ସ୍ୱାସ୍ଥ୍ୟ

ସାଇନସ୍‌ ସମସ୍ୟା ଭୋଗୁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପଚାର, ଶୀଘ୍ର ମିଳିବ ଆରାମ

ଋତୁ ପରିବର୍ତ୍ତନ ହେବା ସହ ଲୋକଙ୍କଠାରେ ଥଣ୍ଡା, ଜର, କାଶ, ସର୍ଦ୍ଦି, କଫ, ଇନ୍‌ଫେକ୍ସନ୍‌ ଓ ସାଇନସ୍‌ ଆଦି ସମସ୍ୟା ଦେଖିବାକୁ ମିଳିଥାଏ। ମୁଣ୍ଡ ବିନ୍ଧା, ନାକରୁ ପାଣି ବୋହିବା ଓ ମୁହଁ ଫୁଲିବା ଆଦି ସାଇନସ୍‌ର ପ୍ରମୁଖ ଲକ୍ଷଣ। ଖୁବ୍‌ କମ୍‌ ଲୋକଙ୍କ ସାଇନସ୍‌ ସମସ୍ୟା ଗମ୍ଭୀର ହୋଇଯାଏ। ଅଧିକାଂଶ ଲୋକ ସାଇନସ୍‌ ସମସ୍ୟାରୁ ମୁକ୍ତି ପାଇଁ ଆଣ୍ଟିବାୟୋଟିକ୍‌ ନେଇଥାନ୍ତି। କିନ୍ତୁ ଅଧିକ ଆଣ୍ଟିବାୟୋଟିକ୍‌ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। କେତେକ ଘରୋଇ ଉପାୟରେ ମଧ୍ୟ ଆପଣ ଚାହିଁଲେ ସାଇନସ୍‌ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ସାଇନସାଇଟିସ୍‌ରୁ ମୁକ୍ତି ପାଇବା ଘରୋଇ ଉପାୟ…

ବାମ୍ଫ ନିଅନ୍ତୁ:

ସାଇନସାଇଟିସ୍‌ ପାଇଁ ଯଦି ନାକରୁ ପାଣି ଗଳୁଛି ତେବେ ବାମ୍ଫ ନେବା ଲାଭଦାୟକ ହୋଇଥାଏ। ଏକ ପାତ୍ରରେ ଗରମ ପାଣି ନେଇ ସେଥିରେ ମୁହଁ ଦେଖାଇ ମୁଣ୍ଡକୁ ଗାମୁଛାରେ ଘୋଡ଼ାଇଦିଅନ୍ତୁ। ଯେମିତି ବାମ୍ଫ ନାକ ଭିତରକୁ ପ୍ରବେଶ କରିବ। ଏହାଦ୍ୱାରା ସହଜରେ ନାକ ଖୋଲିଯିବ ଓ ଆରାମ ମିଳିବ।

ଗରମ ଗାମୁଛାରେ ମୁହଁକୁ ଘୋଡ଼ାନ୍ତୁ:

ସାଇନସ୍‌ ଯୋଗୁ ନାକ ବନ୍ଦ ହୋଇଯାଏ ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୁଏ ଓ ମୁଣ୍ଡ ଭାରି ଭାରି ଲାଗେ। ଏଭଳି ସ୍ଥିତିରେ ଗରମ ପାଣିରେ ଗାମୁଛାକୁ ବୁଡ଼ାଇ ତାହାକୁ ମୁହଁ ଉପରେ ରଖନ୍ତୁ। ଆରାମ ଲାଗିବ।

ଗରମ ତରଳ ଖାଦ୍ୟ ପିଅନ୍ତୁ:

ସାଇନସ୍‌ ରୋଗୀ ସବୁବେଳେ ଗରମ ଖାଦ୍ୟ ଖାଇବା ଉଚିତ। ନାକରୁ ଅଧିକ ପାଣି ବୋହୁଥିଲେ ଗରମ ତରଳ ପଦାର୍ଥ ପିଅନ୍ତୁ। ସାଇନସ୍‌ ରୋଗୀ ଆଦୌ ଆଲକହଲ ପିଅନ୍ତୁ ନାହିଁ।

ପର୍ଯ୍ୟାପ୍ତ ଆରାମ କରନ୍ତୁ:

ସାଇନସ୍‌ ସମସ୍ୟା ଥିଲେ ଯେତେ ପାରୁଛନ୍ତି ସେତେ ଆରାମ କରନ୍ତୁ। ଲଗାତାର ଅଧିକ ସମୟ ଧରି ବସି ରହି କାମ କରିବା ଦ୍ୱାରା ମୁଣ୍ଡବିନ୍ଧା ଅଧିକ ବଢ଼ିଯିବ। ଗାଢ଼ ନିଦରେ ଶୋଇବା ଦ୍ୱାରା ମଧ୍ୟ ଏହି ସମୟରେ ଆରାମ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button