ସ୍ୱାସ୍ଥ୍ୟ

ଗର୍ଭାବସ୍ଥାରେ ଗ୍ୟାସ୍‌ ସମସ୍ୟା ଦେଖା ଦେଉଥିଲେ ଆପଣାନ୍ତୁ ଏହି ୫ଟି ଘରୋଇ ଉପଚାର

ଗର୍ଭାବସ୍ଥା ଏମିତି ଏକ ସମୟ, ଯେଉଁଥିରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ପରିବର୍ତ୍ତନରୁ କେବେ କେବେ କିଛି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଗ୍ୟାସ୍‌ ସମସ୍ୟା। ଯେତେବେଳେ ଅଧିକ ମାତ୍ରାରେ ଖାଦ୍ୟ ଖିଆଯାଏ କିମ୍ବା ଅଧିକ ସମୟ ଯାଏ କିଛି ନ ଖାଇବାରେ ଗ୍ୟାସ୍‌ ସମସ୍ୟା ଦେଖାଦେଇଥାଏ। ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବାର କିଛି ଘରୋଇ ଉପଚାର ବିଷୟରେ କହିବୁ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

g1

୧. ଖାଦ୍ୟ ଖାଇବା ପୂର୍ବରୁ ଜୁଆଣି ଚୂର୍ଣ୍ଣରେ କଳା ଲୁଣ ମିଶାଇ ସେବନ କରନ୍ତୁ। ଦେଖିବେ, ଗ୍ୟାସ୍‌ ସମସ୍ୟା ଆଉ ହେବନାହିଁ। ଏହାକୁ ଖାଦ୍ୟ ଖାଇବା ପରେ ମଧ୍ୟ ସେବନ କରାଯାଇପାରିବ।

୨. ଗ୍ୟାସ୍‌ ସମସ୍ୟା ଦୂର କରିବା ପାଇଁ ଲେମ୍ବୁ ମଧ୍ୟ ବେଶ୍‌ ଫଳପ୍ରଦ। ଗୋଟିଏ ପାତ୍ରରେ ଲେମ୍ବୁ ରସ ପକାଇ ଅଳ୍ପ ପାନମହୁରୀ ଗୁଣ୍ଡ ଏବଂ କଳା ଲୁଣ ମିଶାଇ କିଛି ଦିନ ସେବନ କରନ୍ତୁ। ଏଥିରୁ ଆପଣଙ୍କୁ ଉପଶମ ମିଳିବ।

g7

୩. କାକୁଡ଼ି, ମୂଳା, ଗାଜର, ଟମାଟର, ପାଳଙ୍ଗ ଆଦିକୁ ସାଲାଡ୍‌ କରି ପ୍ରତିଦିନ ସେବନ କରିବା ଉଚିତ, ଯଦ୍ଦ୍ଵାରା ଗ୍ୟାସ୍‌ ସମ୍ବନ୍ଧିତ କୌଣସି ବି ସମସ୍ୟା ଦେଖାଦେଇ ନ ଥାଏ।

୪. ୨୦ ଗ୍ରାମ ସୈନ୍ଧବ୍ୟ ଲୁଣ ଏବଂ ୫୦ ଗ୍ରାମ ଚିନିକୁ ଏକାଠି ମିଶାଇ ପେଶି ନିଅନ୍ତୁ। ପ୍ରତିଦିନ ଏହାକୁ ଖାଦ୍ୟ ଖାଇବା ପରେ ସେବନ କରିବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦୂର ହୋଇଯାଇଥାଏ।

g4

୫. ଗର୍ଭାବସ୍ଥାରେ ଗ୍ୟାସ୍‌ ସମସ୍ୟା ଥିଲେ ଫାଲସା(ଏକପ୍ରକାର ଛୋଟ ଫଳ) ମଧ୍ୟ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏଥିପାଇଁ ଫାଲସା ରସରେ ମିଶ୍ରି, କଳା ଲୁଣ ଏବଂ ଲେମ୍ବୁ ମିଶାଇ ପ୍ରତିଦିନ ସେବନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button