ନୀତି

ଅନ୍ୟଥା ହୁଅନ୍ତୁ ନାହିଁ ପାପର ଭାଗିଦାର, ଜାଣି ରଖନ୍ତୁ କେଉଁ ଦିନ ବେଲପତ୍ର ତୋଳିବା ଅନୁଚିତ

ଭଗବାନ ଶିବଙ୍କର ଅତିପ୍ରିୟ ହେଉଛି ବେଲପତ୍ର। ବେଲପତ୍ର ଅର୍ପଣ କରିବା ଦ୍ୱାରା ପ୍ରଭୁ ପ୍ରସନ୍ନ ହୋଇଥାଆନ୍ତି ଏବଂ ଭକ୍ତଙ୍କ ଇଚ୍ଛା ପୂରଣ କରିଥାଆନ୍ତି। ତେବେ ପବିତ୍ର ବେଲପତ୍ରକୁ ଗଛରୁ ଛିଡ଼ାଇବାରେ ଶାସ୍ତ୍ରରେ କିଛି ନିୟମ ରହିଛି। ଏପରି କିଛି ବିଶେଷ ଦିନ ଅଛି ଯେଉଁଦିନ ବେଲପତ୍ର ଛିଡ଼ାଇବାକୁ ଶାସ୍ତ୍ରରେ ବାରଣ କରାଯାଇଛି।

ତେବେ ଆପଣ ଏହି ନିୟମ ବିଷୟରେ ନଜାଣି ପାରି ଅଜାଣତରେ ପାପର ଭାଗିଦାରୀ ହୋଇଯାନ୍ତି। ବେଲଗଛ, ବେଲ ପତ୍ର ଏବଂ ତାର ଫଳକୁ ନେଇ ଅନେକ ମାନ୍ୟତା ରହିଛି। ଭଗବାନ ଶିବ ବେଲପତ୍ରର ଅତ୍ୟନ୍ତ ପ୍ରିୟ ଅଟନ୍ତି। ବେଲପତ୍ରକୁ ପାଦରେ ମାଡିବା ମଧ୍ୟ ବହୁତ ଖରାପ ବୋଲି କୁହାଯାଏ।

vilvaତେବେ ଆସନ୍ତୁ ଜାଣିବା କେଉଁ ଦିନ ବେଲପତ୍ର ଛିଡ଼ାଇବା ଅନୁଚିତ୍

ଶାସ୍ତ୍ର ଅନୁସାରେ, ଚତୁର୍ଥୀ, ଅଷ୍ଟମୀ, ନବମୀ, ଚତୁର୍ଦଶୀ, ଅମାବାସ୍ୟା ଓ ସଂକ୍ରାନ୍ତିରେ ଗଛରୁ ବେଲପତ୍ର ତୋଳିବା ଉଚିତ ନୁହେଁ। ଏହି ଦିନଗୁଡିକରେ ଯଦି ସୋମବାର ପଡୁଥାଏ ତେବେ ପୂର୍ବଦିନ ଗଛରୁ ପତ୍ର ତୋଳି ରଖିପାରିବେ।

ଶିବଙ୍କ ଉପରେ ଲାଗିଥିବା ବେଲପତ୍ରକୁ ସ୍ବଚ୍ଛପାଣିରେ ଧୋଇ ଶିବଙ୍କ ପୂଜାରେ ପୂନର୍ବାର ଲାଗାଇପାରିବେ। ବେଲପତ୍ର ତୋଳିବା ପୂର୍ବରୁ ଓ ପରେ ମନ ଭିତରେ ବେଲଗଛକୁ ନମସ୍କାର କରନ୍ତୁ। ଏବଂ ଯଦି ଆପଣ ବେଲ ଗଛରେ ଚଢ଼ି ପତ୍ର ତୋଲନ୍ତି ତେବେ ପ୍ରଥମେ ଗଛକୁ ପ୍ରଣାମ କରି ଯିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button