ମନୋରଞ୍ଜନ

TV ସିରିଏଲ ‘Nagin’ ରୁ ଫେମସ ହୋଇଥିବା ଏହି Actress ମାନେ ସୁନ୍ଦର ଦେଖା ଯିବା ପାଇଁ ଖର୍ଚ୍ଚ କରିଥାନ୍ତି ଲକ୍ଷ ଲକ୍ଷ ଟଙ୍କା, ଯାହାଙ୍କୁ ବିନା ମେକପରେ ଦେଖିଲେ ଆପଣ ବି ଚିହ୍ନି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଟିଭି ସିରିଏଲ ‘ନାଗିନ’ ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ସମ୍ବନ୍ଧରେ । ବନ୍ଧୁଗଣ ବର୍ତ୍ତମାନ ସୁଦ୍ଧା ସିରିଏଲ ‘ନାଗିନ’ ର ପଞ୍ଚମ ସଂସ୍କରଣ ଆରମ୍ଭ ହୋଇସାରିଛି । ଏହା ପୂର୍ବରୁ ୪ଟି ସଂସ୍କରଣ ସମାପ୍ତ ହୋଇସାରିଛି । ଏହି ସିରିରେ ଛୋଟ ପରଦାର ଅନେକ ପ୍ରସିଦ୍ଧ ଅଭିନେତ୍ରୀ ଅଭିନୟ ମଧ୍ୟ କରିଛନ୍ତି। ଏହି ସିରିଆଲ ରେ ଅଭିନୟ କରିଥିବା ଅଭିନେତ୍ରୀ ନିଜର ଅଭିନୟ ଏବଂ ସୁନ୍ଦରତା ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଥିଲେ।

ଏହି ଅଭିନେତ୍ରୀ ମାନଙ୍କ ଅଭିନୟ ପାଈଁ ଏହି ଟିଭି ସୋ ଟି ବହୁତ ମାତ୍ରାରେ ପ୍ରସିଦ୍ଧ ତଥା ଲୋକପ୍ରିୟ ହୋଇଥିଲା । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ ସିରିଏଲ ରେ ମେକଅପ ଦ୍ୱାରା ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିବା ଏହି ଅଭିନେତ୍ରୀ ବାସ୍ତବ ଜୀବନରେ ସୁନ୍ଦର ଅଟନ୍ତି ନା ଅସୁନ୍ଦର । ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ଏଭଳି ଅଛନ୍ତି ଯିଏ ବିନା ମେକଅପ ରେ ମଧ୍ୟ ବହୁତ ସୁନ୍ଦର ଦେଖା ଯାଆନ୍ତି କିନ୍ତୁ କିଛି ଅଭିନେତ୍ରୀ ଏଭଳି ଅଛନ୍ତି ତାଙ୍କୁ ବିନା ମେକଅପ ରେ ଚିହ୍ନିବା ମଧ୍ୟ କଷ୍ଟକର ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ସେହି ଅଭିନେତ୍ରୀ ମାନେ ବିନା ମେକଅପ ରେ କିଭଳି ଦେଖାଯାଆନ୍ତି । ତା ହେଲେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ‘ନାଗିନ ୩’ରେ ନାଗରାଣୀ ରୁହି ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ‘କରିସ୍ମା ତନ୍ନା’ ଙ୍କ ବିଷୟରେ । ଏହି ଅଭିନେତ୍ରୀ ଜଣକ ଅନସ୍କ୍ରିନ ମେକଅପ ଦ୍ୱାରା ବହୁତ ସୁନ୍ଦର ଦେଖାଯାଆନ୍ତି । କିନ୍ତୁ ବିନା ମେକଅପ ଦ୍ୱାରା ଏହି ଅଭିନେତ୍ରୀ ଜଣକ ବହୁତ ହିଁ ଅସୁନ୍ଦର ଦେଖାଯାଆନ୍ତି । ତାଙ୍କ ଚେହେରା ର ସମସ୍ତ ଦାଗ ସ୍ପଷ୍ଟ ଭାବରେ ଜଣା ପଡ଼ିଯାଇଥାଏ ।

