ଦେଶ ବିଦେଶ

ଭେଟନ୍ତୁ ସୁନିଲଙ୍କୁ, ଯିଏ ନିଜ ଅଟୋ କୁ କରିଦେଲେ ଏମ୍ବୁଲେନ୍ସ, ଗରିବଙ୍କୁ ଫ୍ରୀ ରେ ପହଞ୍ଚାଇଥାନ୍ତି ହସ୍ପିଟାଲ – ଆସନ୍ତୁ ଜାଣିବା ପୁରା ଘଟଣା ଓ ତାଙ୍କର ଏହି ମହାନ କାମ ପାଇଁ ଶେୟାରଟିଏ କରିବା

ଗୋଟେ ସହୃଦୟ ବ୍ୟକ୍ତି ବା ସଚ୍ଚୋଟ ହିରୋ ନିଜର କୌଣସି ଚମତ୍କାରୀ ତାକତରୁ ଜଣା ଯାଏ ନାହିଁ, ବରଂ ଗୋଟେ ସଚ୍ଚୋଟ ହିରୋ ର ପରିଚୟ ହୋଇଥାଏ , ତାହାର ‘ଅସାଧାରଣ କାମ’ । ସୁନୀଲ ମିଶ୍ରା ଏମିତି ହିଁ ଏକ ହିରୋ ଅଟନ୍ତି ।ସୁନୀଲ ଏକ ଅଟୋ ଡ୍ରାଇଭର ଅଟନ୍ତି । ସୁନୀଲ ଙ୍କର ନିସ୍ଵାର୍ଥ ସେବା ଭାବନା ଏହାଙ୍କୁ ହିରୋ ବନେଇ ଦେଇଛନ୍ତି । ସୁନୀଲ ପ୍ରଥମ ଦେଖରେ ମୁମ୍ବାଇ ରାସ୍ତା ରେ ଚଲାଉଥିବା ଜଣେ ସାଧାରଣ ଅଟୋବାଲା ଲାଗିବେ, କିନ୍ତୁ ଯଦି କେଉଁ ଅଂବୁଜୱାଡୀ ର ଝୋପଡୀ ରେ ରହୁଥିବା ଲୋକମାନଙ୍କ ପାଇଁ ସୁନୀଲ ଆଶା ର କିରଣ ରୁ କମ ନୁହନ୍ତି ।

ସୁନୀଲ ମିଶ୍ରା 10 ବର୍ଷ ବୟସ ରୁ ହିଁ ଉତ୍ତର ପ୍ରଦେଶ ର ପ୍ରତାପଗଡ ରୁ ମୁମ୍ବାଇ ଚାଲି ଯାଇଥିଲେ । ସେ ସରକାରୀ ସ୍କୁଲ ରେ ପଢି ଥିଲେ, କିନ୍ତୁ ସେ 12 କ୍ଳାସ ରେ ଫେଲ ହେଇଗଲେ । ତାହାପରେ ସେ ଅଟୋ ଚଳେଇବା ଆରମ୍ଭ କରିଦେଇଥିଲେ । ସେ ୧୧ ବର୍ଷ ହବ ଅଂବୁଜୱାଡୀ ର ଝୋପଡୀ ରେ ରହୁଛନ୍ତି । ସେ ବହୁତ କଷ୍ଟରେ ନିଜ ପରିବାର ଦରକାର ଏବଂ ଅବଶ୍ୟକତା କୁ ପୂରଣ କରୁଛନ୍ତି । ତାଙ୍କ ପରିବାର ରେ ତାଙ୍କର ସ୍ତ୍ରୀ ଏବଂ ଦୁଇଟି ଛୋଟୋ ପିଲା ଅଛନ୍ତି ।

ସୁନୀଲ ନିଜର କିଛି ଟଙ୍କା କୁ ପିଲାମାନଙ୍କର ଭଲ ଶିକ୍ଷା ପାଇଁ ଲଗେଇ ଦେଉଛନ୍ତି । ଏବଂ ଆଉ ଯାହା ବଞ୍ଚେ ସେହି ଟଙ୍କାକୁ ନିଜ ଘର ୟୁପି ରେ ରହୁଥିବା ନିଜ ପିତା – ମାତା ଙ୍କୁ ପଠେଇଦିଅନ୍ତି । ଲୋନ ନେଇ ସେ ଅଟୋରିକ୍ଶା କିଣି ଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସ୍ଲମ ଏରିୟା ରେ ଯେଉଁଠି ଏଂବୁଲେଂସ ପହଞ୍ଚି ପାରେ ନାହିଁ, ସେହି ଜାଗାରେ ସାହାର୍ଯ୍ୟ ପାଇଁ ସେ ନିଜେ ଆଗକୁ ଆସିଛନ୍ତି । ସୁନୀଲ ନିଜର ଅଟୋ କୁ ହିଁ ଏଂବୁଲେଂସ କରିଦେଇଛନ୍ତି । ସେ ପୀଡ଼ିତାକୁ ଟାଇମରେ ନିଜର ଅଟୋ ରେ ବସେଇ ମାଗଣାରେ ହସ୍ପିଟାଲ ରେ ପହଞ୍ଚାଇ ଦିଅନ୍ତି ।

ସୁନୀଲ ୨୦୦୭ ରୁ ନିଜର ଅଟୋ ସହିତ ଏଂବୁଲେଂସ ଭଳି ସେବା ଦେଉଛନ୍ତି । ସୁନୀଲ ସବୁଦିନ ଗୋଟେ ଘଟଣା ମନେ ପକାଇ କାନ୍ଦି ପକାନ୍ତି, ଯେଉଁଥିରେ ତାଙ୍କ ମା ଗୋଟେ ବାଇକ ରୁ ପଢିଗଲେ, ପଡିବା ପରେ ସେ ଗମ୍ଭୀର ରୂପରେ କ୍ଷତ ବିକ୍ଷତ ହୋଇଗଲେ କିନ୍ତୁ ସେ ଯେମିତି ସେମିତ କରି ହସ୍ପିଟାଲ କୁ ନେଇ ଗଲେ। ଏବଂ ସେ ବଞ୍ଚିଗଲେ । ସେବଠୁ ସୁନୀଲ ପ୍ରତିଜ୍ଞା କଲେ କି ସେ ଏହି ଭଳି ସ୍ତିଥି ରେ ସମସ୍ତଙ୍କ ର ସାହାର୍ଯ୍ୟ କରିବେ ।

ଆମକୁ ଆଶା ଅଛି ଯେ ସୁନୀଲ ଙ୍କର ଏହି କାହାଣୀ ଅନ୍ୟ ଲୋକମାନଙ୍କୁ ପ୍ରେରିତ ନିଶ୍ଚୟ କରିଥିବ। ଏହି ହୃଦୟବାନ ଲୋକଙ୍କ ବିଷୟରେ ଆପଣଙ୍କର କଣ ମତ କମେଣ୍ଟ ବକ୍ସ ରେ ନିଶ୍ଚୟ ଜଣେଇବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button