ନୀତି

ଘରେ ପିତୃପୁରୁଷଙ୍କ ଫଟୋ ଲଗାଇବା ପୂର୍ବରୁ ଜାଣି ରଖନ୍ତୁ ଏହି ୪ଟି କଥା, ନଚେତ ଭୋଗିବାକୁ ପଡ଼ିବ ଭୟଙ୍କର ପରିଣାମ !

ସବୁବେଳେ ଆମେ ଆମ ଘରେ ପୂର୍ବପୁରୁଷଙ୍କ ଫଟୋଚିତ୍ର ଲଗାଇ ରଖିଥାଉ। ବିଶ୍ୱାସ କରାଯାଏ ଯେ ପୂର୍ବପୁରୁଷଙ୍କ ମୃତ୍ୟୁ ପରେ ସେମାନଙ୍କ ଫଟୋ ଘରେ ରଖିଲେ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ପିତୃପୁରୁଷଙ୍କ ଫଟୋଚିତ୍ର ଲଗାଇବା ପୂର୍ବରୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼େ। ଏମିତି ନ କରିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖାଦିଏ। ଯଦି ଆପଣମାନେ ନିଜ ଘରେ ପିତୃପୁରୁଷଙ୍କ ଫଟୋଚିତ୍ର ଲଗାଇବାକୁ ଚାହୁଁଛନ୍ତି, ତେବେ ଏହି ୪ଟି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

i

୧. ବାସ୍ତୁଶାସ୍ତ୍ର ଅନୁସାରେ କେବେ ମଧ୍ୟ ପିତୃପୁରୁଷଙ୍କ ଫଟୋଚିତ୍ରକୁ ଝୁଲେଇ ଲଗାଇବା ଉଚିତ ନୁହେଁ। ସବୁବେଳେ କୌଣସି କାଠ ଷ୍ଟାଣ୍ଡ ଉପରେ ତାହାକୁ ରଖିବା ଉଚିତ। ଫଟୋଚିତ୍ରକୁ ଝୁଲେଇବା ଶୁଭ ନୁହେଁ ବୋଲି କୁହାଯାଏ।

୨. ଘରେ ଫଟୋଚିତ୍ରକୁ ଏମିତି ଜାଗାରେ ରଖିବା ଉଚିତ, ଯେପରି ସମସ୍ତଙ୍କ ନଜର ପ୍ରଥମେ ତା’ ଉପରେ ନ ପଡ଼ିବ। ବାସ୍ତୁ ଅନୁସାରେ, ମୃତ ବ୍ୟକ୍ତିଙ୍କ ଫଟୋ ଉପରେ ବାହାର ଲୋକଙ୍କ ନଜର ପଡ଼ିଲେ ନକାରାତ୍ମକ ଶକ୍ତି ଘର ଭିତରକୁ ଆସିଥାଏ।

୩. କୁହାଯାଏ କି, ଘରେ ପିତୃପୁରୁଷଙ୍କ ଫଟୋ ଅଧିକ ଲଗାଇବା ଉଚିତ ନୁହେଁ।

44

୪. କିଛି ଜାଗାରେ ଦେଖିବାକୁ ମିଳେ ଲୋକେ ନିଜ ପିତୃପୁରୁଷଙ୍କ ଫଟୋକୁ ଠାକୁର ଘରେ ରଖି ପୂଜା କରନ୍ତି। ଶାସ୍ତ୍ରରେ ପିତୃପୁରୁଷଙ୍କୁ ଉଚ୍ଚ ସମ୍ମାନରେ ବସାଯାଇଛି, କିନ୍ତୁ ଦେବତା ଏବଂ ପିତୃପୁରୁଷଙ୍କ ସ୍ଥାନ ଅଲଗା ଅଲଗା ରଖାଯାଇଛି। କୁହାଯାଏ, ଠାକୁର ଘରେ ପିତୃପୁରୁଷଙ୍କ ଫଟୋଚିତ୍ର ଲଗାଇଲେ ଘରେ ବାଧାବିଘ୍ନ ଓ ଅସନ୍ତୋଷ ସୃଷ୍ଟି ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button