ମନୋରଞ୍ଜନ

ସନ୍ଧ୍ୟାରେ ଘରେ ପ୍ରସ୍ତୁତ କରନ୍ତୁ କ୍ରିସ୍ପି ଆଇସକ୍ରିମ୍ ପକୋଡା

ସାଧାରଣତଃ ଖରାଦିନରେ ଲୋକମାନେ ଅଧିକାଂଶ ଆଇସକ୍ରିମ ଖାଇବାକୁ ଅଧିକ ପସନ୍ଦ କରନ୍ତି। ତାତିରୁ ଶରୀରକୁ ଥଣ୍ଡା କରିବାର ସବୁଠାରୁ ସରଳ ଉପାୟ ହେଉଛିକ ଆଇସକ୍ରିମ। ଏନେକ ବଜାରରେ ବିଭିନ୍ନ ଫ୍ଳେବରର ଆଇସକ୍ରିମ୍ ମଧ୍ୟ ମିଳୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଆଇସକ୍ରିମର ରେସିପି କହିବାକୁ ଯାଉଛୁ ଯାହାକୁ ଆପଣ ଘରେ ପ୍ରସ୍ତୁତ କରିବା ସହ ସମସ୍ତଙ୍କୁ ଖୁଆଇ ମଧ୍ୟ ପାରିବେ। ତେବେ ଆଉ ଡେରି କାହିଁକି ପଢ଼ନ୍ତୁ ଘରେ ସ୍ବାଦିଷ୍ଟ ଆଇସକ୍ରିମ ପକୋଡା ପ୍ରସ୍ତୁତ କରିବାର ସହଜ ଉପାୟ।

ice cream pokara

ଆବଶ୍ୟକ ସାମଗ୍ରୀ

କଣ୍ଣଫ୍ଲୋର – ୨କପ
ତେଲ – ଆବଶ୍ୟକ ଅନୁଯାୟୀ
ମଇଦା – ୩ ଚାମଚ
ଚେରି – ଅଳ୍ପ
ଭାନିଲା ଅଥବା ଆପଣଙ୍କ ମନପସନ୍ଦ ଫ୍ଳେବର ଆଇସକ୍ରିମ – ୨କପ
ଚକୋଲେଟ ସିରଫ – ୩ ଚାମଚ
ଆଇସକ୍ରିମ ସ୍କୁପ – ଆବଶ୍ୟକ ପରିମାଣରେ

ice cream

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ ଆଇସକ୍ରିମ ସ୍କୁପକୁ ଏକ କାଚ ପାତ୍ରରେ ଫ୍ରିଜରେ ରଖି ଦିଅନ୍ତୁ। ଏବେ ମଇଦାରେ ପାଣି ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ କେକ ପାଉଡ଼ରରେ କଣ୍ଣଫ୍ଲୋର ମିଶାଇ ଦିଅନ୍ତୁ। ଏହାପରେ ଆଇସକ୍ରିମ ସ୍କୁପକୁ କେକ ପାଉଡ଼ର ଉପରେ ରଖି ୨ ଘଣ୍ଟା ଫ୍ରିଜରେ ରଖି ଦିଅନ୍ତୁ। ୨ ଘଣ୍ଟା ପରେ ରଖିଥିବା ଆଇସକ୍ରିମ ସ୍କୁପକୁ ମଇଦା ଘୋଳରେ ବୁଡ଼ାଇ କଣ୍ଣଫ୍ଲୋର ଗୁଣ୍ଡରେ ବୁଡ଼ାଇ ପୁଣି ଫ୍ରିଜରେ ୨ ଘଣ୍ଣା ଫ୍ରିଜରେ ରଖନ୍ତୁ।

fried-ice-cream

ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫ୍ରିଜ ରଖିଥିବା ଆଇସକ୍ରିମ ସ୍କୁପକୁ ଫ୍ରାଏ କରନ୍ତୁ। ଏବେ ଏହି ଫ୍ରାଏ ହୋଇଥିବା ଆଇସକ୍ରିମ ସ୍କୁପକୁ ଭାନିଲା ଆଇସକ୍ରିମରେ ଫ୍ରାଏ ହୋଇଥିବା ଆଇସକ୍ରିମ ସ୍କୁପକୁ ରଖନ୍ତୁ। ଏହାଉପରେ ଚେରି ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଇସକ୍ରିମ ପକୋଡ଼ା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button