ମନୋରଞ୍ଜନ

ପ୍ରେମ କରୁଛନ୍ତି କିନ୍ତୁ କହିବାକୁ ସାହସ କରିପାରୁନାହାନ୍ତି କି! ଏହି ଟିପ୍ସ ଆପଣାଇ କୁହନ୍ତୁ ନିଜ ମନ କଥା

କୌଣସି ପୁରୁଷ ବା ମହିଳାଙ୍କ ମନ ଜିତିବା ଏତେଟା ସହଜ ନୁହେଁ। ପୂର୍ବରୁ ଝିଅଙ୍କ ହୃଦୟ ଜିତିବା ପାଇଁ ପୁଅମାନେ ବିଭିନ୍ନ ଉପାୟ ଆପଣାଉଥିବା ବେଳେ ଏବେ ଯୁଗ ସହ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି। ଏବେ ଝିଅମାନେ ମଧ୍ୟ ପୁଅଙ୍କୁ ଇମ୍ପ୍ରେସ୍‌ କରିବାକୁ ବିଭିନ୍ନ କାମ କରୁଥିବା ଦେଖାଯାଇଛି। ତଥାପି କିଛି ପୁଅ ଝିଅ ଏମିତି ବି ଅଛନ୍ତି ଯେଉଁମାନେ ମନେ ମନେ କାହାକୁ ପସନ୍ଦ କରୁଥିଲେ ବି ମୁହଁ ଖୋଲି ନିଜ ଭାବନାକୁ ପରିପ୍ରକାଶ କରିପାରନ୍ତି ନାହିଁ। ଫଳରେ ତାଙ୍କ ପ୍ରେମ ସବୁବେଳେ ପାଇଁ ମନରେ ହିଁ ରହିଯାଏ। ଆପଣ ବି ଯଦି ସେଭଳି ଲାଜକୁଳା ସ୍ୱଭାବର ହୋଇଥାନ୍ତି ତେବେ ଆଜି ଆସନ୍ତୁ ଜାଣିବା ନିଜ ପସନ୍ଦର ବ୍ୟକ୍ତିଙ୍କୁ କେମିତି କରିବେ ଇମ୍ପ୍ରେସ୍‌…

Happy Propose Day 2020| Happy Propose Day 2020 wishes, images and ...

-ସବୁ ଲୋକଙ୍କ ଇଚ୍ଛା ଥାଏ ତାଙ୍କ ପାର୍ଟନର ତାଙ୍କ କଥା ଶୁଣୁ। ସମସ୍ତେ ଏଭଳି ଏକ ଲୋକଙ୍କୁ ନିଜ ଜୀବନସାଥୀ ଭାବେ ଚାହିଁଥାନ୍ତି ଯିଏ ତାଙ୍କର ପ୍ରତିଟି କଥାକୁ ବିନା ଦ୍ୱିଧାରେ ଶୁଣୁଥିବ। ଏଣୁ ଯାହାକୁ ଇମ୍ପ୍ରେସ୍‌ କରିବାକୁ ଚାହୁଁଛନ୍ତି ପ୍ରଥମେ ତାଙ୍କ କଥା ଶୁଣିବାକୁ ଧୈର୍ଯ୍ୟ ରଖନ୍ତୁ। ଏହା ଦ୍ୱାରା ପାର୍ଟନରଙ୍କୁ ବି ଲାଗିବ ଯେ ଆପଣ ତାଙ୍କୁ ଇମ୍ପୋଟାନ୍ସ ଦେଉଛନ୍ତି।

Propose Day 2019: Date, importance and why you need to celebrate ...

