ସ୍ୱାସ୍ଥ୍ୟ

କ୍ୟାନ୍‌ସର ସହ ଏସବୁ ରୋଗକୁ ମାତ୍‌ ଦେବ ପାନମଧୁରୀ

ପାନମଧୁରୀରେ ବହୁ ଔଷଧୀୟ ଗୁଣ ରହିଛି, ଏଣୁ ପ୍ରାୟତଃ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି। କିଛି ଲୋକ ଖାଇବା ପରେ ମାଉଥ୍‌ ଫ୍ରେସନର୍‌ ଭାବେ ମଧ୍ୟ ପାନମଧୁରୀ ଖାଇଥାନ୍ତି। ଯାହା ପାଟିର ଦୁର୍ଗନ୍ଧ କରିଥାଏ। ପାନରେ ମଧ୍ୟ ଏକ ପ୍ରମୁଖ ମସଲା ଭାବେ ପାନମଧୁରୀର ବ୍ୟବହାର କରାଯାଏ।

saunf

ପାନମଧୁରୀରେ କପର, ପୋଟାସିୟମ୍‌, କ୍ୟାଲସିୟମ୍‌, ଜିଙ୍କ୍‌, ମାଙ୍ଗାନିଜ୍‌, ଆଇରନ୍‌, ସେଲେନିୟମ୍‌, ମ୍ୟାଗ୍ନେସିୟମ୍‌ ସହ ଆଣ୍ଟି ଇନ୍‌ଫ୍ଲେମେଟୋରୀ, ଆଣ୍ଟି ମାଇକ୍ରୋବିୟଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ପ୍ରଚୁର ପରିମାଣରେ ମହଜୁଦ ଥାଏ। ଶରୀରକୁ ସୁସ୍ଥ ରଖିବାରେ ଏହି ଉପାଦାନ କାର୍ଯ୍ୟ କରିଥାଏ।

ହୃଦ୍‌ଜନିତ ସମସ୍ୟା, ଉଚ୍ଚରକ୍ତଚାପ, ପେଟ ସମସ୍ୟା, ମାସିକ ଋତୁସ୍ରାବ ଆଦି ସମସ୍ୟା ଥିଲେ ପାନମଧୁରୀ ସେବନ ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗ ମଧ୍ୟ ପାନମଧୁରୀ ଖାଇବା ଦ୍ୱାରା ଭଲ ହୋଇଥାଏ। ପାନମଧୁରୀ କ୍ୟାନ୍‌ସରକୁ ମୂଳପୋଛ କରିଥାଏ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। କୋଲୋଷ୍ଟ୍ରଲ କମାଇବାରେ ମଧ୍ୟ ପାନମଧୁରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପାନମଧୁରୀରେ ଅଧିକ ପରିମାଣରେ ଫାଇବର ରହିଥାଏ, ଯାହା କୋଲୋଷ୍ଟ୍ରଲ କମାଇବାରେ ସାହାଯ୍ୟ କରେ। ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ।

ପାନମଧୁରୀ ସେବନ ଦ୍ୱାରା ହାର୍ଟ ଆଟାକ୍‌ ହେବା ଆଶଙ୍କା କମ୍‌ ରହିଥାଏ। ଏହା ପୋଟାସିୟମ୍‌ର ମୁଖ୍ୟସ୍ରୋତ ଭାବେ ମଧ୍ୟ ପରିଗଣିତ ହୋଇଥାଏ। ଏଥିରେ ବହୁ ପରିମାଣରେ ଫୋଲେଟ୍‌ ରହିଥାଏ, ଯାହା ହାନିକାରକ ହୋମୋସିଷ୍ଟିନ୍‌କୁ ପରିବର୍ତ୍ତିତ ହୋଇ ଶରୀର ଉପଯୋଗୀ ଶକ୍ତି ଯୋଗାଇଥାଏ।

ପାନମଧୁରୀରେ ମାଙ୍ଗାନିଜ୍‌ ଭଳି ତତ୍ତ୍ୱ ରହିଥାଏ। ଏହି ମିନେରାଲ ଦ୍ୱାରା ଶକ୍ତିଶାଳୀ ଆଣ୍ଟି-ଅକ୍ସିଡେଣ୍ଟ ଏନ୍‌ଜାଇମ୍‌ ସୁପରଅକ୍ସାଇଡ୍‌ ଡିସମ୍ୟୁଟେସର ଉତ୍ପାଦିତ ହୋଇଥାଏ, ଯାହା କ୍ୟାନସର ଭଳି ମାରାତ୍ମକ ରୋଗର ଆଶଙ୍କାକୁ କମ୍‌ କରିଥାଏ। ତ୍ୱଚା, ପେଟ ଓ ସ୍ତନ କର୍କଟର ସମ୍ଭାବନାକୁ କମ୍‌ କରିବାରେ ଏହା ସାହାଯ୍ୟ କରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button