ମନୋରଞ୍ଜନ

ରିଅଲ ଲାଇଫ ରେ ଶାଶୁ-ଜ୍ଵାଇଁ ଅଟନ୍ତି Bollywood ର ଏହି ଅଭିନେତା ଓ ଅଭିନେତ୍ରୀ ମାନେ, 6 ନମ୍ବର ଯୋଡି ତ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ବଲିଉଡ ସିନେମା ରେ ବହୁତ ସମ୍ପର୍କ ଦେଖିବାକୁ ମିଳିଥାଏ। ମାଆ ପୁଅ ଠାରୁ ଶାଶୂ ଜ୍ୱାଇଁ ସମ୍ପର୍କ ସାମିଲ ଅଛି। ଶାଶୁ ଓ ଜ୍ୱାଇଁ ସମ୍ପର୍କ ବହୁତ ଖାସ ଥାଏ। ଏବଂ ବହୁତ ଭଲପାଇବା ମଧ୍ୟ ଦେଖାଯାଏ। ଏଥିରେ ଶାଶୁ ନିଜର ଜ୍ୱାଇଁ କୁ ନିଜ ପୁଅ ଭଳି ହିଁ ଭଲ ପାଆନ୍ତି ଓ ଆଦର କରିଥାନ୍ତି। ସିନେମା ଭଳି ବାସ୍ତବ ଜୀବନ ରେ ମଧ୍ୟ ବଲିଉଡ ର ଅଭିନେତା ମାନେ ନିଜ ନିଜ ଶାଶୁ ମାଆ ଙ୍କ ସହ ବହୁତ ଭଲ ସମ୍ପର୍କ ରଖିଛନ୍ତି। ଏବଂ ଜ୍ୱାଇଁ ନ ହୋଇ ପୁଅ ଭଳି ଯତ୍ନ ମଧ୍ୟ ନେଉଛନ୍ତି।ତେବେ ଚାଲନ୍ତୁ ଜାଣିନେବା ବଲିଉଡ ଅଭିନେତା ମାନଙ୍କ ବାସ୍ତବ ଜୀବନ ର ଶାଶୁ ମାନଙ୍କ ବିଷୟରେ।

୧- ପ୍ରଥମ ଶାଶୁ ଓ ଜ୍ୱାଇଁ ଯୋଡି ହେଉଛି ହୃତିକ୍ ରୋଶନ ଓ ତାଙ୍କ ଶାଶୁ ମାଆ ଜରିନ। ୨୦୦୦ ରେ ହୃତିକ ସୁଜେନ ଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କ ଶାଶୁ ମଧ୍ୟ ଏକ ସଫଳ ଅଭିନେତ୍ରୀ ରହି ସାରିଛନ୍ତି। ସୁଜେନ ଓ ହୃତିକ ଙ୍କ ଛାଡପତ୍ର ହୋଇସାରିଛି କିନ୍ତୁ ଏବେ ମଧ୍ୟ ଏହି ଦୁଇ ପରିବାର ଙ୍କ ମଧ୍ୟ ରେ ବହୁତ ଭଲ ସମ୍ପର୍କ ରହିଛି। ହୃତିକ ନିଜ ଶାଶୁ ମାଆ ଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ଜରିନ ମଧ୍ୟ ତାଙ୍କୁ ନିଜ ପୁଅ ଭଳି ଆଦର ଓ ସ୍ନେହ କରନ୍ତି।

୨- ଦ୍ୱିତୀୟ ଯୋଡି ହେଉଛି ସୈଫ ଅଲ୍ଲୀ ଖାନ ଓ ବବିତା କପୂର। ୨୦୧୨ ରେ ସୈଫ କରିନା ଙ୍କୁ ବିବାହ କରିଥିଲେ। ସୈଫ ବଲିଉଡ ର ଏକ ସଫଳ ଅଭିନେତା ସେ ନିଜର ଅଭିନୟ ରେ ସମସ୍ତ ଙ୍କ ହୃଦୟ ଜିଣିବା ରେ ସଫଳ ହୋଇଛନ୍ତି। ଏବଂ ତାଙ୍କୁ ଶାଶୁ ମାଆ ବବିତା ମଧ୍ୟ ବଲିଉଡ ର ଜଣେ ସଫଳ ଅଭିନେତ୍ରୀ। ଏମାନ ଙ୍କ ମଧ୍ୟ ରେ ବହୁତ ଭଲ ସଂପର୍କ ଅଛି।

