ସ୍ୱାସ୍ଥ୍ୟ

ଡାଇବେଟିସକୁ ନିୟନ୍ତ୍ରଣ କରିବ ଜହ୍ନି, ଆଜି ହିଁ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ

ସବୁଜ ପନିପରିବା ମଧ୍ୟରେ ଜହ୍ନି ଏକ ଉପକାରୀ ପରିବା। ନିୟମିତ ଜହ୍ନି ଖାଇଲେ ଶରୀର ପାଇଁ ଏହା ବେଶ୍ ଲାଭଦାୟକ ହୋଇଥାଏ । ସେହିପରି ଜହ୍ନିରେ ଔଧୀୟ ଗୁଣ ମଧ୍ୟ ରହିଛି।ଏହାକୁ ଆମ ଦୈନିକ ଖାଦ୍ୟରେ ସାମିଲ କରି ଆପଣ କେବଳ ଡାଇବେଟିସ ନୁହେଁ ବରଂ ଆହୁରି ଅନେକ ରୋଗରୁ ରକ୍ଷା କରିହେବ। ତେବେ ଆସନ୍ତୁ ଜାଣିବା ଏହି ଜହ୍ନି ଖାଇବା କ’ଣ ସବୁ ଫାଇଦା ମିଳିଥାଏ।

-ଜହ୍ନି ଖାଇବା ଦ୍ୱାରା ରକ୍ତ ସୃଷ୍ଟି ହେବା ସହ ହେମୋଗ୍ଲୋବିନ୍ ସ୍ତର ବଢ଼ିଥାଏ।

ridge-ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ାଇବାରେ ସହାୟକ ହୋଇଥାଏ। ସେହିପରି ଏଥିରେ ଭିଟାମିନ ସି, ଜିଙ୍କ, ଆଇରନ୍, ମାଗ୍ନେସିୟମ ଭଳି ମିନେରାଲ୍ସ ରହିଥାଏ।

-ନିୟମିତ ଜହ୍ନି ଖାଇବା ଦ୍ୱାରା ମେଦବହୁଳତାରୁ ମୁକ୍ତି ମିଳେ।

-ଏହା ଶରୀରରେ ଜମି ରହିଥିବା ଅଦରକାରୀ ଚର୍ବିକୁ ବାହାର କରିଦେଇଥାଏ।

diabetes-ମଧୁମେହ ରୋଗୀଙ୍କ ପାଇଁ ଜହ୍ନି ରାମବାଣ ସଦୃଶ କାର୍ଯ୍ୟ କରିଥାଏ। ଜହ୍ନି କିଡନୀ ଷ୍ଟୋନ ସମେତ ଅନ୍ୟ ଷ୍ଟୋନକୁ ମଧ୍ୟ ଦୂର କରେ।

-ଏଥିରେ କ୍ୟାରୋଟିନ ନାମକ ରାସାୟନିକ ପଦାର୍ଥ ଥିବାରୁ ଦୃଷ୍ଟିଶକ୍ତି ବଢ଼ାଏ। ସେହି ପରି ଜହ୍ନି ତରକାରୀ ଖାଇବା ଦ୍ୱାରା ଆପଣଙ୍କ ଚର୍ମ ସତେଜ ରଖିଥାଏ।

-ଏଥିରେ ଇନ୍ସୁଲିନ୍ ଉପାଦାନ ପେପଟାଇଡ ଏବଂ ଆଲକାଲୋଏଡ ଥିବାରୁ ରକ୍ତ ଓ ପରିସ୍ରାରେ ସୁଗାର ଅଂଶକୁ ନିୟନ୍ତ୍ରଣ ରଖିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button