ରାଶିଫଳ

କାହିଁକି ହେଉଛି ମୁଣ୍ଡ ବିନ୍ଧା ? ଏଥିରୁ କିପରି ପାଇବେ ମୁକ୍ତି ? Dr Surjyaprakash S Choudhury

ପ୍ରତେକ ମଣିଷ ଜୀବନରେ କିଛି ନା କିଛି ସମସ୍ଯା ରହିଥାଏ । ଅଧିକାଂଶ ମହିଳା ମାନଙ୍କ କ୍ଷେତ୍ରରେ ମୁଣ୍ଡ ବିନ୍ଧା ସମସ୍ଯା ଦେଖାଯାଏ । ଆମେ ଯଦି ଅଧିକ ଚିନ୍ତା ବା ମାନସିକ ଚିନ୍ତା କରିଥାଉ ତେବେ ଆମର ମୁଣ୍ଡ ବିନ୍ଧା ସମସ୍ଯା ଦେଖାଯାଏ । ଏହା ବ୍ଯତୀତ ଯଦି ଆମ ମୁଣ୍ଡରେ କୌଣସି ପ୍ରକାରର ରୋଗ ଯେମିତିକି ବ୍ରେନ ଟିୟୁମର, ବ୍ରେନ ସ୍ଟ୍ରୋକ ଆଦି ସମସ୍ଯା ଥାଏ ତେବେ ମଧ୍ୟ ମୁଣ୍ଡ ବିଣ୍ଡା ହୋଇଥାଏ । ଆମ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ହେଉଛି ମାଇଗ୍ରେନ ଯାହା ଅଧିକାଂଶ ସମୟରେ ଦେଖାଯାଏ ।

ପ୍ରାୟତ ଶାରୀରିକ ଓ ମାନସିକ ଚିନ୍ତା ଯୋଗୁ, ଅଧିକ ତେଲ ଜାତୀୟ ଖାଦ୍ଯ ଖାଇବା ଯୋଗୁ, ଯଦି ରାତି ଅନିଦ୍ରା ହୋଇଥିବେ, ଅଧିକ ଚାହା, କଫି, ଚକଲେଟ ଆଦି ଜଙ୍କ ଫୁଡ, ଅଧିକ ଲାଇଟ ବା ସାଉଣ୍ଡ ହେଉଥିବା ସ୍ଥାନରେ ରହିବା ଦ୍ଵାରା ଆମର ମୁଣ୍ଡ ବିନ୍ଧା ସମସ୍ଯା ଦେଖାଯାଏ ।

ମାଇଗ୍ରେନ ମୁଣ୍ଡ ବିନ୍ଧା ବହୁତ ତୀବ୍ର ଗତୋରେ ହୋଇଥାଏ ଯାହା ୪ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ । ବ୍ୟକ୍ତିର ଗୋଟେ ପଟ ମୁଣ୍ଡ ବିନ୍ଧା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତି ଅନେକ କଷ୍ଟ ପାଇଥାଏ । ମାଇଗ୍ରେନର ଆଉ ଗୋଟେ ଲକ୍ଷଣ ହେଉଛି ବାନ୍ତି ହେବା ଯାହା ସାଧାରଣ ଲକ୍ଷଣ ହୋଇଥାଏ । ଏହା ଛଡା ମାଇଗ୍ରେନ ଅରା ମୁଣ୍ଡ ବିନ୍ଧା ହୋଇଥାଏ ଯାହା ଅନେକ ସମୟରେ ସିବିଅଅର ହୋଇଥାଏ ।

ଏହା ଦ୍ଵାରା ବ୍ଯକ୍ତିର ହାତ ଗୋଡ ଝିମଝିମ ହେବା, ପାରାଲିଶିଷ ହେବା ଆଦି ସମସ୍ଯା ଦେଖାଯାଏ । ଯଦି ଗୋଟେ ଦିନ ବା ଅଧିକ ଦିନ ପର୍ଯ୍ଯନ୍ତ ମୁଣ୍ଡ ବିନ୍ଧା ହୋଇଥାଏ ତେବେ ଏହା ବହୁତ ସିରିଏସ ହୋଇଥାଏ ଯାହାକୁ ମାଇଗ୍ରେନ ସିବିଅର ମୁଣ୍ଡ ବିନ୍ଧା କୁହାଯାଏ । ଯଦି ଆପଣଙ୍କର ଖାଦ୍ଯ, ଲାଇଟ, ସାଉଣ୍ଡ ଯୋଗୁ ମୁଣ୍ଡ ବିନ୍ଧା ହେଉଥାଏ ତେବେ ଏ ସବୁରୁ ଦୂରେଇ ରୁହନ୍ତୁ ।

ଏହାର ଦିତୀୟ ଉପଚାର ହେଉଛି ବ୍ୟାୟାମ ବା ଯୋଗ ଓ ପ୍ରାଣାୟାମ କରିବା ଓ ନିଜ ଡାଏଟରେ କିଛି ନୂଆ ପରିବର୍ତ୍ତନ କରିବା । ଏହାର ଚିକିତ୍ସା ପାଇଁ ଆକିୟୁର ଟ୍ରିଟମେଣ୍ଟ ଓ ପ୍ରୋଭିଡ  ଟ୍ରିଟମେଣ୍ଟ ରହିଛି । ଆକିୟୁର ଟ୍ରିଟମେଣ୍ଟରେ ଯଦି ଦିନେ ବା ଦୁଇ ଦିନ ପର୍ଯ୍ଯନ୍ତ ମୁଣ୍ଡ ବିନ୍ଧା ଲାଗି ରହେ ତେବେ ଔଷଧ ନେଇ ପାରିବେ । କିନ୍ତୁ ପ୍ରୋଭିଡ ଟ୍ରିଟମେଣ୍ଟରେ ଯଦି ମାସକୁ ୪ରୁ ୫ ଦିନ ପର୍ଯ୍ୟନ୍ତ ମୁଣ୍ଡ ବିନ୍ଧା ଲାଗି ରହେ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଅଧିକାଂଶ ସମୟର କିଛି ବ୍ୟକ୍ତି ପେନ କ୍ଲିୟର ସେବନ କରିଥାନ୍ତି । କିନ୍ତୁ ଅଧିକ ମୁଣ୍ଡ ବିନ୍ଧା ହେଲେ ପେନ କ୍ଲିୟର ଖାଆନ୍ତୁ ନାହି । ଏପରି କରିବା ଦ୍ଵାରା ଆପଣଙ୍କ ଶରୀରରେ ମେଡ଼ିସିନର ଅଧିକ ଖରାପ ପ୍ରଭାବ ପଡିଥାଏ ଯାହା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button