ଓଡିଶା

ଶୋଇଥିବାବେଳେ ଘରେ ଲାଗିଲା ନିଆଁ: ସ୍ତ୍ରୀ ଗୁରୁତର, ବର୍ତ୍ତି ଗଲେ ବାପ ପୁଅ

ଭଦ୍ରକ / ଭଞ୍ଜନଗର : ଭଦ୍ରକ ଧାମନଗର NACର ମୁଣ୍ଡା ସାହିରେ ବିଳମ୍ବିତ ରାତିରେ ଲାଗିଲା ନିଆଁ । ରମେଶ ମୁଣ୍ଡାଙ୍କ ପରିବାର ଲୋକ ଶୋଇଥିବାବେଳେ ନିଆଁ ଲାଗିଯାଇଥିଲା । ରମେଶ ମୁଣ୍ଡା ଓ ତାଙ୍କ ପୁଅ ଘରୁ ବାହାରି ଆସିଥିବା ବେଳେ ସ୍ତ୍ରୀ ମାନୁ ମୁଣ୍ଡା ବାହାରି ପାରିନଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଗୁରୁତର ଅବସ୍ଥାରେ ମାନୁ ମୁଣ୍ଡାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ହରିପୁର ଗାଁରେ ନିଆଁରେ ପୋଡ଼ି ପାଉଁଶ ହୋଇଗଲା ୧୧ ବଖରା ଘର।  ଜଳିଗଲା ୪ଟି ପରିବାରର ୮ ବଖରା ଘର ।  ଘରର ସମସ୍ତ ଆସବାବ ପତ୍ର, ଧାନ, ଚାଉଳ ସହ ସମସ୍ତ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ ।  ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁ ଅଗ୍ନକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button