ରାଶିଫଳ

ଏହି 3 ଟି ରାଶି ଉପରେ ଥାଏ ଶନିଦେବଙ୍କର ବିଶେଷ କୃପା, ଦିନେ ନା ଦିନେ ହେଇଥାନ୍ତି କୋଟିପତି, ଜଲ୍ଦି ଦେଖନ୍ତୁ, ଏହା ଆପଣଙ୍କ ରାଶି ନୁହେଁ ତ ?

ଜ୍ୟୋତିଷ ଅନୁସାରେ ଯଦି କୌଣସି ଜାତକଙ୍କ କୁଣ୍ଡଳୀରେ ଶନି ଦୁର୍ବଳ ଥାଆନ୍ତି, ତେବେ ସେହି ଜାତକକୁ କାର୍ଯ୍ୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମାତ୍ର ଶନି ମଜବୁତ ଥିଲେ ତାହା ବ୍ୟକ୍ତିଙ୍କୁ ରଙ୍କରୁ ରାଜା ମଧ୍ୟ ବନାଇ ଦିଏ ।

ଶନି ନ୍ୟାୟର ଦେବତା ହୋଇଥିବାରୁ ସମସ୍ତେ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ କରନ୍ତି। ମାତ୍ର କିଛି ବିଶେଷ ରାଶି ଉପରେ ଶନି ଦେବଙ୍କ ଆଶୀର୍ବାଦ ସର୍ବଦା ରହିଥାଏ। ତେବେ ଚାଲନ୍ତୁ ଜାଣିବା ସେହି ରାଶି ଗୁଡ଼ିକ କଣ। ତୁଳା ରାଶି- ଜ୍ୟୋତିଷ ଅନୁସାରେ ତୁଳା ରାଶି ଶନି ଦେବଙ୍କର ସବୁ ଠାରୁ ପ୍ରିୟ ରାଶି ବୋଲି କୁହାଯାଏ। କୁହାଯାଏ କି ଏହି ରାଶିର ଜାତକ ବହୁତ ବିଶ୍ଵସ୍ତ ହୋଇଥାନ୍ତି।

ଏମାନଙ୍କ ଉପରେ ଶନି ଦେବଙ୍କ ବିଶେଷ କୃପା ରହିଥିବାରୁ ଏମାନେ ଜୀବନରେ ନିଜ ପରିଶ୍ରମ ବଳରେ ବଡ଼ ଓ ଭଲ ଲକ୍ଷ୍ୟ ହାସଲ କରି ପାରନ୍ତି। ଏହି ରାଶି ଲୋକମାନେ ସହଜରେ କୌଣସି କାର୍ଯ୍ୟରେ ହାର ମାନନ୍ତି ନାହିଁ। ଏମାନେ ସଫଳ ହେବା ଯାଏ ବାରମ୍ବାର ପ୍ରୟାସ କରନ୍ତି ଓ ଶେଷରେ ସଫଳ ହୋଇଥାନ୍ତି।

ଏମାନଙ୍କ ଠାରେ ବହୁତ ଧୈର୍ଯ୍ୟ ଶକ୍ତି ଥାଏ। ସମସ୍ତ ପରିସ୍ଥିତିକୁ ଶାନ୍ତ ମନରେ ସକାରାତ୍ମକ ଦୃଷ୍ଟିକୋଣ ରୁ ଏମାନେ ବିଚାର କରନ୍ତି ଓ ପରିସ୍ଥିତି ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟ ହରା ହୁଅନ୍ତି ନାହିଁ। ଶେଷରେ ଏମାନେ ନିଜ କଠିନ ପରିଶ୍ରମ ବଳରେ ନିଜ ଲକ୍ଷ୍ୟକୁ ହାସଲ କରି ନିଅନ୍ତି।

