ବିଚାର

ନବରାତ୍ରିରେ ଘରକୁ ଆଣନ୍ତୁ ଏହି ଜିନିଷ, ବର୍ଷସାରା ରହିଥିବ ମା’ଙ୍କ କୃପା, ଦୂର ହେବ ଧନ ସମସ୍ୟା

ନବରାତ୍ରି ଦିନ ମାତାଙ୍କର ସମସ୍ତ ମନ୍ଦିରରେ ବହୁତ ଧୁମଧାମ ସହ ମାତାଙ୍କର ପୂଜା କରାଯାଇଥାଏ । ଏମିତିରେ ନବରାତ୍ରି ସମୟରେ ସମସ୍ତେ ମାତାଙ୍କର ଆଶୀର୍ବାଦ ପାଇବା ପାଇଁ ତାଙ୍କର ପୂଜା ଅର୍ଚନା କରିଥାନ୍ତି ଓ ଭିନ୍ନ ଭିନ୍ନ ପ୍ରକାରର ଉପାୟ ବି କରିଥାନ୍ତି । ଯଦି ଆପଣ ମାତାଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ନବରାତ୍ରି ସମୟରେ ଘରକୁ ନେଇ ଆସିବେ

ତ ମାତାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ ।

 

ଆସନ୍ତୁ ଜାଣିବା ନବରାତ୍ରିରେ କେଉଁ ଜିନିଷକୁ ଆଣିବେ ନିଜ ଘରକୁ

·    ଯଦି ନବରାତ୍ରି ଦିନ ନିଜ ଘରକୁ ଦକ୍ଷିଣାବର୍ତୀ ଶଙ୍ଖ ଆଣି ଏହାର ପୂଜା କରୁଛନ୍ତି ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ଵାରା ଆପଣ ନିଶ୍ଚିତ ରୂପରେ ଲାଭବାନ ହେବେ ।

·    ଯଦି ଆପଣ ନବରାତ୍ରି ଦିନ ମାତା ରାଣୀଙ୍କର କୃପା ପାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ନିଜ ଘରକୁ ପଦ୍ମ ଫୁଲ ନେଇ ଆସନ୍ତୁ, ପଦ୍ମ ଫୁଲ ମାତା ଲକ୍ଷ୍ମୀଙ୍କୁ ଅତି ପ୍ରିୟ ଅଟେ, ଯଦି ଆପଣ ଏହାକୁ ନିଜ ଘରକୁ ନେଇ ଆସୁଛନ୍ତି ତେବେ ଘର ପରିବାରରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଯିବ । ଏହା ଛଡା ନବରାତ୍ରିରେ ମହାଲକ୍ଷ୍ମୀଙ୍କର ଏମିତି ଏକ ଫଟୋ ଆଣନ୍ତୁ ଯେଉଁଥିରେ ମାତା ଲକ୍ଷ୍ମୀ ପଦ୍ମ ଫୁଲ ଉପରେ ବିରାଜମାନ ଥିବେ ଓ ଏହାକୁ ସବୁଦିନ ପୂଜା କରିବା ଦ୍ଵାରା ଆପଣ ଲାଭବାନ ହେବେ ।

·    ଯଦି ଆପଣ କୌଣସି ବି ଧନ ସମ୍ବନ୍ଧିତ କାର୍ଯ୍ୟ କରୁଛନ୍ତି ଓ ସେଥିରେ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ନବରାତ୍ରିର ଯେକୌଣସି ଏକ ଦିନରେ ଆପଣ ଏକ ହଳଦିଆ କଉଡି ଘରକୁ ନେଇ ଆସନ୍ତୁ ଓ ଲକ୍ଷ୍ମୀଙ୍କ ପୂଜାରେ ଏହାକୁ ରଖି ଦିଅନ୍ତୁ । ପୂଜା କରିବା ପରେ ଆପଣ ଏହାକୁ ଏକ ନାଲି କପଡାରେ ବାନ୍ଧି ନିଜ ତିଜୋରୀରେ ରଖି ଦିଅନ୍ତୁ । ଏହା ଦ୍ଵାରା ଧନ ସମ୍ବନ୍ଧିତ କାର୍ଯ୍ୟରେ ଆସୁଥିବା ବାଧା ଦୂର ହୋଇଯିବ ।

·    ଯଦି ଆପଣ ଚାହୁଞ୍ଚନ୍ତି କି ଆପଣଙ୍କ ଜୀବନରୁ ନିର୍ଧନତା ଦୂର ହୋଇଯାଉ ଓ ମାତା ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ସବୁବେଳେ ଆପଣଙ୍କ ଉପରେ ରହିଥାଉ ତେବେ ଏହି ସ୍ଥିତିରେ ନବରାତ୍ରି ଦିନ ସୁନା କିମ୍ବା ଚାନ୍ଦିର ମୁଦ୍ରା ଘରକୁ ନିଶ୍ଚିତ ନେଇ ଆସନ୍ତୁ । ଏହି ମୁଦ୍ରାକୁ ଆପଣ ବିଧି ବିଧାନ ଅନୁସାରେ ପୂଜା କରି ନିଜ ଘରେ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ନିର୍ଧନତା ଦୂର ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button