କ୍ରୀଡା

ବିସିସିଆଇରେ ‘ବିନ୍ନି’ ବସ୍

ବିସିସିଆକୁ ମିଳିଲା ନୂଆ ଅଧ୍ୟକ୍ଷ। ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ବାଦ ବିବାଦର ଘଟିଲା ଅନ୍ତ। ବିସିସିଆକୁ ମିଳିଲା ନୂଆ ଅଧ୍ୟକ୍ଷ। ସୌରଭ ଗାଙ୍ଗୁଲି ପୁଣି ଥରେ ଅଧ୍ୟକ୍ଷ ପଦ ସମ୍ଭାଳିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ବେଳେ ସେଥିରେ ପୂର୍ଣ୍ଣଚ୍ଚେଦ ପଡିଛି । ଗାଙ୍ଗୁଲିଙ୍କ ସ୍ଥାନରେ ଭାରତର ପୂର୍ବତନ କ୍ରିକେଟର ରୋଜର ବିନ୍ନି ମନୋନିତ ହୋଇଛନ୍ତି । ମୁମ୍ୱାଇଠାରେ ବିସିସିଆଇ ର ୩୬ ତମ ଆନୁଆଲ ଜେନେରାଲ ମିଟିଙ୍ଗରେ ନୂତନ ଅଧ୍ୟକ୍ଷଙ୍କ ଭାବେ ବିନିଙ୍କ ନାଁରେ ମୋହର ଲାଗିଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହା, ସଭାପତି ସୌରଭ ଗାଙ୍ଗୁଲି, ଉପସଭାପତି ରାଜୀଭ ଶୁକ୍ଳା ପ୍ରମୁଖ ମଧ୍ୟ ସେହି ବୈଠକରେ ଉପସ୍ଥିତ ଥିଲେ। ରୋଜର ବିନି ବିସିସିଆଇର ୩୬ତମ ଅଧ୍ୟକ୍ଷ ଅଟନ୍ତି ।

ରୋଜର ବିନ୍ନି ଭାରତର ପୂର୍ବତନ କ୍ରିକେଟର । ୧୯୮୩ରେ ଯେତେବେଳେ ଭାରତ ଓ୍ୱାର୍ଲ୍ଡ କପ ଜିତିଥିଲା, ସେତେବେଳେ ବିନ୍ନିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ବିନ୍ନି ଓ୍ୱାର୍ଲ୍ଡ କପରେ ସର୍ବାଧିକ ୧୮ଟି ୱିକେଟ ନେଇଥିଲେ । ଯାହା ଫଳରେ ବିଶ୍ୱକପ ହାତେଇବା ପାଇଁ ଇଣ୍ଡିଆର ରାସ୍ତା ସହଜ ହୋଇଯାଇଥିଲା । ସେ ଆଉ ମଧ୍ୟ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଚୟନ କର୍ତ୍ତା ଭାବେ କାର୍ଯ୍ୟ କରିଛନ୍ତି । ବର୍ତମାନ ସେ କର୍ଣ୍ଣାଟକ ଷ୍ଟେଟ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ । ତେବେ ବିସିଆଇ ଅଧ୍ୟକ୍ଷ ପଦ ନିର୍ବାଚନ ରେସରେ ସର୍ବ ଆଗରେ ରହିଥିଲା ବିନ୍ନିଙ୍କ ନାଁ । ତେବେ ସୌରଭ ଗାଙ୍ଗୁଲି ପୁଣି ଥରେ ବିସିସିଆଇ ପ୍ରେସିଡେଣ୍ଟ ହେବା ନେଇ ମଧ୍ୟ ବହୁ ଚର୍ଚ୍ଚା ହେଉଥିଲା । ଏହାକୁ ନେଇ ରାଜନୀତି ମଧ୍ୟ ଦେଖିବାକୁ ମିଳିଥିଲା । ଗାଙ୍ଗୁଲି ବିଜେପିରେ ନ ମିଶିବାରୁ ତାଙ୍କୁ ଅଧ୍ୟକ୍ଷ ପଦରୁ ଆଉଟ କରିବାକୁ ଚାହୁଁଛି ବୋଲି ଟିଏମସି ଦୋଷାରୋପ କରିଥିଲା ବେଳେ ଏହା କଡା ଜବାବ ରଖିଥିଲା ବିଜେପି । ଖେଳ ଭିତରେ ରାଜନୀତିକୁ  ନ ପୁରାଇବାକୁ କହିଥିଲା ବିଜେପି ।

ବିସିଆଇର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବିନ୍ନି । ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ଭାବେ ତାଙ୍କ ଯାତ୍ରା କିଭଳି ରହୁଛି ଓ କ୍ରିକେଟକୁ ମଜଭୂତ କରିବା ପାଇଁ ଭବିଷ୍ୟତରେ ବିନ୍ନିଙ୍କ ପଦକ୍ଷେପ ରହିବ ତାହା ଦେଖିବା ବାକି ରହିଲା।

Related Articles

Leave a Reply

Your email address will not be published. Required fields are marked *

Back to top button