୨. ‘ନାଗିନ ୩’ ରେ ବୃନ୍ଦା ନାମରେ ମୁଖ୍ୟ ଚରିତ୍ର ରୂପେ ଅଭିନୟ କରିଥିବା ଅଭିନେତ୍ରୀ ‘ନିୟା ଶର୍ମା’ ମେକଅପ ଦ୍ୱାରା ତ ବହୁତ ସୁନ୍ଦର ଦେଖାଯାଆନ୍ତି କିନ୍ତୁ ବିନା ମେକଅପ ଦ୍ୱାରା ତାଙ୍କ ଆଖି ତଳେ ଥିବା ଦାଗ ସ୍ପଷ୍ଟ ରୂପେ ଜଣା ପଡିଯାଇଥାଏ । କିନ୍ତୁ ତଥାପି ବିନା ମେକଅପ ରେ ମଧ୍ୟ ଏହି ଅଭିନେତ୍ରୀ ସୁନ୍ଦର ଦେଖାଯାଆନ୍ତି ।

୩. ‘ନାଗିନ ୫’ ରେ ବାନୀ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ‘ସୁରଭି ଚନ୍ଦନା’ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ମୋହିତ କରି ଦେଇଛନ୍ତି ଏବଂ ଏହା ସହିତ ନିଜର ସୁନ୍ଦରତା ପାଇଁ ମଧ୍ୟ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ଜାଗା ତିଆରି କରିଦେଇଛନ୍ତି । ଏହି ଅଭିନେତ୍ରୀ ଜଣକ ମେକଅପ ଦ୍ୱାରା ତ ବହୁତ ସୁନ୍ଦର ଦେଖାଯାଆନ୍ତି କିନ୍ତୁ ବିନା ମେକଅପରେ ସେ ଅତ୍ୟଧିକ ସୁନ୍ଦର ଦେଖାଯାଆନ୍ତି ।ତାଙ୍କ ଚେହେରା ରେ କୌଣସି ଦାଗ ମଧ୍ୟ ଦେଖାଯାଏ ନାହିଁ । ସେ ନିଜ ସ୍କିନ ର ବହୁତ ଯତ୍ନ ନିଅନ୍ତି ବୋଲି ଶୁଣିବାକୁ ମିଳିଛି ।

୪. ‘ନାଗିନ’ ସିରିଏଲ ରେ ଶିବନ୍ୟା ନାମରେ ମୁଖ୍ୟ ଚରିତ୍ର ରୂପେ ଅଭିନୟ କରିଥିବା ଅଭିନେତ୍ରୀ ‘ମୋନି ରଏ’ ଘରେ ଘରେ ପ୍ରସିଦ୍ଧ। ସେ ନିଜର ଅଭିନୟ ସହ ନିଜ ସୁନ୍ଦରତା ପାଇଁ ମଧ୍ୟ ଲୋପ୍ରିୟତା ହାସଲ କରିଛନ୍ତି । ଅନସ୍କ୍ରିନ ମେକଅପ ଦ୍ୱାରା ତ ଏହି ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଆନ୍ତି ଏହା ସହିତ ଅଫସ୍କ୍ରିନ ମଧ୍ୟ ବିନା ମେକଅପ ରେ ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଏବଂ ଗୋରା ଦେଖାଯାଆନ୍ତି ।

୫. ‘ସେସା’ ନାମକ ଚରିତ୍ର ରେ ସିରିଏଲ ନାଗିନରେ ଅଭିନୟ କରିଥିବା ଅଭିନେତ୍ରୀ ‘ଅଦା ଖାନ’ ନିଜ ଅଭିନୟ ଏବଂ ସୁନ୍ଦର ଚେହେରା ପାଇଁ ସମସ୍ତଙ୍କ ହୃଦୟ ରେ ନିଜର ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଅନସ୍କ୍ରିନ ମେକଅପ ଦ୍ୱାରା ବହୁତ ସୁନ୍ଦର ଦେଖାଯାଆନ୍ତି ଏବଂ ଅଫସ୍କ୍ରିନ ଏହି ଅଭିନେତ୍ରୀ ଜଣକ ବିନା ମେକଅପ ରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଆନ୍ତି । ବିନା ମେକଅପ ରେ ଏହି ଅଭିନେତ୍ରୀ ଙ୍କ ଚେହେରା ର ଦାଗ ସ୍ପଷ୍ଟ ଜଣା ପଡିଯାଇଥାଏ ସତ କିନ୍ତୁ ତାହା ତାଙ୍କ ସୁନ୍ଦରତା ମଧ୍ୟରେ ଲୁଚିଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button