୩- ତୃତୀୟ ଅଭିନେତା ହେଉଛନ୍ତି ରଣବିର କପୂର। ରଣବିର ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି କିନ୍ତୁ ଖୁବ ଶୀଘ୍ର ସେ ନିଜ ପ୍ରେମିକା ଆଲିଆ ଭଟ୍ଟ ଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ସେହିପରି ରଣବିର ଙ୍କ ଶାଶୁ ମାଆ ହେଉଛନ୍ତି ସୋନି ରାଜଦାନ। ଇଏ ମଧ୍ୟ ଜଣେ ଅଭିନେତ୍ରୀ।

୪- ଚତୁର୍ଥ ଅଭିନେତା ହେଲେ ଫରଦିନ ଖାନ। ‘ନୋ ଏଣ୍ଟ୍ରି’ ‘ ପ୍ୟାରେ ମୋହନ’ ଆଦି ସିନେମାରେ ଅଭିନୟ କରିଛନ୍ତି। ଫରଦିନ ଅବଶ୍ୟ ଅଧିକ ସଫଳ ହୋଇ ନପାରିଲେ କିନ୍ତୁ ନିଜର ବାସ୍ତବ ଜୀବନରେ ସେ ସଫଳ ହୋଇପାରିଛନ୍ତି। ସେ ନତାଶା ମଧୁୱାଣୀ ଙ୍କ ସହ ୨୦୦୫ ରେ ବିବାହ କରିଥିଲେ। ଏବଂ ନତାଶା ଙ୍କ ମାଆ ହେଉଛନ୍ତି ବଲିଉଡ ର ଜଣେ ସଫଳ ଓ ଲୋକପ୍ରିୟ ଅଭିନେତ୍ରୀ ମୁମତାଜ। ଏମାନେ ଦୁଇ ଜଣ ଦୁଇ ଜଣଙ୍କୁ ବହୁତ ସମ୍ମାନ ଓ ସ୍ନେହ କରନ୍ତି

୫-ପଞ୍ଚମ ଅଭିନେତା ହେଉଛନ୍ତି ବରୁଣ ଧବନ। ବରୁଣ ମଧ୍ୟ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। କିନ୍ତୁ ବହୁତ ଶୀଘ୍ର ନିଜ ପ୍ରେମିକା ନତାଶା ଦଲାଲ ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନତାଶା ଦଲାଲ ଙ୍କ ମାଆ ଗୌରୀ ଦଲାଲ ବରୁଣ ଙ୍କ ଶାଶୁ ମାଆ ହେବେ। ଏମାନ ଙ୍କ ମଧ୍ୟ ରେ ମାଆ ଓ ପୁଅ ର ସମ୍ପର୍କ ରହିଛି ଏମାନେ ଦୁଇ ଜଣ ଦୁଇ ଜଣ ଙ୍କୁ ବହୁର ସମ୍ମାନ ଦିଅନ୍ତି ଏବଂ ବହୁତ ଭଲ ମଧ୍ୟ ପାଆନ୍ତି।

୬-ଷଷ୍ଠ ଶାଶୁ ଓ ଜ୍ୱାଇଁ ଯୋଡି ହେଉଛି ଅକ୍ଷୟ କୁମାର ଓ ଡ଼ିମ୍ପଲ କପାଡ଼ିଆ। ଅକ୍ଷୟ ବଲିଉଡ ର ଜଣେ ଲୋକପ୍ରିୟ ଓ ସଫଳ ଅଭିନେତା ସେ ନିଜର ଅଭିନୟ ଓ ନିଜର ଅନ୍ୟ ଗୁଣ ଯୋଗୁଁ ବହୁତ ପ୍ରସିଦ୍ଧ। ତାଙ୍କୁ ବିବାହ ଅଭିନେତ୍ରୀ ଟ୍ଵିଙ୍କଲ ଖାନ୍ନା ଙ୍କ ସହ ୨୦୦୧ ରେ ବିବାହ କରିଥିଲେ। ଅକ୍ଷୟ ଏବଂ ଡ଼ିମ୍ପଲ ନଙ୍କ ମଧ୍ୟ ରେ ଶାଶୁ ଓ ଜ୍ୱାଇଁ ନୁହେଁ ବରଂ ମାଆ ପୁଅ ର ସମ୍ପର୍କ ରହିଛି। ଏବଂ ଦୁଇ ବନ୍ଧୁ ଭଳି ମଧ୍ୟ ରହିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button