ସ୍ୱାସ୍ଥ୍ୟ

ଫୁସ୍‌ଫୁସ୍‌ କର୍କଟରୁ ବର୍ତ୍ତିବାକୁ ଡାଏଟ୍‌ରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

ବର୍ତ୍ତମାନ ପରିବେଶରେ ଯେଉଁ ପରିମାଣରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି, ଧୂମପାନ କରୁନଥିବା ବ୍ୟକ୍ତିଠାରେ ମଧ୍ୟ ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ରୋଗ ଦେଖାଦେଉଛି। ଅଧିକ ଗମ୍ଭୀର ହେଲେ ଏହି ରୋଗ କର୍କଟର ରୂପଧାରଣ କରୁଛି। ଯେଉଁଥିରେ ପୀଡ଼ିତ ହୋଇ ଜଣେ ସୁସ୍ଥ ଲୋକକୁ ମଧ୍ୟ ଖୁବ୍‌ କମ୍‌ ଦିନ ମଧ୍ୟରେ ପ୍ରାଣ ହରାଇବାକୁ ପଡ଼ୁଛି। ପ୍ରଦୂଷଣରୁ ମୁକ୍ତି ପାଇଁ ଆପଣ ନିଜ ଲାଇଫ୍‌ଷ୍ଟାଇଲ୍‌ରେ କେତେକ ପରିବର୍ତ୍ତନ କରିବା ଜରୁରୀ। ଖାସ୍‌ କରି ଡାଏଟ୍‌ରେ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଆସନ୍ତୁ ଜାଣିବା ଫୁସ୍‌ଫୁସ୍‌ କର୍କଟରୁ ବର୍ତ୍ତିବାକୁ ଭୋଜନରେ କେଉଁ ଖାଦ୍ୟପଦାର୍ଥ ଗ୍ରହଣ କରିବେ…

ବ୍ରୋକଲି:

 

ଇମ୍ୟୁନିଟି ସିଷ୍ଟମ୍‌କୁ ପରିଷ୍କାର କି ହାନିକାରକ ବ୍ୟାକ୍ଟେରିଆକୁ ଶରୀରରୁ ନିଷ୍କାସିତ କରିବାରେ ବ୍ରୋକଲି ସାହାଯ୍ୟ କରେ। ଏଣୁ ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଡାଏଟ୍‌ରେ ବ୍ରୋକଲି ନିହାତି ଗ୍ରହଣ କରନ୍ତୁ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀର ପାଇଁ ଉପଯୋଗୀ ହୋଇଥାଏ।

ଗାଜର:

ଶୀତ ଦିନ ଆସିଗଲାଣି। ଏହି ଋତୁରେ ଯଦି ଆପଣ ପ୍ରଚୁର ପରିମାଣରେ ଗାଜର ସେବନ କରିବେ ତେବେ ପ୍ରଦୂଷଣରୁ ମୁକ୍ତି ପାଇପାରିବେ। ଗାଜର ଖାଇବା ଦ୍ୱାରା ଫୁସ୍‌ଫୁସ୍‌ କ୍ୟାନ୍‌ସର ହେବା ଆଶଙ୍କା ମଧ୍ୟ ଦୂର ହୋଇଥାଏ। ଗାଜରରେ ଭିଟାମିନ୍‌ ସି, ବିଟା କେରୋଟିନ୍‌, ଆଲ୍‌ଫା କେରୋଟିନ୍‌ ଓ ଲାଇକୋପିନ୍‌ ସମେତ ଅନେକ ଆଣ୍ଟି ଅକ୍ସିଡେଣ୍ଟ ରହିଛି, ଯାହା ଶରୀରକୁ ପରିଷ୍କାର କରିବାରେ ସାହାଯ୍ୟ କରେ।

ଟମାଟୋ:

ଗାଜର ଭଳି ଟମାଟୋରେ ମଧ୍ୟ ଲାଇକୋପିନ୍‌ ରହିଛି। ଏହି ପୋଷକ ତତ୍ତ୍ୱ ଶରୀରରେ କ୍ୟାନ୍‌ସର ଆଶଙ୍କାକୁ ଦୂର କରିଥାଏ। ଲାଇକୋପିନ୍‌ରେ ଆଣ୍ଟି ଇନ୍‌ଫ୍ଲେମେଟ୍ରି ତତ୍ତ୍ୱ ରହିଛି। ଏହା ଫୁସ୍‌ଫୁସ୍‌ କ୍ୟାନସରର କାରକକୁ ନାଶ କରିଥାଏ।

ହଳଦୀ:

ହଳଦୀ କେବଳ ଏକ ମସଲା ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ହଳଦୀରେ ଥିବା କକ୍ୟୁମିନ୍‌ ଫୁସ୍‌ଫୁସ୍‌ କର୍କଟର ସେଲସକୁ ବ୍ୟାପିବାକୁ ଦେଇନଥାଏ।

ଗ୍ରୀନ୍‌ ଟି:

ଗ୍ରୀନ୍‌ ଟି ମଧ୍ୟ ଶରୀରକୁ ଇମ୍ୟୁନିଟି ଯୋଗାଇଥାଏ। ପ୍ରତିଦିନ ଗ୍ରୀନ୍‌ ଟି ପିଇବା ଦ୍ୱାରା ଫୁସ୍‌ଫୁସ୍‌ କ୍ୟାନସର ହେବା ଆଶଙ୍କା ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button