ଧର୍ମ

ମହାଶିବରାତ୍ରିରେ ଏହି ମୁହୂର୍ତ ଏବଂ ଏହି ବିଧିରେ କଲେ ଭଗବାନ ଶିବଙ୍କର ପୂଜା ତେବେ ପୁରା ହେବ ସବୁ ମନୋକାମନା, ଜାଣନ୍ତୁ

ହିନ୍ଦୁ ଧର୍ମରେ ଭଗବାନ ଶିବ ଏମିତି ଏକ ଭଗବାନ ଅଟନ୍ତି ଯିଏକି ନିଜର ଭକ୍ତମାନଙ୍କର ସବୁ ମନୋକାମନା ପୁରା କରିଥାନ୍ତି । ଆସୁଥିବା ସମୟରେ ୪ ମାର୍ଚରେ ମହାଶିବରାତ୍ରିର ଉତ୍ସବ ଆସୁଛି । ହିନ୍ଦୁ ଶାସ୍ତ୍ର ଅନୁସାରେ ଶିବରାତ୍ରିର ଏହି ଦିନରେ ଭଗବାନ ଶିବ ଏବଂ ପାର୍ବତୀର ବିବାହ ହୋଇଥିଲା । କହିବାକୁ ଗଲେ ଏହି ବର୍ଷ ୪ ମାର୍ଚରେ ଆସୁଥିବ ଶିବରାତ୍ରୀର ବହୁତ ମହତ୍ଵ ଅଛି କାରଣ, ଏହି ଶିବରାତ୍ରି ସୋମବାର ଦିନ ପଡୁଛି, ଯାହାକି ଶିବଙ୍କର ଦିନ ଅଟେ ।

କାହିଁକି ଖାସ ଅଟେ ୨୦୧୯ର ଶିବରାତ୍ରି

ଏହି ବର୍ଷ ଶିବରାତ୍ରି ମହାଶିବରାତ୍ରି ଅଟେ । କାରଣ ଏହି ବର୍ଷ ଶିବରାତ୍ରି ସୋମବାର ଦିନ ପଡିଛି । କହିଦେଉଛୁ ଯେ ଶିବପୁରାଣ ଅନୁସାରେ ସୋମବାର ଦିନ ଭଗବାନ ଶିବଙ୍କର ଉପବାସ ରଖିବା ଏବଂ ତାଙ୍କର ପୂଜା କରିବା ଦ୍ଵାରା ଆପଣ ସବୁ କଷ୍ଟରୁ ମୁକ୍ତି ପାଇଥାନ୍ତି । ଏହା ସହିତ ଭଗବାନ ଶିବ ଭକ୍ତ ମାନନଙ୍କର ସବୁ ମନୋକାମନାକୁ ପୂରଣ କରିଥାନ୍ତି ।

କିନ୍ତୁ ଭଗବାନ ଶିବ ଯେତେ ସରଳ ଅଟନ୍ତି ସେତି କି କ୍ରୋଧିତ ବି ହୋଇଥାନ୍ତି, ସେଥିପାଇଁ ଶିବଙ୍କର ପୂଜା କରିବା ସମୟରେ ସମୟ ସହିତ ଅନ୍ୟ କିଛି ନିୟମ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ ।

ମହାଶିବରାତ୍ରି ୨୦୧୯ର ଶୁଭ ମୁହୂର୍ତ

ମହାଶିବରାତ୍ରି ୨୦୧୯ର ଶୁଭ ମୁହୂର୍ତ ଆରମ୍ଭ – ୪ ମାର୍ଚର ସନ୍ଧ୍ୟା ୪.୨୮ରୁ

ମହାଶିବରାତ୍ରି ୨୦୧୯ର ଶୁଭ ମୁହୂର୍ତ ସମାପ୍ତ – ୫ ମାର୍ଚ ୭.୦୭ ପର୍ଯ୍ୟନ୍ତ

ମହାଶିବରାତ୍ରିରେ ଭଗବାନ ଶିବଙ୍କର ପୂଜନ ବିଧି

ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ଦିନରେ ଶିବଙ୍କ ଯଜ୍ଞରେ ଗାଈର ଘିଅ ସହିତ କର୍ପୁର ମିଶାଇ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୧୦୮ ଥର ଆହୁତି ଦେବା ଦରକାର । ଏହା ସହିତ ଏହି ଦିନରେ ରୁଦ୍ରାକ୍ଷ ମାଳର ପରିଧାନ କରିବା ଉଚିତ । ସକାଳୁ ଉଠି ସ୍ନାନ କରିବା ପରେ ଶିବଲିଙ୍ଗ ଉପରେ କଞ୍ଚା କ୍ଷୀରରେ ଗଙ୍ଗାଜଳ ମିଶାଇ ଅଭିଷେକ କରିବା ସହିତ ଚନ୍ଦନ, ପୁଷ୍ପ, ଝୁଣା, ଦୀପ ଇତ୍ୟାଦି ଦ୍ଵାରା ତାଙ୍କର ପୂଜା କରିବା ଉଚିତ । ଭଗବାନ ଶିବଙ୍କ ଉପରେ ବେଳପତ୍ର ଏବଂ ଦୁଦୁରା ଫୁଲ ବି ଚଢାଇବା ଦ୍ଵାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ।

ମହାଶିବରାତ୍ରି ବ୍ରତରେ କଣ ଖାଇବେ

ମହାଶିବରାତ୍ରି ଦିନରେ କିଛି ଲୋକମାନେ ନିଜର ଶ୍ରଦ୍ଧା ଅନୁସାରେ ଏହି ଦିନରେ ନିର୍ଜଳ ବ୍ରତ ରଖିଥାନ୍ତି ଏବଂ ପୁରା ଦିନରେ ଅନ୍ନ – ଜଳ ବି ଗ୍ରହଣ କରନ୍ତି ନାହିଁ । ଯଦି ଆପଣ ନିର୍ଜଳ ବ୍ରତ ରଖି ପାରିବେ ନାହିଁ ତେବେ ଆପଣ ଫଳ, ଏବଂ କ୍ଷୀରର ସେବନ କରି ପାରିବେ । ଏହା ଛଡା ପୁରୀ, ଆଳୁ, ସାବୁଦାନା, ଆଳୁର ତରକାରୀ ସେବନ କରି ପାରିବେ । ଏହି ସବୁ ଜିନିଷକୁ ଦେଶୀ ଘିଅରେ ପ୍ରସ୍ତୁତ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button