ବିଚାର

ବାରମ୍ବାର ପାଠ ପଢି ମଧ୍ୟ ମନେ ରହୁନି କି ! ତେବେ ମନେ ରଖନ୍ତୁ ଏହି Useful Study Tips! ସବୁ ପାଠ ମନେ ରହିବ

ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ବର୍ଣିତ କିଛି ଆଦର୍ଶ ମୂଳକ ବାଣୀ, ଯାହା ଜାଣିଲେ ସଫଳତା ପାଇବା ଆପଣଙ୍କୁ ସହଜ ହେବ । ଯେବେ କଥା ଉଠେ ଜୀବନ ମୁଲ୍ୟପାଇଁ, ଯେବେ କଥା ଆସେ ନିର୍ଣ୍ଣୟରେ, ଯେବେ କଥା ଆସେ ନିଜେ ନିଜେ ବୁଝିନପାରିବାର, ସେତେବେଳେ ଆମକୁ ମନେ ପଡେ ମହାପୁରୁଷଙ୍କ ଜୀବନୀ କଥା । ସ୍ୱାମୀ ବିବେକାନନ୍ଦ ନିଜର କାର୍ଯ୍ୟପାଇଁ ସଦା ସର୍ବଦା ଯୁବକ, ଯୁବତୀଙ୍କର ଆଦର୍ଶର ପ୍ରେରଣାର ପାତ୍ର ହୋଇଅଛନ୍ତି ।

ତେଣୁକରି ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶକୁ ଧରି ରଖି ବାଟ ଚାଲିବା ନିତ୍ୟାନ୍ତ ଆବଶ୍ୟକ । ଯେଉଁମାନେ ମହାପୁରୁଷଙ୍କର ଆଦର୍ଶକୁ ଅନୁସରଣ କରି ବାଟଚାଲିଛନ୍ତି ସେମାନେ ନିଜର ଲକ୍ଷ୍ୟ ସ୍ଥଳରରେ ଖୁବଶୀଘ୍ର ଯାଇ ପହଁଚି ଯାଇଛନ୍ତି । ସ୍ୱାମୀ ବିବେକାନନ୍ଦ କେତୋଟି ନୀତିବାଣୀ ଦେଇ ଯାଇଛନ୍ତି ଯାହାକୁ ଆମକୁ ଅନୁସରଣ କରିବା ଆବଶ୍ୟକ । ଆମ ସମସ୍ତଙ୍କର ପାଖରେ ସମାନ ପ୍ରତିଭା ନାହିଁ ।

କିନ୍ତୁ ଆମ ସମସ୍ତଙ୍କର ପାଖରେ ସମାନ ସମୟ ଅଛି । ନିଜର ପ୍ରତିଭାକୁ ବିକଶିତ କରିବା ପାଇଁ । ଆପଣଙ୍କର ଯଦି ନିଜ ଉପରେ ଭରସା ଅଛି ତ ଆପଣ କିଛି ବି କରିପାରିବେ । ମୁଁ ଠିକ୍ ନିର୍ଣ୍ଣୟ ନେବାରେ ବିଶ୍ୱାସ କରେ ନାହିଁ । ପରନ୍ତୁ ନିର୍ଣ୍ଣୟ ନେବାପରେ ତାହାକୁ ସତ୍ୟରେ ପ୍ରକାଶ କରିବାକୁ ବିଶ୍ୱାସ କରିଥାଏ । ଯଦି ଆପଣ ଶ୍ରୀଘ୍ର ଚାଲିବାକୁ ଚାହାନ୍ତି ତାହାଲେ ଶୀଘ୍ର ଚାଲନ୍ତୁ ନିଜ ସହିତ ଏକୁଟିଆ ।

