ମନୋରଞ୍ଜନ

ବିବାହର ୧୦ ବର୍ଷ ପରେ ମା ହେବେ ସମ୍ଭାବନା ସେଠ୍, ବେବି ସାୱାରର ଫଟୋ କଲେ ସେୟାର

ଟିଭି ଆକ୍ଟ୍ରେସ୍ ସମ୍ଭାବନା ସେଠଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।  ବିବାହର ୧୦ ବର୍ଷ ପରେ ମା ହେବାକୁ ଯାଉଛନ୍ତି ସମ୍ଭାବନା ସେଠ୍ । ନିକଟରେ ଦମ୍ପତ୍ତି ବେବି ସାୱାରର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି  । ଯେଉଁଥିରେ ଏହି ଖୁସି ପାଇଁ ତାଙ୍କ ସ୍ବାମୀ ଅଭିନାଶ ଦ୍ୱିବେଦୀ ଏବଂ ପରିବାର ଅତ୍ୟନ୍ତ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ସେୟାର କରିଥିବା ପୋଷ୍ଟରେ ସମ୍ଭାବନା ସେଠ୍ ଲାଲ ଏବଂ ଗୋଲାପୀ ଫୁଲର ପ୍ରିଣ୍ଟର ଏକ ଷ୍ଟାଇଲିସ୍ ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି । ସେହିପରି ତାଙ୍କ ସ୍ବାମୀ ଅଭିନାଶଙ୍କୁ ବେବି ସାୱାରରେ ମେରୁନ୍ ରଙ୍ଗର କୁର୍ତ୍ତା ସହିତ ପାଇଜାମାରେ ନଜର ଆସିଛନ୍ତି ।  ବେବି ସାୱାର ପାଇଁ ସୁନ୍ଦର ଭାବେ ସାଜସଜ୍ଜା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏଥିସହ ଏହି ଖୁସିର ମୁହୂର୍ତ୍ତକୁ ସମ୍ଭାବନା ଖୁବ୍ ସିମ୍ପଲ୍ ୱେରେ ପାଳନ କରି ଦିନଟିକୁ ସ୍ମରଣୀୟ କରିଥିଲେ । ଏହି ସମୟରେ ସମ୍ଭାବନା ଏବଂ ଅଭିନାଶ ସେମାନଙ୍କ ପୋଷା ପଶୁମାନଙ୍କ ସହିତ ଫଟୋ ଉଠାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ବ୍ୟତୀତ କୁନି ଅତିଥିର ସ୍ବାଗତ ପାଇଁ ଅଭିନାଶ ଏବଂ ସମ୍ଭବନାଙ୍କ ସମ୍ପୂର୍ଣ୍ଣ ପରିବାର ଏଥିରେ ସାମିଲ ରହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button