ଜୀବନଶୈଳୀ

ଭଲ ଜୀବନ ସାଥି ପାଇବାକୁ ଚାହୁଞ୍ଚନ୍ତି ତ ନିଶ୍ଚିତ ରଖନ୍ତୁ ମଙ୍ଗଳା ଗୌରୀଙ୍କ ବ୍ରତ, ଜାଣନ୍ତୁ ବିଧି – ବିଧାନ

ମଙ୍ଗଳା ଗୌରୀଙ୍କର ବ୍ରତ କରିବା ଦ୍ଵାରା ମନ ଇଚ୍ଛା ଜୀବନ ସାଥି ମିଳିଥାଏ । କୁଆଁରୀ କନ୍ୟା ଏହି ବ୍ରତକୁ ନିଶ୍ଚିତ କରିଥାନ୍ତି ଓ ମା’ ଗୌରୀଙ୍କ ଠାରୁ ଭଲ ଜୀବନସାଥୀର କାମନା ବି କରିଥାନ୍ତି । ଏଥର ମଙ୍ଗଳା ଗୌରୀଙ୍କର ବ୍ରତ ସହିତ ଶିବରାତ୍ରି ବି ଆସୁଛି । ଯେଉଁ କାରଣରୁ ଏହି ବ୍ରତର ମହତ୍ଵ ଆହୁରି ବି ବଢିଯାଇଛି । ଶ୍ରାବଣ ମାସ ବହୁତ ପବିତ୍ର ମାସ ହୋଇଥାଏ । ଏମିତି କୁହାଯାଏ କି ଏହି ମାସରେ ଭଗବାନ ଶିବ ଓ ପାର୍ବତୀଙ୍କର ବିବାହ ବି ହୋଇଥିଲା ।

କାହିଁକି କୁହାଯାଏ ଏହାକୁ ମଙ୍ଗଳା ଗୌରୀଙ୍କର ବ୍ରତ ?

ଏହା ଛଡା ଏମିତି ବି କୁହାଯାଏ କି ଶ୍ରାବଣ ମାସରେ ପାର୍ବତୀ ମାତା ଭକ୍ତିର ସହିତ ଭଗବାନ ଶିବଙ୍କର ପୂଜା କରିଥିଲେ । ଯେଉଁ କାରଣରୁ ତାଙ୍କୁ ଭଗବାନ ଶିବ ସ୍ଵାମୀ ରୂପରେ ମିଳିଥିଲେ ।

ପୁରାଣ ଅନୁସାରେ ଯେଉଁ ଯୁବତୀ ମଙ୍ଗଳା ଗୌରିଙ୍କର ବ୍ରତ ରଖିଥାଏ ସେହି ଯୁବତୀମାନଙ୍କୁ ଭଲ ଜୀବନସାଥି ମିଳିଥାଏ । ଏହି ବ୍ରତ ଶ୍ରାବଣ ମାସର ମଙ୍ଗଳବାର ଦିନ ହିଁ ହୋଇଥାଏ ଯେଉଁ କାରଣରୁ ଏହାକୁ ମଙ୍ଗଳା ଗୌରି ବ୍ରତ କୁହାଯାଏ ମଙ୍ଗଳା ଗୌରି ବ୍ରତ ମାତା ପାର୍ବତୀଙ୍କ ପାଇଁ ରଖାଯାଏ ।

ମଙ୍ଗଳା ଗୌରୀ ବ୍ରତ ବହୁତ ଖାସ ହୋଇଥାଏ ଓ ଏହି ବ୍ରତରେ ମାତା ପାର୍ବତୀଙ୍କର ପୂଜା କରିବା ସମୟରେ ଏହି ସମସ୍ତ ବସ୍ତୁ ଗୁଡିକ ନିଶ୍ଚିତ ରୂପରେ ସାମିଲ କରନ୍ତୁ ।

ଚୌକି, ନାଲି କପଡ଼ା, କଳସ, ଗହମ କିମ୍ବା ଚାଉଳ, ଚତୁର୍ମୁଖୀ ଦୀପ, ଧୁପକାଠି, ଦିଆସିଲ, ପବିତ୍ର ମାଟି, ମାତା ଗୌରୀଙ୍କର ପ୍ରତିମା, ପାଣି, କ୍ଷୀର, ପଞ୍ଚାମୃତ (କ୍ଷୀର, ଦହୀ, ମହୁ, ଘିଅ, ଚିନିର ମିଶ୍ରଣ), ମାତା ଗୌରୀଙ୍କ ପାଇଁ ବସ୍ତ୍ର, ମୌଲୀ, କୁମକୁମ, ହଳଦୀ, ମେହେନ୍ଦି, କାଜଲ, ସିନ୍ଦୁର, ଫୁଲ, ମାଳ, ଫଳ, ପାନ, ଗୁଆ, ବିନ୍ଦି ଓ ଚୁଡି ।

ଏମିତି କୁହଯାଏ କି ଯଦି ଯୁବତୀ ଏହି ବ୍ରତକୁ କରିଥାନ୍ତି ତେବେ ତାଙ୍କ ସ୍ଵାମୀଙ୍କର ଆୟୁ ଅଧିକ ହୋଇଯାଏ । ସେଥିପାଇଁ ସବୁ ବର୍ଷ ବିବାହିତା ଓ କୁଆଁରୀ କନ୍ୟା ଏହି ବ୍ରତକୁ ନିଶ୍ଚିତ ରୂପରେ ରଖିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button