କିନ୍ତୁ ଆପଣ ଦୁରବାଟ ଚାଲିବାକୁ ଚାହୁଁଛନ୍ତି ତ ସାଥି ହୋଇ ବାଟ ଚାଲନ୍ତୁ । କାରଣ ଏପରି କରିବାଦ୍ୱାର ଆପଣଙ୍କର ଚଲାପଥର ଲକ୍ଷ୍ୟ ଆଉ ଦୂର ବାଟ ନୁହେଁ । ଯଦି ଆପଙ୍କର ଭିତରେ ପରିବର୍ତ୍ତନ ଆଣିବାର ଅଛି ତ ଆପଣ ନିଜେ ପରିବର୍ତ୍ତନ ଆଣିପାରିବେ । କିନ୍ତୁ ପ୍ରଥମେ ନିଜକୁ ବଦଳେଇବାର ଅଛି । ନିଜକୁ ନ ବଦଳାଇ ଆପଣ ଅନ୍ୟକୁ ଅପେକ୍ଷା କରନ୍ତୁ ନାହିଁ ।

ଯେବେ ଲୋକ ଆପଣଙ୍କର ଉପରକୁ ପଥର ଫୋପାଡ଼ି ଥାଆନ୍ତି । ଆପଣ ସେହି ଭବ୍ୟ ପଥରକୁ ଯୋଡି ଏକ ସ୍ମାରକୀ ତିଆରି କରନ୍ତୁ । ଯାହାଦ୍ୱାରା ଲୋକ ଆପଣଙ୍କୁ ସବୁବେଳେ ମନେ ରଖିବେ । ଆପଣଙ୍କୁ ସବୁସ୍ଥାନରୁ ଶୁଣିବା ଦରକାର । ଆପଣଙ୍କୁ ସବୁସ୍ଥାନରୁ ଭାବିବା ଦରକାର । ଏବଂ ସବୁ ସ୍ଥାନରୁ ଶିଖିବା ଦରକାର ଅଟେ । ଯେଉଁ ମଣିଷ କିଛି ଶୁଣିବାକୁ ଆଶା କରିଥାଏ ।

ସେ ଜୀବନରେ କିଛି କରିବାରେ ସଫଳ ହେଇଥାଏ । ଯେଉଁ ମଣିଷ ଅନ୍ୟର ଶୁଣେନାହିଁ । କି କିଛି ଶୁଣିବାକୁ ଇଛା କରେନି ସେ ମଣିଷ କିଛି ଜୀବନରେ କରି ପାରିନଥାଏ । ପରବର୍ତୀ ସମୟରେ ବହୁତ ଚିନ୍ତା କରି ନିଜର ସମୟକୁ ନଷ୍ଟକରିଥାଏ । ଯଦି ମୋତେ ସୁଯୋଗ ମିଳେ ତେବେ ଏପରି ବହୁତ ଜିନିଷ ଅଟେ, ଯାହାକୁ ମୁଁ ପୁନର୍ବାର କରିବାକୁ ଚାହୁଁଛି ।

କିନ୍ତୁ ମୁ ପଛକୁ ଫେରି ସେହି ଜିନିଷର ଅବଶୋଷ କରିବି ନାହିଁ ଯାହାକୁ ମୁଁ କରିପାରିନାହିଁ । କେହି ଲୁହାକୁ କଷ୍ଟ ଦେଇପାରିବନି କିନ୍ତୁ ତାକୁ ନିଜର କଳଙ୍କି ବର୍ବାଦ କରିଦେଇଥାଏ । ଆପଣଙ୍କୁ କେହି କଷ୍ଟ ଦେଇପାରିବେନି ପରନ୍ତୁ ଆପଙ୍କର ମାନସିକତା ଆପଣଙ୍କୁ କଷ୍ଟ ଦେଇଥାଏ । ମହାନ୍ନ ଲୋକଙ୍କ ଠାରୁ ପ୍ରେରଣା ନେବା ଉଚିତ ଅଟେ ଏବଂ ନିଜକୁ କହିବା ଦରକାର କି ଯଦି ସେ କରିପାରିବତ…!ମୁଁ କାହିଁକି ନୁହେଁ ।ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button