-ପସନ୍ଦ କରୁଥିବା ବ୍ୟକ୍ତିଙ୍କ ସାମ୍ନାରେ କଥା ବାର୍ତ୍ତା କରିବା ବେଳେ ଭାବିଚିନ୍ତି ମୁହଁ ଖୋଲନ୍ତୁ। ନଚେତ୍‌ ଆପଣଙ୍କର ଗୋଟିଏ ଖାମଖିଆଲ କଥା ସମସ୍ତ ଯୋଜନାକୁ ଭଣ୍ଡୁର କରିଦେଇପାରେ। ସବୁବେଳେ ସଂଯମତା ରକ୍ଷା କରି କଥାବାର୍ତ୍ତା କରନ୍ତୁ।

Happy Propose Day 2020: Wishes, Messages, Quotes, Images, Facebook ...

-ଆପଣ ଯଦି ଜଣେ ଝିଅର ହୃଦୟ ଜିତିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସବୁବେଳେ ଜଣାନ୍ତୁ ଯେ ସେ ଆପଣଙ୍କ ନିକଟରେ ସୁରକ୍ଷିତ। ଆପଣ ସବୁ ପରିସ୍ଥିତିରେ ତାଙ୍କ ସାଙ୍ଗରେ ଠିଆ ହେବେ। ଅନ୍ୟପଟେ ଯଦି ଆପଣ ଜଣେ ପୁଅର ମନ ଜିତିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ବୁଝାନ୍ତୁ ଯେ ଯେକୌଣସି ପରିସ୍ଥିତିରେ ବି ଆପଣ ତାଙ୍କ ହାତ ଛାଡ଼ିଯିବେ ନାହିଁ। ଏହା ଦ୍ୱାରା ସେ ଆପଣଙ୍କ ପ୍ରତି ଅଧିକ ଆକର୍ଷିତ ହେବେ।

6 Ways to Propose While Still Social Distancing | Houstonia Magazine

-ଯାହାକୁ ବି ଇମ୍ପ୍ରେସ୍‌ କରିବାକୁ ଚାହୁଁଛନ୍ତି ତାଙ୍କ ସହ କଥାବାର୍ତ୍ତା କରିବା ବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ଭଲ ଭାବେ ପରଖିନିଅନ୍ତୁ। କାରଣ ଝିଅମାନେ ସାଧାରଣତଃ ଜନଗହଳିପୂର୍ଣ୍ଣ ସ୍ଥାନରେ ପୁଅଙ୍କୁ ଭେଟିବାକୁ ପସନ୍ଦ କରିନଥାନ୍ତି। ସେମାନଙ୍କୁ ଏକାନ୍ତ ପସନ୍ଦ। ସେମାନେ ନିଜ ମନ କଥା ଭାବିଚିନ୍ତି ଏକୁଟିଆରେ କହିବାକୁ ଭଲ ପାଆନ୍ତି। ଏଭଳି ସ୍ଥିତିରେ ଆପଣ ନିଜ ସାଥୀଙ୍କ ପସନ୍ଦ ମୁତାବକ ସ୍ଥାନରେ ତାଙ୍କ ସହ ଖୋଲାଖୋଲି କଥା ହୋଇପାରିବେ।

 

-କୁହାଯାଏ ଯେ ଯଦି ଝିଅଟିଏ ଆପଣଙ୍କ କଥାରେ ହସୁଛି ତେବେ ଜାଣିବେ ଯେ ସେ ଆପଣଙ୍କୁ ପସନ୍ଦ କରୁଛି। ଆପଣ ଏହି ଟ୍ରିକ୍‌କୁ ନିଜ ପ୍ରେମିକା ପାଇଁ ମଧ୍ୟ ଲାଗୁ କରିପାରିବେ। ଯେବେ ବି ପ୍ରେମିକାଙ୍କୁ ଦେଖାହେଉଛନ୍ତି ସବୁବେଳେ ତାଙ୍କୁ କିଛି ଏମିତି କଥା କୁହନ୍ତୁ ଯେମିତି ସେ ହସିବେ। ଝିଅମାନେ ଏଭଳି ପୁଅଙ୍କୁ ବହୁତ ପସନ୍ଦ କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button