ସ୍ୱାସ୍ଥ୍ୟ

ପିରିୟଡସ୍‌ ବନ୍ଦ ହେଲେ ଭାବୁଛନ୍ତି କି ଆପଣ ଗର୍ଭବତୀ? ତେବେ ପଢ଼ନ୍ତୁ ଏହାକୁ

ମାସିକଧର୍ମରେ ଅନିୟମିତତା ମହିଳାଙ୍କ ସହ ଜଡିତ ଏକ ସାଧାରଣ ସମସ୍ୟା। ଅନେକ ମହିଳାଙ୍କର ମାସିକ ଧର୍ମରେ ଅନିୟମିତା ଦେଖାଯାଏ। ଆମେ ସାଧାରଣତଃ ଜାଣିଛନ୍ତି ଯେ ପିରିୟଡସ୍‌ ବନ୍ଦ ହେବା ଅର୍ଥ ଗର୍ଭବତୀର ସଂକେତ କିନ୍ତୁ ନା ଆପଣ ଭୁଲ ଭାବୁଛନ୍ତି। କାରଣ କେବଳ ଗର୍ଭଧାରଣ ହେଲେ ପିରିୟଡସ୍‌ ବନ୍ଦ ହୁଏ ତାହା ନୁହେଁ ଆହୁରି ଆନେକ କାରଣ ରହିଛି ଯେଉଁଥିପାଇଁ ମାସିକ ଧର୍ମ ବିଳମ୍ବ ହୁଏ। ବହୁତ ମହିଳା ପିରିଡସ୍‌ ବନ୍ଦ ହେବା ଦେଖି କିମ୍ବା ବିଳମ୍ବରେ ହେବା ଦେଖି ଡରିଯାଆନ୍ତି କାରଣ ସେମାନେ ଭାବନ୍ତି ଏମିତି ହେଲେ ସେ ପ୍ରେଗନାଣ୍ଟ ଅଛନ୍ତି। ଏମିତି ଭାବୁଥିବା ଲୋକଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ ପିରିୟଡସ୍‌ ବିଳମ୍ବରେ ହେବା କିମ୍ବା ଆଦୌ ନହେବାର ଅନେକ କାରଣ ରହିଛି। ଆଜି ଆମେ ସେହି କାରଣ ବିଷୟରେ ଆପଣଙ୍କୁ ଜଣାଇବୁ।

ଚିନ୍ତା ବା ଅବସାଦ କାରଣରୁ

wpmenଷ୍ଟ୍ରେସ କିମ୍ବା ଚିନ୍ତା ଆମ ଶରୀରିକ ସ୍ୱାସ୍ଥ୍ୟକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ। ପିରିଡସ୍‌ ବିଳମ୍ବ ହେବା ଏହି ପ୍ରଭାବ ମଧ୍ୟରୁ ଗୋଟିଏ। ଚିନ୍ତା ଅଣ୍ଡୋତ୍ସର୍ଗ ପାଇଁ ଦାୟୀ ଥିବା ହର୍ମୋନ ଜିଏନଆରଏଚ ସ୍ରାବକୁ କମ୍‌ କରିଦେଇଥାଏ, ଏଥିପାଇଁ ମାସିକ ଧର୍ମ ପ୍ରକ୍ରୀୟାରେ ବାଧା ଉପୁଜିଥାଏ। ଏହି କାରଣରୁ ପିରିୟଡସ୍‌ ବିଳମ୍ବରେ ହୋଇଥାଏ।

ରୋଗାଗ୍ରସ୍ଥ କାରଣରୁ

କେବେ କେବେ ଜ୍ୱର ଭଳି ଛୋଟ ଛୋଟ ରୋଗ କାରଣରୁ ପିରିୟଡସ୍‌ ବିଳମ୍ବରେ ଆସିଥାଏ। ଅଧିକ ଦିନ ଧରି ରୋଗରେ ଥିଲେ ମାସିକ ଚକ୍ରରେ ପ୍ରଭାବିତ ହୋଇଥାଏ। ଯଦିଓ ଏହି ପ୍ରଭାବ ଅସ୍ଥାୟୀ ହୋଇଥାଏ, ଆପଣ ଯେତେବେଳେ ରୋଗରୁ ଆରୋଗ୍ୟ ହୋଇଥାନ୍ତି ସେତେବେଳେ ଆପଣଙ୍କ ମାସିକ ଧର୍ମ ପ୍ରାକ୍ରୁତିକ ଭାବରେ ସଞ୍ଚାଳିତ ହେବାକୁ ଲାଗିଥାଏ।

brestସ୍ତନପାନ କାରଣରୁ

ସ୍ତନପାନ କରାଉଥଚିବା ମହିଳା ଠାରେ ପିରିୟଡସ୍‌ ଅନିୟମିତତା ଦେଖାଯାଏ। ବହୁତ ମହିଳା ଅଛନ୍ତି ଯେଉଁମାନଙ୍କର ମାସିକ ଚକ୍ର ସେତେ ଯାଏଁ ସାମାନ୍ୟ ହୋଇନଥାଏ ଯେତେ ଯାଏଁ ସେମାନେ ସ୍ତନପାନ କରାଉଥାନ୍ତି।

ଗର୍ଭନିରୋଧକ ଔଷଧ କାରଣରୁ

ଗର୍ଭନିରୋଧକ ଔଷଧ ବ୍ୟବହାର କିମ୍ବା ଅନ୍ୟ ଔଷଧ ବ୍ୟବହାର କରିବା ଦ୍ୱାରା ମାସିକ ଚକ୍ରରେ ଅନିୟମିତତା ହୋଇଥାଏ। ଏମିତି ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।

late periodsମୋଟାପଣ କାରଣରୁ

ମୋଟାପଣ କାରଣରୁ ମଧ୍ୟ ମାସିକ ଧର୍ମରେ ଅନିୟମିତା ହୋଇଥାଏ। ଏହା ମାସିକ ଧର୍ମରେ ବିଳମ୍ବ ଏବଂ ଆଦୌ ନହେବାର କାରଣ ହୋଇଥାଏ। ସାମାନ୍ୟ ଠାରୁ ବି କମ୍‌ ଓଜନ ହେବାରେ ମାସିକ ଧର୍ମରେ ବିଳମ୍ବ ହୋଇଥାଏ।

ପ୍ରି-ମେଚ୍ୟୁର ମେନୋପୋଜ୍‌ କାରଣରୁ

ଯେତେବେଳେ ମହିଳାଙ୍କ ବୟସ ୩୫-୪୦ ବର୍ଷ ବୟସ ପାଖାପାଖି ହୋଇଥାଏ ସେତେବେଳେ ସେମାନଙ୍କ ଠାରୁ ବହୁତ ପ୍ରକାର ହର୍ମୋନାଲ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଏମିତିରେ ମାସିକ ଧର୍ମ ବି ବନ୍ଦ ହୋଇଯାଏ। ଏହି ସମସ୍ୟା ଯଦି ପୂର୍ବରୁ ହୋଇଯାଏ ତେବେ ଏହି ପ୍ରି-ମେଚ୍ୟୁର ମେନୋପୋଜ୍‌ କୁହାଯାଏ। ଏମିତିରେ ମହିଳାଙ୍କ ଠାରେ ଅନେକ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button