କୁମ୍ଭ ରାଶି

ଜ୍ୟୋତିଷ ଅନୁସାରେ ଶନି ଦେବ ନିଜେ କୁମ୍ଭ ରାଶି ର ସ୍ବାମୀ ଅଟନ୍ତି। ଏହି କାରଣରୁ ଏହି ରାଶିର ଜାତକ ଉପରେ ମଧ୍ୟ ଶନି ଦେବଙ୍କ କୃପା ଦୃଷ୍ଟି ସର୍ବଦା ରହିଥାଏ। ଏହି ଜାତକ ର ଲୋକମାନେ ସ୍ୱଭାବରେ ଅତ୍ୟନ୍ତ ସରଳ ଓ ଶାନ୍ତ ହୋଇଥାନ୍ତି। ଏମାନେ ନିଜ କାର୍ଯ୍ୟ ଓ ପ୍ରିୟଜନଙ୍କ ପ୍ରତି ସର୍ବଦା ବିଶ୍ଵସ୍ତ ରୁହନ୍ତି। ଏମାନେ ଖୁବ୍ କଠିନ ପରିଶ୍ରମ କରୁଥିବା ଲୋକ ଅଟନ୍ତି। କୁମ୍ଭ ରାଶି ଲୋକ ମାନେ ଅତ୍ୟନ୍ତ ଆତ୍ମବିଶ୍ବାସୀ ହୋଇଥାନ୍ତି। ଏମାନଙ୍କ ଭିତରେ ଭରପୁର ସୃଜନଶୀଳତା ରହିଥାଏ।

ଯେକୌଣସି କଳା ପ୍ରତି ଏମାନେ ଆକୃଷ୍ଟ ହୋଇଥାନ୍ତି ଓ ବିଭିନ୍ନ ପ୍ରକାର କଳାରେ ରୁଚି ମଧ୍ୟ ରଖନ୍ତି। ଏମାନଙ୍କ ଉପରେ ଶନି ଦେବଙ୍କ ବିଶେଷ କୃପା ରହିଥିବାରୁ ଏମାନେ ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରନ୍ତି ଓ ନିଜ କ୍ୟାରିଅର ରେ ନୂତନ ଉଚ୍ଚତାକୁ ଛୁଇଁ ପାରନ୍ତି। ତେବେ ଏହି ଲୋକମାନଙ୍କୁ ସର୍ବଦା ଶନି ଦେବଙ୍କ ଉପାସନା କରିବା ଆବଶ୍ୟକ ରହିଛି।

ମକର ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିର ସ୍ବାମୀ ଗ୍ରହ ମଧ୍ୟ ସ୍ଵୟଂ ଶନି ଦେବ ଅଟନ୍ତି। ଏହି ରାଶି ଜାତକ ମାନଙ୍କ ଉପରେ ମଧ୍ୟ ଶନି ଦେବ ବିଶେଷ କୃପା ଦୃଷ୍ଟି ରଖିଥାନ୍ତି। ଯାହା ଦ୍ଵାରା ଏମାନେ କଠିନ ପରିଶ୍ରମ ଓ ଚେଷ୍ଟା ବଳରେ ଜୀବନରେ ଅନେକ ଆଗକୁ ବଢ଼ି ଚାଲନ୍ତି। ଶନି ଦେବଙ୍କ କୃପାରୁ ଏମାନଙ୍କୁ ସର୍ବ ପ୍ରକାର ସୁଖ ସୁବିଧା ପ୍ରାପ୍ତ ହୋଇଥାଏ ଓ ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ମଧ୍ୟ ସଫଳ ହୋଇଥାନ୍ତି।

ଏମାନେ ପରିବାରରେ ମଧ୍ୟ ସମସ୍ତ ସଦସ୍ୟଙ୍କ ପ୍ରିୟ ପାତ୍ର ହୋଇଥାନ୍ତି ଓ ଯେଉଁ ଆଡ଼େ ଯାଆନ୍ତି ନିଜର ପ୍ରତିଷ୍ଠା ସ୍ଥାପନ କରିବାରେ ଏମାନଙ୍କୁ କେହି ରୋକି ପାରେ ନାହିଁ। ପ୍ରେମ ଓ ବୈବାହିକ ଜୀବନରେ ମଧ୍ୟ ଏମାନେ ସାଥିଙ୍କୁ ଖୁବ୍ ଖୁସି ରେ ରଖନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button