ସ୍ୱାସ୍ଥ୍ୟ

ଏହି ୫ଟି ରୋଗକୁ ତୁରନ୍ତ ମାତ୍‌ ଦେଇଥାଏ ତୁଳସୀ, ଏମିତି କରନ୍ତୁ ସେବନ

ଅନେକ ଔଷଧୀୟ ଗୁଣରେ ଭରପୂର ତୁଳସୀ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ। ସୁଖ-ଶାନ୍ତିର ପ୍ରତୀକ ତୁଳସୀର ସେବନ କେବଳ ଯେ ଆପଣଙ୍କ ଥଣ୍ଡା-କାଶ ନୁହେଁ ବରଂ ଅନେକ ରୋଗରୁ ଦୂରେଇ ରଖିଥାଏ। ଜେଜେମା-ଆଇମାଙ୍କ ଦ୍ୱାରା କୁହାଯାଇଥିବା ଅନେକ ଉପାୟ ଆଜି ମଧ୍ୟ ବ୍ୟବହାର କରାଯାଉଛି। ଏମିତିରେ ଆଜି ଆମେ ଆପଣଙ୍କୁ ତୁଳସୀର ସେହି ଫାଇଦା ବିଷୟରେ ଜଣାଇବୁ ଯାହାଦ୍ୱାରା ବଡ ବଡ ରୋଗକୁ ମାତ୍‌ ଦେବାରେ ସାହାଯ୍ୟ ମିଳିଥାଏ।

ଶ୍ୱାସ ରୋଗ ପାଇଁ ଲାଭଦାୟକ

ଯଦି ଆପଣ ଶ୍ୱାସ ସମ୍ବଦ୍ଧୀୟ ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ କ୍ଷୀର ସହିତ ତୁଳସୀ ପତ୍ରକୁ ଫୁଟାଇ ପିଅନ୍ତୁ। ଏମିତି କରିବା ଦ୍ୱାରା ନିଶ୍ୱାସ ନେବାରେ କଷ୍ଟ ହେଉଥିବା ବ୍ୟକ୍ତି ଏବଂ ଦମା ରୋଗୀଙ୍କ ପାଇଁ ମଧ୍ୟ ବହୁତ ଫାଇଦା ଲାଭଦାୟକ ପ୍ରମାଣିତ ହୋଇଥାଏ।

swasaଷ୍ଟୋନ ସମସ୍ୟାକୁ କରିଥାଏ ଦୂର

ଯଦି କୌଣସି ବ୍ୟକ୍ତିଙ୍କୁ ଷ୍ଟୋନ ସମସ୍ୟା ରହିଥାଏ ତେବେ ସେମାନଙ୍କୁ ନିୟମିତ ରୂପରେ ଖାଲି ପେଟରେ କ୍ଷୀର ସହିତ ତୁଳସୀ ପତ୍ରକୁ ଫୁଟାଇ ପିଇବାକୁ ଦିଅନ୍ତୁ। ଏମିତି କଲେ କିଡନୀରେ ଷ୍ଟୋନ ସମସ୍ୟା ଏବଂ କଷ୍ଟ ଦୂର ହୋଇଯାଇଥାଏ।

ଚିନ୍ତା କମ୍‌ ହୋଇଥାଏ

ତୁଳସୀ ପତ୍ରରେ ହିଲିଂ ଗୁଣ ରହିଥାଏ। ଯଦି ଆପଣ ଚିନ୍ତା ଏବଂ ଡିପ୍ରେସନ ଭଳି ସମସ୍ୟାରେ ଜଡିତ ଅଛନ୍ତି ତେବେ କ୍ଷୀରେ ତୁଳସୀ ପତ୍ରକୁ ଫୁଟାଇ ପିଅନ୍ତୁୁ। ଏହି ଔଷଧକୁ ପିଇବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଏବଂ ଚିନ୍ତା ଦୂର ହୋଇଥାଏ।

herartହୃଦ ରୋଗ ପାଇଁ ରାମବାଣ

କ୍ଷୀରରେ ତୁଳସୀ ପତ୍ରକୁ ଫୁଟାଇ ଯଦି ଖାଲି ପେଟରେ ପିଆଯାଏ ତେବେ ହୃଦୟକୁ ବହୁତ ଫାଇଦା ମିଳିଥାଏ।

ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ

ତଳସୀ ପତ୍ରରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ ଯାହା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। କେବଳ ଏତିିକି ନୁହେଁ ଏହାର ଗୁଶ ଶରୀରରେ କ୍ୟାନସର ସୃଷ୍ଟି କରୁଥିବା କୋଶିକା ସହିତ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିଥାଏ ଏବଂ ତାହାକୁ ରକ୍ଷା ମଧ୍ୟ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button