ଧର୍ମ

ଅଶୋକଷ୍ଟମୀ, ଜାଣନ୍ତୁ ଏହି ଦିନଟି କେତେ ପବିତ୍ର

ହିନ୍ଦୁ ଧର୍ମରେ ୧୨ମାସରେ ୧୩ ପର୍ବ ପାଳନ କରାଯାଏ। ଏଥିମଧ୍ୟରୁ ଚଇତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ପର୍ବ ପାଳିତ ହୁଏ ।ଏହିଦିନ ଅଶୋକ ବୃକ୍ଷ ଏବଂ ଭଗବାନ ଶଙ୍କରଙ୍କର ପୂଜା କରାଯାଇଥାଏ। ଏଥିସହ ଅଶୋକ ଗଛ ଚାରିପଟେ ୧୦୮ ଥର ପରିକ୍ରମା କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

rukuna

ଉଲ୍ଲେଖ ରହିଛି, ତ୍ରେତୟା ଯୁଗରେ ଲଙ୍କାପତି ରାବଣ ଦେବୀ ସୀତାଙ୍କୁ ହରଣ କରି ନେବା ପରେ ଅଶୋକ ବନରେ ରଖିଥିଲେ । ଯେଉଁଠାରେ ମା ସୀତା ଭଗବାନ ରାମଙ୍କୁ ଅପେକ୍ଷା କରି ରହିଥିଲେ। ସେହି ଅଶୋକ ବନରେ ସୀତା ମାତାଙ୍କୁ ଭେଟି ହନୁମାନ ତାଙ୍କୁ ରାମଙ୍କ ମୁଦ୍ରିକା ମଧ୍ୟ ଦେଇ ଯଥାଶୀଘ୍ର ଭଗବାନ ତାଙ୍କ ନିକଟରେ ପହଞ୍ଚିବାର ସଂକେତ ଦେଇଥିଲେ। ମା ସୀତା ହେଉଛନ୍ତି ଲକ୍ଷ୍ମୀଙ୍କ ସ୍ୱରୂପା। ତେଣୁ ଅଶୋକାଷ୍ଟମୀ ଦିନ ଉପବାସ କରିବା ଦ୍ୱାରା ମନୁଷ୍ୟ ଜୀବନରୁ ଦୁଃଖ ଦୂର ହେବା ସହ ଲକ୍ଷ୍ମୀନାରାୟଣ ଏବଂ ଭଗବାନ ଶଙ୍କରଙ୍କର ବିଶେଷ କୃପା ଲାଭ ହୋଇଥାଏ। ଏହି ସମୟରେ ରଥରେ ବାସୁଦେବ, ରୁକୁଣା ଏବଂ ଲିଙ୍ଗରାଜ ଯାତ୍ରା କରିଥାନ୍ତି। ଉଲ୍ଲେଖ ଅନୁଯାୟୀ ଏହି ଯାତ୍ରା କେବଳ ଏକାମ୍ର କ୍ଷେତ୍ରର ଶୈବ ପୀଠରେ ହିଁ ପାଳନ କରାଯାଏ।

ratha

ଅଶୋକାଷ୍ଟମୀରେ କାହିଁକି ଗଡେ ରୁକୁଣା ରଥ

ପ୍ରାଚୀନ କାଳରୁ ଅର୍ଥାତ ରାମାୟଣ ଯୁଗରୁ ଏକାମ୍ର କ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡ଼ି ଆସୁଛି ବୋଲି ଶୁଣିବାକୁ ମିଳେ । ଏହିଦିନ ଠାରୁ ପ୍ରଭୁ ଲିଙ୍ଗରାଜ ୫ ଦିନ ପାଇଁ ମାଉସୀ ମା’ଙ୍କ ଘର ଅର୍ଥାତ୍‌ ରାମେଶ୍ୱର ମନ୍ଦିରକୁ ଯାଇ ଅବସ୍ଥାନ କରିଥାନ୍ତି । ସେଠାରେ ଏହି ପାଞ୍ଚଦିନ ଯାତ୍ରୀ ପରେ ପୁଣି ପ୍ରଭୁ ମନ୍ଦିରକୁ ଫେରିଥାନ୍ତି । କିମ୍ବଦନ୍ତୀ କହେ, ଏଠାରେ ରାମଚନ୍ଦ୍ର ପ୍ରଭୁ ଶଙ୍କରଙ୍କର ଅତିଥି ହୋଇ ଆସିଥିଲେ । ତେଣୁ ଅଶୋକାଷ୍ଟମୀକୁ ଏକ ପବିତ୍ର ପର୍ବ ଭାବେ ମନେ କରାଯାଏ । ଆଉ ତା ପରଦିନ ପାଳନ ହୁଏ ରାମ ନବମୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button