ନୀତି

ଲକ୍ଷ୍ମୀଙ୍କର ଏହି ଫଟୋକୁ ପୂଜା କରିବା ଦ୍ଵାରା ରୁହେ ନାହିଁ ଧନର ଅଭାବ, ଦୂର ହୋଇଥାଏ ଦରିଦ୍ରତା

ମହାଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ପ୍ରାୟତଃ ଲୋକମାନେ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିବା ପାଇଁ ବହୁତ ଉପାୟ କରିଥାନ୍ତି, ଯାହା ଦ୍ଵାରା ମାତା ଲକ୍ଷ୍ମୀ ତାଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ତାଙ୍କ ଜୀବନରେ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ । କିନ୍ତୁ କେତେ ଥର ଏମିତି ଦେଖାଯାଇଛି କି ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରିବା ସତ୍ତ୍ୱେ ମଧ୍ୟ ବ୍ୟକ୍ତିଙ୍କୁ କୌଣସି ପ୍ରକାର ଲାଭ ମିଳି ନଥାଏ ।

ତେବେ ଏହା ପଛରେ କୌଣସି ନା କୌଣସି କାରଣ ନିଶ୍ଚିତ ଥାଏ । ଆପଣମାନେ ମାତା ଲକ୍ଷ୍ମୀଙ୍କର ବହୁତ ଫଟୋ ଦେଖିଥିବେ କିନ୍ତୁ ମାତା ଲକ୍ଷ୍ମୀଙ୍କର ଏହି ଫଟୋ ଗୁଡିକୁ ପୂଜା କରିବା ଦ୍ଵାରା ଅଲଗା ଅଲଗା ଲାଭ ମିଳିଥାଏ । ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ମାତା ଲକ୍ଷ୍ମୀଙ୍କର କିଛି ଫଟୋ ବିଷୟରେ କହିବାକୁ ଯାଉଛୁ, ଆପଣ ଏହି ଫଟୋକୁ ପୂଜା କରିବା ସମୟରେ ଏହି ସବୁ କଥାର ବିଶେଷ ଧ୍ୟାନ ରଖିବେ ।

ଆସନ୍ତୁ ଜାଣିବା ମାତା ଲକ୍ଷ୍ମୀଙ୍କର କେଉଁ ଫଟୋ ଗୁଡିକୁ ପୂଜା କରିବା ଦ୍ଵାରା ମିଳିଥାଏ ଲାଭ

·    ଯଦି ଆପଣ ମାତା ଲକ୍ଷ୍ମୀଙ୍କର ଏହି ଫଟୋକୁ ପୂଜା କରୁଛନ୍ତି ଯେଉଁଥିରେ ଭଗବାନ ଗଣେଶ ଏବଂ ମାତା ସରସ୍ଵତୀ ଅଛନ୍ତି ତେବେ ତାହା ବହୁତ ଶୁଭ ହୋଇଥାଏ । ଯଦି ଆପଣ ଏହିଭଳି ଫଟୋକୁ ପୂଜା କରୁଛନ୍ତି ତେବେ ଆପଣଙ୍କର ଜୀବନରେ କେବେ ବି ଧନର ଅଭାବ ରହିବ ନାହିଁ ଏବଂ ବିଦ୍ୟା ପ୍ରାପ୍ତି ହେବ ।

·    ଆପଣ ମାତା ଲକ୍ଷ୍ମୀଙ୍କର କିଛି ଏହିଭଳି ଫଟୋ ଦେଖିଥିବେ ଯେଉଁଥିରେ ମାତା ଲକ୍ଷ୍ମୀ ନିଜର ଦୁଇ ହାତରୁ ଧନର ବର୍ଷା କରୁଥିବାର ନଜର ଆସୁଥିବେ, ଏହିଭଳି ଫଟୋକୁ ପୂଜା କରିବା ଦ୍ଵାରା ବ୍ୟକ୍ତିକୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ବ୍ୟକ୍ତିଙ୍କର ଜୀବନରେ ଧନର ଆଗମନ ହୋଇଥାଏ । ଘର ପରିବାରରୁ ଦାରିଦ୍ରତା ଦୂର ହୋଇଥାଏ । ଏହା ଛଡା ମାତା ଲକ୍ଷ୍ମୀ ବି ଆପଣଙ୍କ ଘରେ ବାସ କରନ୍ତି ।

·    ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ଏମିତି କିଛି ଫଟୋକୁ ପୂଜା କରିବା ଠାରୁ ବଞ୍ଚିବାକୁ ପଡିବ, ଯେଉଁଥିରେ ମାତା ଲକ୍ଷ୍ମୀ ନିଜର ଗୋଡ ପଦ୍ମ ଫୁଲ ଉପରେ ରଖିଥିବାର ନଜର ଆସୁଥିବେ, ଏହି ଫଟୋକୁ ପୂଜା କରିବା ଦ୍ଵାରା ମାତା ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଘରୁ ଦୂରେଇ ଯାଆନ୍ତି ଏବଂ ସେହି ବ୍ୟକ୍ତିଙ୍କ ଘରେ ଆର୍ଥିକ ସମସ୍ୟା ଉତ୍ପନ୍ନ ହେବାକୁ ଲାଗେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button