ହାତକୁ କାନ୍ଧ ଉପରେ ରଖନ୍ତୁ।
-ଏହି ପଜିସନରେ ୧୦ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ।
-ଏପରି କରିବା ଦ୍ୱାରା ଆପଣଙ୍କ ଲକ୍ ହୋଇଥିବା ବେକ ଖୋଲିଯିବ ଏବଂ ଯନ୍ତ୍ରଣା ଠାରୁ ମୁକ୍ତି ମିଳିବ।
-ଯଦି ସମ୍ଭବ ହୋଇପାରୁଛି ତ ଏହି ବ୍ୟାୟାମକୁ ଅନେକ ଥର କରିପାରିବେ।



