ଦେଶ ବିଦେଶ

ଆମେ ଭାରତକୁ ଉସୁକାଉନାହୁଁ, କେବଳ ଜବାବ ମାଗୁଛୁ : ଟ୍ରୁଡୋ – Utkal Mail


ଓଟାଓ୍ବା : ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି । କାନାଡା ତରଫରୁ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯିବା ପରେ   ପରେ ଭାରତ ମଧ୍ୟ ଯେସାକୁ ତେସା ଜବାବ ଦେଇଛି ।

ଅନ୍ୟପକ୍ଷରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଙ୍ଗଳବାର କହିଛନ୍ତି ଯେ ଆମେ ଭାରତକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁନାହୁଁ, କିନ୍ତୁ ଓଟାୱା (କାନାଡାର ରାଜଧାନୀ) ଚାହୁଁଛି ଯେ ନୂଆଦିଲ୍ଲୀ ଏହି ପ୍ରସଙ୍ଗକୁ ଠିକ୍ ଭାବରେ ପରିଚାଳନା କରୁ।

ଟ୍ରୁଡୋ କହିଛନ୍ତି, ଭାରତ ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେବା ଦରକାର। ତାହା ହିଁ ଆମେ କରୁଛୁ। ଆମେ ଏହାକୁ ଉତ୍ତେଜିତ କରୁନାହୁଁ କିମ୍ବା ବଢ଼ାଇବାକୁ ଚେଷ୍ଟା କରୁନାହୁଁ ବୋଲି ଟ୍ରୁଡୋ କହିଛନ୍ତି । ସେ ନିଜାରଙ୍କ ହତ୍ୟା ଏବଂ ଭାରତ ସରକାରଙ୍କ ଏଜେଣ୍ଟଙ୍କ ମଧ୍ୟରେ ସମ୍ଭାବ୍ୟ ଲିଙ୍କ୍ ଥିବା ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନିଜାରର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ କରି କାନାଡା ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବହିଷ୍କାର କରିଛି। ଏହାର କିଛି ଘଣ୍ଟା ପରେ ଭାରତ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାନାଡାର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା।

ଦୁଇ ଦିନ ପୂର୍ବରେ ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ମୁକ୍ତ ବାଣିଜ୍ୟ ରାଜିନାମାକୁ ବି ସ୍ଥଗିତ ରଖାଯାଇଥିଲା । କନାଡା ସରକାର ଖଲିସ୍ତାନୀଙ୍କ ସମର୍ଥନ କରୁଥିବା ଭାରତ ବାରମ୍ବାର ଅଭିଯୋଗ କରିଆସିଛି ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button