ସ୍ୱାସ୍ଥ୍ୟ

ଶୀତଦିନେ ଶିଶୁଙ୍କୁ ମଧ୍ୟ ହୋଇଥାଏ ଜଳୀୟ ଅଂଶ ଅଭାବ, କିପରି ଜାଣିବେ ଏହାର ଲକ୍ଷଣ

ଶୀତଦିନରେ ଥଣ୍ଡା ଯୋଗୁଁ ଅନେକ ଲୋକ କମ୍‌ ପାଣି ପିଅନ୍ତି। ଫଳରେ ଶରୀରରେ ଜଳୀୟ ଅଂଶ କମ୍‌ ହେବାକୁ ଲାଗିଥାଏ। ଯାହା ଯୋଗୁଁ ଶରୀରକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଏମିତିରେ ବଡ ଲୋକ ଜାଣିପାରୁଥିବା ବେଳେ ଛୋଟ ପିଲାମାନେ କିନ୍ତୁ ଜାଣିପାରନ୍ତି ନାହିଁ। ଛୋଟ ପିଲାଙ୍କ ଖାଦ୍ୟପେୟ ଯୋଗୁଁ ଶରୀରରେ ପାଣିର ଅଭାବ ଦେଖାଦିଏ। ଯେହେତୁ ଶୋଷ ଲାଗିଲେ ମଧ୍ୟ ସେମାନେ କହିପାରନ୍ତି ନାହିଁ, ତେଣୁ ସେମାନଙ୍କ ଦେହ ଖରାପ ହୋଇଥାଏ। ଆମେ ଆପଣଙ୍କୁ ଏପରି କେତେକ ଉପାୟ ବତାଇବୁ, ଯାହାଦ୍ୱାରା ଆପଣ ଶିଶୁ ଠାରେ ହେଉଥିବା ଜଳୀୟ ଅଂଶର ଅଭାବକୁ ଜାଣିପାରିବେ।

baby 3

ଓଠ ଏବଂ ତ୍ୱଚା ବାରମ୍ବାର ଶୁଖିଯିବା :

ଯଦି ବଡମାନଙ୍କ ପରି ଛୋଟ ପିଲାଙ୍କ ତ୍ୱଚା ଏବଂ ଓଠ ବାରମ୍ବାର ଶୁଖିଯାଏ, ତେବେ ଜାଣିବେ ଯେ ସେମାନଙ୍କ ଶରୀରରେ ପାଣିର ଅଭାବ ରହିଛି। ଏମିତି ପରିସ୍ଥିତିରେ ଆପଣ ପିଲାକୁ ଦେଉଥିବା ଖାଦ୍ୟ, କ୍ଷୀର ଏବଂ ପାଣିର ମାତ୍ରା ବଢାଇ ଦିଅନ୍ତୁ।

baby 2

ବିନା ଲୁହରେ କାନ୍ଦିବା :

ସାଧାରଣତଃ କାନ୍ଦିବା ସମୟରେ ଆଖିରୁ ଲୁହ ବାହାରିଥାଏ। କିନ୍ତୁ ପିଲା ଯଦି କାନ୍ଦିବା ବେଳେ ଆଖିରୁ ଲୁହ ନ ବାହାରେ, ତେବେ ପିଲା ଠାରେ ପାଣି ଅଭାବ ରହିଛି ବୋଲି ଜାଣିନିଅନ୍ତୁ। ଏପରି ସ୍ଥିତିରେ ଆପଣ ପାଣିର ଅଭାବକୁ ପୂରଣ କରିବା ପାଇଁ ତରଳ ପଦାର୍ଥର ମାତ୍ରା ବଢାଇବା ସହ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

baby

ପିଲା ଚିଡିଚିଡା ବ୍ୟବହାର କରିବା :

ଯଦି ଆପଣଙ୍କ ଶିଶୁ ବାରମ୍ବାର କାନ୍ଦେ, ତାକୁ କ୍ଷୀର ପିଆଇବା କିମ୍ବା ଖେଳନା ଦେଲେ ମଧ୍ୟ କାନ୍ଦ ବନ୍ଦ ନ ହୁଏ । ତେବେ ତା’ ଶରୀରରେ ଜଳୀୟ ଅଂଶର ଅଭାବ ରହିଛି ବୋଲି ଜାଣିନିଅନ୍ତୁ। କେବଳ ପାଣି ନୁହେଁ ବରଂ ନିଦ ପୂରଣ ନ ହେଲେ ମଧ୍ୟ ପିଲାମାନେ ଚିଡିଚିଡା ହୋଇଥାନ୍ତି।

ଶିଶୁ ଅଧିକ ଶୋଇବା :

ବଡ ଲୋକଙ୍କ ତୁଳନାରେ ଛୋଟ ପିଲା ସଂପୂର୍ଣ୍ଣ ପୋଷଣ ନ ମିଳିଲେ କିମ୍ବା ପାଣିର ଅଭାବ ହେଲେ ଅଧିକ ନିଦ ଆସିଥାଏ। ଯେଉଁଥି ପାଇଁ ସେ ଅଧିକ ସମୟ ଶୋଇ ରହିଥାଏ। ଯଦି ଆପଣଙ୍କ ଶିଶୁ କିଛି ଦିନ ପର୍ଯ୍ୟନ୍ତ ଏପରି କରେ, ତେବେ ଏହାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button