ବିଚାର

ଶତ୍ରୁଙ୍କୁ ପରାସ୍ତ କରିବାର ଏହି ମହା ଉପାୟ କରି ଦେଖନ୍ତୁ, ଯେତେ ବଡ ଶତ୍ରୁ ହେଲେ ବି ଗୋଡତଳେ ଆସି ପଡିବେ

ଚାଣକ୍ୟ କହିଛନ୍ତି କି ଏହି ସଂସାରରେ କେହି କାହାର ଶତ୍ରୁ କିମ୍ବା ମିତ୍ର ହୋଇ ଜନ୍ମ ହୋଇ ନଥାନ୍ତି । କିନ୍ତୁ ଆମ କଥା ଏବଂ କାର୍ଯ୍ୟରୁ ଶତ୍ରୁ କିମ୍ବା ମିତ୍ର ସୃଷ୍ଟି ହୋଇଥାନ୍ତି । ମୁଖ ପଦ୍ମ ପାଖୁଡା ଭଳି ସୁନ୍ଦର ଏବଂ କଥା ଚନ୍ଦ୍ର ଭଳି ଶୀତଳ ହୋଇଥିଲେ ମଧ୍ୟ ଯଦି ହୃଦୟରେ କ୍ରୋଧ ଏବଂ ଅନ୍ୟର ହାନି କରିବାର ଅଭିଳାଷ ଥାଏ ତେବେ, ସେମାନେ ଧୂର୍ତ୍ତ ବା ଶତ୍ରୁ ହୋଇଥାନ୍ତି । ତେବେ ଶାସ୍ତ୍ରରେ ଶତ୍ରୁକୁ ବଶ ବା ପରାସ୍ତ କରିବାର ଉପାୟ ରହିଛି ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ।

ଯେକେହି ଶତ୍ରୁ ଆପଣଙ୍କୁ ହଇରାଣ କରୁଥାଉ ବା ଅନିଷ୍ଟ ଚିନ୍ତା କରୁଥାଉ ପଛେ ଆପଣ ଯଦି ଏହି ଉପାୟକୁ କରିବେ ତେବେ ଶତ୍ରୁ ତା’ର ଦୋଷ ସ୍ଵୀକାର କରି ଆପଣଙ୍କ ସହ ମିତ୍ରତା କରିବାକୁ ବାଧ୍ୟ କରିହେବ । ଏହି ଉପାୟକୁ ଆପଣଙ୍କୁ ୮ଟି ଶନିବାର ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ କିମ୍ବା ସୂର୍ଯ୍ୟ ଅସ୍ତ ହେବା ଠିକ ପୂର୍ବରୁ କରିପାରିବେ । ଏହି ଉପାୟ କରିବା ପାଇଁ ଦରକାର ହେବ ଆପଣ ଗଣି ଗଣି ଅକ୍ଷତ ଅରୁଆ ଚାଉଳ ୪୦ଟି, ଗୋଟା ବିରି ୩୦ଟି ଏବଂ ଏହାସହ ଏକ ପାଚିଲା ଲେମ୍ବୁ ଯେଉଁଥିରେ କୌଣସି କୌଣସି ଖୁଣ ନଥିବ ।

ଏହିସବୁ ଜିନିଷକୁ ନେଇ ଆପଣ ଏକ ନିରୋଳା ଜନଶୂନ୍ୟ ରାସ୍ତାକୁ ଯାଆନ୍ତୁ । ସେହିଠାରେ ଏକ ଛୋଟିଆ ଗାତ ଟିଏ ଖୋଳି ଦିଅନ୍ତୁ ଓ ସେଥିରେ ୪୦ଟି ଅରୁଆ ଚାଉଳ, ୩୦ଟି ବିରି ପକେଇ ଦିଅନ୍ତୁ । ଲେମ୍ବୁକୁ ଆପଣ ଘରୁ ଦୁଇଫାଳ କରି ନେଇପାରିବେ ନଚେତ ସାଙ୍ଗରେ ଏକ ଛୁରୀ ନେଇ ଯାଆନ୍ତୁ ଓ ଲେମ୍ବୁକୁ ଦୁଇଫାଳ କରି ସେହି ଅରୁଆ ଚାଉଳ ଓ ବିରି ଉପରେ ଚିପୁଡି ଦିଅନ୍ତୁ ।

ଏହାପରେ ସେହି ଗାତରେ ଲେମ୍ବୁ ଚୋପାକୁ ପକେଇ ଗାତକୁ ଭଲ ଭାବେ ପୋତି ଦିଅନ୍ତୁ । ପୋତି ସାରିବା ପରେ ଆପଣ ନିଜ ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ ଓ ତାଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଯେପରି ଆପଣଙ୍କ ଶତ୍ରୁ ଯାହା ବି ଷଡଯନ୍ତ୍ର କରୁଛି ବା ଅନିଷ୍ଟ ଚିନ୍ତା କରୁଛି ଯାହା ଯେପରି ଅନାୟାସରେ ଦୂର ହେବ । ଏହାପରେ ଆପଣ ଘରକୁ ଫେରି ଆସନ୍ତୁ । ଫେରିବା ସମୟରେ ଅପ୍ନା କାହା ସହ ବି କଥା ହେବେ ନାହିଁ କି ପଛକୁ ଫେରି ଦେଖିବେ ନାହିଁ ।

ପୂର୍ବରୁ ଗାର ବାହାରେ ଏକ ପାତ୍ରରେ ଧୋଇ ହେବା ପାଣି ରଖିଥିବେ । ଭଲ ଭାବେ ଧୋଇ ହେବା ପରେ ଆପଣ ଗୃହକୁ ପ୍ରବେଶ କରନ୍ତୁ । ଏହିପରି ୮ଟି ଶନିବାର କରନ୍ତୁ ଓ ଏହା ମଧ୍ୟରେ ଯଦି ଅମାବାସ୍ୟା ଆସେ ତେବେ ସେଦିନ ମଧ୍ୟ ଏହି ଉପାୟ କରନ୍ତୁ ।

ଶତ୍ରୁଙ୍କୁ ପରାସ୍ତ କରିବାର ଆଉ ଏକ ମହା ଉପାୟ ହେଉଛି ଆପଣ ଏକ ଭୁଜପତ୍ର କଳା କଲମରେ ନିଜ ଶତ୍ରୁ ମାନଙ୍କ ନାଁ ଲେଖି ଦିଅନ୍ତୁ । ଏହାପରେ ଏହାକୁ ଚାରି ଭାଙ୍ଗ କରି ଏକ ମହୁ ବୋତଲ ଭିତରେ ରଖି ଏହି ବୋତଲକୁ ଘରର କୌଣସି ସ୍ଥାନରେ ଲୁଚେଇ ଦିଅନ୍ତୁ ।

ଏହିସବୁ ଉପାୟ କରି ଦେଖନ୍ତୁ ଦେଖିବେ ଆପଣଙ୍କ ଶତ୍ରୁମାନେ ଯାହାବି ଷଡଯନ୍ତ୍ର କରୁଛନ୍ତି ସେଥିରେ ବିଫଳ ହେବେ ଓ ନିଜ ଭୁଲ ବୁଝିପାରି ଆପଣଙ୍କ ପାଖରେ ଆସି କ୍ଷମା ପ୍ରାର୍ଥନା କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button