କ୍ରାଇମ

ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ; ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା: ଭୟଙ୍କର ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ବୌଦ୍ଧ-ନୟାଗଡ ଜିଲା ସୀମାନ୍ତ ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ କାମୁଟିପଙ୍ଗା ଠାରେ ଦୁଇଟି ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । ତାଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋଟେ ଟ୍ରକ ଦଶପଲ୍ଲାରୁ ବୌଦ୍ଧ ଆସୁଥିବାବେଳେ ଅନ୍ୟ ଏକ ଟ୍ରକ ବୌଦ୍ଧରୁ ଦଶପଲ୍ଲା ଅଭିମୁଖେ ଆସୁଥିଲା । ୫୭ ନଂ ଜାତୀୟ ରାଜପଥ କାମୁଟିପଙ୍ଗା ଠାରେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ବାଣିଗୋଛା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button