ବିଚାର

ଗୋଟିଏ ରୁଟିରେ ଲୁଚି ରହିଛି ଆପଣଙ୍କର ସବୁ ସମସ୍ୟାର ସମାଧାନ, କରନ୍ତୁ ଏହି ଉପାୟ

ଆମ ଜୀବନରେ ରୁଟିର ବହୁତ ମହତ୍ଵ ରହିଛି । ହିନ୍ଦୁ ଧର୍ମ ଅନୁସାରେ ଏହିଭଳି କିଛି ଉପାୟ ଅଛି ଯାହାର ବ୍ୟବହାର କରି କାହାର ବି ଭାଗ୍ୟ ବଦଳାଇ ହେବ । ଏମିତିରେ ରୁଟିରେ ମଧ୍ୟ ବିଭିନ୍ନ ଉପାୟ ଅଛି ଯାହାକୁ କରି ଆପଣ ନିଜର ଭାଗ୍ୟ ବଦଳାଇ ପାରିବେ । ଏହା ପୂର୍ବରୁ ଜାଣି ନିଅନ୍ତୁ କି ଖାଦ୍ୟକୁ କେବେ ବି ନଷ୍ଟ କରନ୍ତୁ ନାହିଁ । ବର୍ତ୍ତମାନ ଆପଣଙ୍କୁ କହିଦେଉଛୁ କି ରୁଟି ଦ୍ଵାରା ଆପଣଙ୍କ ଭାଗ୍ୟ କେମିତି ଚମକି ପାରିବ ।

ଘରର ସୁଖ ଶାନ୍ତି ପାଇଁ

ଯଦି ଆପଣଙ୍କ ଘରେ ଝଗଡା ହେଉଛି ଏବଂ ଏହା ଦ୍ଵାରା ଘରର ବାତାବରଣ ଖରାପ ହୋଇଯାଇଛି ତେବେ ଏଥିପାଇଁ ସବୁଦିନ ସକାଳେ ଯେଉଁ ରୁଟି ତିଆରି ହୁଏ ସେଥିରୁ ପ୍ରଥମ ରୁଟି ଟି ଗାଈ ପାଇଁ ବାହାର କରି ଦିଅନ୍ତୁ । ଏହା ପରେ ରାତିରେ ମଧ୍ୟ ଗୋଟିଏ ରୁଟି କୁକୁର ପାଇଁ ବାହାର କରି ଦିଅନ୍ତୁ । ସବୁଦିନ ଯଦି ଗାଈ ଏବଂ କୁକୁରକୁ ଭଲ ରୁଟି ଖାଇବାକୁ ଦେଲେ, ଆପଣଙ୍କ ଘର ପରିବାର ମଧ୍ୟରେ ଝଗଡା ଶେଷ ହୋଇଯିବ ।

ରାହୁ କେତୁର ଶାନ୍ତି

ଯଦି ଆପଣଙ୍କର ଜାତକରେ ରାହୁ ଏବଂ କେତୁର ସ୍ଥିତି ଆପଣଙ୍କୁ ଅସୁବିଧା କରୁଛି କିମ୍ବା ଆପଣ ସେହି ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସବୁଦିନ ରାତିର ଶେଷ ରୁଟିକୁ ଶୋରିଷ ତେଲ ଲଗାଇ କଳା କୁକୁରକୁ ଖାଇବାକୁ ଦିଅନ୍ତୁ । ୧୫ ଦିନ ପର୍ଯ୍ୟନ୍ତ ଏହା କରିବା ଦ୍ଵାରା ଆପଣଙ୍କୁ ଲାଭ ମିଳିବ ।

ପିତୃଦୋଷରୁ ବଞ୍ଚନ୍ତୁ

ପିତୃଦୋଷରୁ ବଞ୍ଚିବା ପାଇଁ ଅମାବାସ୍ୟା ଦିନ ରାତିରେ ସର୍ବ ପ୍ରଥମେ ରୁଟି ସହିତ କ୍ଷୀରି ମଧ୍ୟ ପ୍ରସ୍ତୁତ କରନ୍ତୁ । ଏହା ପରେ କ୍ଷୀରିରେ ରୁଟି ଲଗାଇ କାଉକୁ ଖାଇବାକୁ ଦିଅନ୍ତୁ ।

ଅସଫଳତାରୁ ବଞ୍ଚନ୍ତୁ

ଯଦି ବାରମ୍ବାର ଆପଣଙ୍କ କାମ ଖରାପ ହୋଇ ଯାଉଛି ତେବେ ରୁଟିରେ ଚିନି ପକାଇ ପିମ୍ପୁଡିମାନଙ୍କୁ ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣ ସବୁ କ୍ଷେତ୍ରରେ ସଫଳତା ପାଇବେ ।

ଶାଶୁ ବୋହୁ ସମ୍ପର୍କ ପାଇଁ

କିଛି ଥର ଘରର କଳହ ଦୂର କରିବା ପାଇଁ ଏବଂ ପରସ୍ପର ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ରୁଟିର ଉପାୟକୁ ସଠିକ ବୋଲି କୁହାଯାଏ । ସର୍ବ ପ୍ରଥମେ ଶନିବାର ଦିନ ପ୍ରଥମ ରୁଟି ତିଆରି କରି ସେଥିରେ ନିଜ ଶାଶୁଙ୍କର ନାମ କଳା କାଳୀରେ ଲେଖି କଳା କୁକୁରକୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଶାଶୁ ଏବଂ ବୋହୁଙ୍କର ସମ୍ପର୍କ ମଧ୍ୟରେ ମଧୁରତା ବଢିବ ।

ପିଲାମାନଙ୍କ ପାଇଁ

କିଛି ଥର ଦେଖାଯାଇଛି କି ପିଲାମାନଙ୍କୁ ନଜର ଲାଗିଯାଏ ଓ ସେମାନେ ଖାଇବା କମ କରି ଦିଅନ୍ତି । ଏମିତିରେ ଗୋଟିଏ ରୁଟି ନିଅନ୍ତୁ ଓ ସେଥିରେ ଗୁଡ ରଖି ନିଜ ପିଲା ମୁଣ୍ଡ ଉପରୁ ୧୧ କିମ୍ବା ୨୧ ଥର ବୁଲାଇ ଦିଅନ୍ତୁ ଏବଂ ଏହି ରୁଟିକୁ କୁକୁରକୁ ଖାଇବାକୁ ଦେଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଶିଶୁ ଭଲ ଭାବରେ ଖାଇବାକୁ ଲାଗିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button