କ୍ରାଇମ

୧୭ ବର୍ଷୀୟ ବାଳିକାକୁ ଅପହରଣ କରି ଆଉ ୨ଜଣଙ୍କ ସହିତ ମିଶି ଦୁଷ୍କର୍ମ କଲେ ‘ଫେସ୍‌ବୁକ୍‌’ ଫ୍ରେଣ୍ଡ୍‌ – Utkal Mail


ଭୋପାଳ: ଗ୍ବାଲିୟର୍‌ରେ ଜଣେ ୧୭ ବର୍ଷୀୟ ବାଳିକାକୁ ‌ତା’ର ‘ଫେସ୍‌ବୁକ୍‌’ ଫ୍ରେଣ୍ଡ୍‌  ଆଉ ୨ଜଣଙ୍କ ସହିତ ମିଶି ଅପହରଣ କରି ନେଇ ଦୁଷ୍କର୍ମ କରିଥିବା କଥା ପୁଲିସ କହିଛି।

ସନ୍ଦିଗ୍ଧଙ୍କ ମଧ୍ୟରେ ଜଣେ ପୂର୍ବତନ ବିଧାୟକଙ୍କ ପୁଅ ଅଛନ୍ତି। ଉକ୍ତ ବାଳିକାକୁ ତା’ର ‘ଫେସ୍‌ବୁକ’ ଫ୍ରେ‌ଣ୍ଡ୍‌ ରାମୁ କୌଶିକ କାର୍‌ରେ ଅପହରଣ କରି ନେଇଥିଲେ ବୋଲି ଅଭିଯୋଗ ହୋଇଛି।

ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ତା’ର ମୁଖ୍ୟ ଅଭିଯୁକ୍ତ ରାମୁ କୌଶିକଙ୍କ ସହିତ ପରିଚୟ ହୋଇଥିଲା। ନଭେମ୍ବର ୨୧ ତାରିଖ ସନ୍ଧ୍ୟା ବେଳେ ସେ ବାହାରୁ ଘରକୁ ଫେରୁଥିବା ବେଳେ କେଉଁଠି ଅଛୁ ବୋଲି ରମୁ ଫୋନ୍‌ କରି ପଚାରିଲା। ସେ ଠିକଣା କହିବା ପରେ ରମୁ ତାକୁ ସେଠାରେ ଅପେକ୍ଷା କରିବାକୁ କହିଲା। ତା’ର ଅଳ୍ପ ସମୟ ପରେ ଗୋଟାଏ ‘ଏସ୍‌ୟୁଭି’ରେ ଆସି ରମୁ ପହଞ୍ଚିଲା। ‘ଏସ୍‌ୟୁଭି’ରେ ଥିଲେ ପୂର୍ବତନ ବିଧାୟକ ଅଜବ ସିଂହଙ୍କ ପୁତୁରା ସର୍ବିନ୍ଦ ଓ ଛୋଟେ ଖାଁ ନାମରେ ଆଉ ଜଣେ ବ୍ୟକ୍ତି।

ରମୁ ତାକୁ (ପୀଡ଼ିତା) ଗାଡ଼ିରେ ବସିବାକୁ କହିଲା। କିନ୍ତୁ, ଗାଡ଼ିରେ ଅନ୍ୟ ୨ଜଣ ଥିବା ଦେଖି ସେ ବସିବାକୁ କୁଣ୍ଠାବୋଧ କଲା। ଏହି ସମୟରେ ୩ଜଣ ମିଶି ତାକୁ ଜବରଦସ୍ତି ଗାଡ଼ିରେ ବସାଇ ଦ୍ରୁତ ବେଗରେ ପଳାଇ ଯାଇ ଗୋଟାଏ ନିକାଞ୍ଚନ ସ୍ଥାନରେ ତା’ ସହିତ ଦୁଷ୍କର୍ମ କଲେ। ସେ ବାଧା ଦେବାକୁ ଚେଷ୍ଟା କରି ବିଫଳ ହେଲା।

ଦୁଷ୍କର୍ମ ପରେ ଅଚେତ ହୋଇପଡ଼ିଥିବା ପୀଡ଼ିତାକୁ ସେଠାରେ ଛାଡ଼ି ସେମାନେ ପଳାଇ ଯାଇଥିଲେ। ଚେତା ଫେରିବା ପରେ ସେ ଥାନାକୁ ଯାଇ ଘଟଣା ବିଷୟରେ ରିପୋର୍ଟ କଲା। ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ରାମୁ ଓ ସର୍ବିନ୍ଦଙ୍କୁ ଧରିଲା। ଫେରାର୍‌ ହୋଇଯାଇଥିବା ଛୋଟେ ଖାଁକୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୁଲିସ କହିଛି।




Related Articles

Leave a Reply

Your email address will not be published. Required fields are marked *

Back to top button