ସ୍ୱାସ୍ଥ୍ୟ

ଶରୀର ପାଇଁ କ୍ଷତିକାରକ ଏୟାରଫ୍ରେସନର, ଜାଣନ୍ତୁ ଏହା କିପରି ପହଞ୍ଚାଏ କ୍ଷତି

ଘରୁ ହେଉ ଅବା କାରରୁ ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣମାନେ ଏୟାର ଫ୍ରେସନର ବ୍ୟବହାର କରିଥାଉ। ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ସୁଗନ୍ଧଯୁକ୍ତ ଏୟାର ଫ୍ରେସନର ଆମ ନାକକୁ ଭଲ ସୁଗନ୍ଧ ହେଉଥିବା ବେଳେ ଶରୀର ପାଇଁ କିନ୍ତୁ ହାନିକାରକ। ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏହାକୁ ଆମେ ନିଶ୍ୱାସ ପ୍ରଶ୍ୱାସରେ ନେବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଉ। ଆପଣମାନେ ହୁଏତ ଜାଣିନଥିବେ ଯେ, ଏୟାରଫ୍ରେସନର ଯୋଗୁଁ ଆପଣଙ୍କ ଶରୀର କ’ଣ କ୍ଷତି ସହୁଛି।

home

ଏୟାରଫ୍ରେସନରରେ ଥିବା ଫାର୍ମଲାଡେହାଇଡ ଯୋଗୁଁ ଆଖିରେ ଜ୍ୱଳନ, ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେବା, ମନ ବିଚଳିତ ହେବା ତଥା ଆଜ୍‌ମା ଭଳି ରୋଗ ହେବାର ବିପଦ ରହିଥାଏ।

ପେଟ୍ରୋଲିୟମ ଡିଷ୍ଟିଲିଟ ପେଟ୍ରୋ କେମିକାଲର ନିର୍ମାଣ ଯୋଗୁଁ ଫୁସଫୁସଜନିତ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ।

 

 

ଏଥିରେ ଥିବା ଏରୋସୋଲ ପୃଥିବୀର ଓଜୋନସ୍ତର ସହ ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ। ଯେଉଁଥିପାଇଁ କ୍ୟାନସର ଏବଂ ନିଶ୍ୱାସ ସମ୍ବନ୍ଧୀୟ ରୋଗ ସମସ୍ୟା ଦେଖାଯାଏ।

ଏହା ତ୍ୱଚାକୁ କ୍ଷତି ପହଞ୍ଚାଇବା ସହ ଯକୃତ ଉପରେ ପ୍ରଭାବ ପକାଏ। ଏହାସହ ଭୋକ ନ ହେବା, ରକ୍ତରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button