ବିଚାର

ଫେବୃୟାରୀ 1 ରେ ଭୟଙ୍କର ଘଟଣା, ରାତି ହୋଇଯିବ ଦିନ ! ମାଳିକାରେ ଏନେଇ ରହିଛି କି ସୂଚନା ?

ନମସ୍କାର ବନ୍ଧୁଗଣ, ମାଳିକାର କିଛି କଥା ମଣିଷ ମନରେ ବହୁତ ଭୟ ଆଣି ଦେଉଛି । କାରଣ ଦିନ ଥିଲା ମାଳିକାର କଥାକୁ କେହି ବିଶ୍ଵାସ କରୁନଥିଲେ ହସ ମଜାକରେ ଉଡାଇ ଦେଉଥିଲେ । କିନ୍ତୁ ଏବେ ଯାହା ସବୁ ଘଟୁଛି ତାହା ମାଲିକାରେ ଆଗରୁ ହିଁ ବର୍ଣିତ ଅଛି । ତେଣୁ ଲୋକମାନେ ଏବେ ବାଧ୍ୟ ହୋଇସାରିଲେଣି ଏହାକୁ ସତ ଭାବିବା । ଯାହାଫଳରେ ମନକୁ ଅନେକ ପାପ ଛୁଇଁବାକୁ ଲାଗୁଛି । ତେବେ ଏବେ ଆଉ ଏକ ଡର ମନରେ ବସା ବାନ୍ଧିଲାଣି କି ଫ୍ରେବୃୟାରୀ ୧ ତାରିଖରେ ରାତି ହେବ ଦିନ ।

ବିଜ୍ଞାନ ଅନୁଯାୟୀ ମହାଜାଗତିକ ଦୃଶ୍ୟ ଦେଖିବ ବିଶ୍ଵ । ଏବଂ ଧୂମକେତୁ ପୃଥିବୀ ଆଡକୁ ଗତି କରୁଅଛି । ଯାହାଫଳରେ ଦିନ ରାତିର ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖା ଦେବ । ଦିନର ଆଲୋକ ରାତିରେ ପରିଣତ ହେବ ଆଉ ରାତିରେ ନଜର ଆସିବ ସୂର୍ଯ୍ୟଲୋକ । ମାଳିକା ଅନୁଯାୟୀ ପୃଥିବୀରେ ଅନେକ ଥର ଉଲକା ବର୍ଷା ହେବ । ବହୁତ ଥର ଲୋକମାନେ ଧୂମକେତୁକୁ ଆକାଶରେ ଦେଖିବାକୁ ପାଇବେ ।

ମାଳିକାରେ ବିଲକୁଲ ମଧ୍ୟ ଏହା ଲେଖା ହୋଇନାହି କି ଏହି ମହାଜାଗତିକ ଦୃଶ୍ୟ ଫ୍ରେବୃୟାରୀ ୧ରେ ଘଟିବ ବୋଲି । ତେଣୁ ଏହି ମିଥ୍ୟା ଖବର ଠାରୁ ଟିକେ ଦୂରେଇ ରୁହନ୍ତୁ । କିନ୍ତୁ ଏହି ଘଟଣା ନିଶ୍ଚୟ ଘଟିବ ବୋଲି ମାଲିକାରେ ଉଲ୍ଲେଖ ରହିଛି । ହେଲେ କେଉଁ କେଉଁ ବର୍ଷ କେଉଁ ଦିନ ଏହା ଘଟିବ ତାହାର କୌଣସି ବି ତଥ୍ୟ ମାଲିକାରେ ଉଲ୍ଲେଖ ନାହିଁ ।

ମାଳିକାରେ ବର୍ଣିତ ଅଛି କି ପୃଥିବୀ ସହ ଅନେକ ଗ୍ରହ ଆସି ଧକ୍କା ହେବାର ମଧ୍ୟ ସମ୍ଭାବନା ରହିଛି । କୌଣସି ଗ୍ରନ୍ଥରେ ମଧ୍ୟ ଘଟିବାକୁ ଯାଇଥିବା ଘଟଣାର ପ୍ରକୃତ ଦିନ ଲେଖା ହୋଇ ନାହିଁ । ଗ୍ରନ୍ଥ ଅନୁଯାୟୀ ଯାହା କି ମହାପୁରୁଷ ଚାଣକ୍ୟଙ୍କ ଦ୍ଵାରା ଲିଖିତ ଅଟେ ତାହା ପ୍ରମାଣ ଦେଉଅଛି କି ସାରା ସଂସାର ଉଲକା ବର୍ଷା ଦେଖିବା ସହ ଆକାଶରେ ଧୂମକେତୁ ଦେଖା ଦେବା ଭଳି ମହାଜାଗତିକ ଦୃଶ୍ୟ ଲୋକମାନେ ଦେଖିବା ପାଇଁ ପାଇବେ ପୃଥିବୀ ପୃଷ୍ଠରେ ।

ମାଲିକାରେ ଯାହା ଲେଖା ରହିଛି ତାହା ତ ଏବେ ଗୋଟିଏ ପରେ ଗୋଟିଏ ସତ ହେବାକୁ ଲାଗିଛି ।  ମାଲିକାରେ କୌଣସି ମଧ୍ୟ ମିଥ୍ୟା କଥାର ଉଲ୍ଲେଖ କରାଯାଇ ନାହି । କାରଣ ମାଳିକାରେ ଥିବା ଘଟଣା ମଧ୍ୟରୁ ଏବେ କିଛି ସତ ହୋଇସାରିଛି ଆଉ ବାକି କିଛି ସତ ହେବ ବୋଲି ଅଚ୍ୟୁତନନ୍ଦଙ୍କ ଅନୁଯାୟୀ ସତ୍ୟ ହେବ ବୋଲି ଅନୁମାନ କରାଯାଉଛି ।

ମହାପୁରୁଷ ଏହା ମଧ୍ୟ କହିଛନ୍ତି ସାତ ଦିନ ସାତ ରାତି ଅନ୍ଧାର ହେବ ତେବେ ଏହି ସବୁ କଥା ମଣିଷ ମନରେ ଭୟ ସୃଷ୍ଟି କରୁଛି । ଯାହାଫଳରେ ଅନେକ ଗୁଜବକୁ ମଧ୍ୟ ମଣିଷ ବିଶ୍ଵାସ କରିବାକୁ ଲାଗୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button