ରାଶିଫଳ

ଏହି 3 ଟି ରାଶିର ଲୋକ ଚାନ୍ଦି ଠାରୁ ରୁହନ୍ତୁ ଦୂରେଇ, ଚାନ୍ଦିର ବ୍ୟବହାର ଆପଣଙ୍କୁ ପଡିପାରେ ମହଙ୍ଗା- Jyotish Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଚାନ୍ଦିକୁ ଶୁଭ ବୋଲି କୁହା ଯାଏ । ପୂଜାରେ ମଧ୍ୟ ଆମେ ଚାନ୍ଦିର ବାସନ ବ୍ୟବହାର କରୁ ଏହା ଶାସ୍ତ୍ର ଅନୁସାରେ ଶୁଭ ଅଟେ। ଚାନ୍ଦିର ମୁଦି ପିନ୍ଧିବା ଦ୍ଵାରା ଅନେକ ଶୁଭ ଫଳ ମିଳିଥାଏ। ଏହି ଧାତୁ ଚନ୍ଦ୍ରମା ସହ ମଧ୍ୟ ଜଡିତ ।  ଏହି ଧାତୁରେ ଶୁକ୍ର ଓ ଚନ୍ଦ୍ରମା ଉଭୟ ବିଦ୍ୟମାନ  ତେଣୁ କରି ଏହା ଏକ ପ୍ରକାର ଶୀତଳ ଧାତୁ ମଧ୍ୟ ଅଟେ । ଅଧିକ ରାଗୁ ଥିବା ବ୍ୟକ୍ତି କିମ୍ବା ଅଧିକ ଚିନ୍ତାଶୀଳ ଥିବା ବ୍ୟକ୍ତି ଏହାକୁ ଧାରଣ କଲେ ଶୁଭ ଫଳ ଲାଭ କରି ପାରିବ । ତାହାର ରାଗ ଶାନ୍ତ ହେବ ଓ ଚିନ୍ତରୁ ମୁକ୍ତି ମିଳି ପାରିବ । ଏହି ଧାତୁର ମୁଦି କୁ ଶୁକ୍ର ଓ ଚନ୍ଦ୍ରମା ଦୁର୍ବଳ ଥିବା ରାଶିର ବ୍ୟକ୍ତିମାନେ ଧାରଣ କଲେ ଶୁଭଫଳ ଲାଭ କରିପାରିବେ।

ଚାନ୍ଦିର ମୁଦିକୁ ସୋମବାର ଦିନ କ୍ଷୀରରେ ପକେଇ ରଖିବେ। ଚନ୍ଦ୍ରମାଙ୍କୁ ଧ୍ୟାନ କରି ପୂଜା ସାରିବା ପରେ ଏହାକୁ ଧାରଣ କରିବେ ମାତ୍ର ଥରେ ଧାରଣ କରିବା ପରେ ଖୋଲିବେ ନାହିଁ।  ଶାସ୍ତ୍ର ଅନୁସାରେ ତିନୋଟି ରାଶିର ଉପରେ ଏହାର ଖରାପ ପ୍ରଭାବ ପକେଇ ଥାଏ । ଆସନ୍ତୁ ଜାଣିବେ କାହା ପାଇଁ ଚାନ୍ଦି ଧାତୁ ଘାତକ ଅଟେ।

ମେଷ ରାଶି – ମେଷ ରାଶି ର ବ୍ୟକ୍ତି ମାନେ ଚାନ୍ଦିର ବ୍ୟବହାର କରିବା ଦ୍ଵାରା ସେମାନଙ୍କର ଅନେକ କ୍ଷତି ହୋଇଥାଏ। ସେମାନଙ୍କ ଜୀବନରୁ ଖୁସି, ସୁଖ ,ସମୃଦ୍ଧି,ପ୍ରତିଷ୍ଠା ଦୂରେଇ ଯାଏ । ତେଣୁ କରି ଯଦି ଆପଣ ମେଷ ରାଶି ର ବ୍ୟକ୍ତି ହୋଇଥାନ୍ତି ତେବେ କେବେ ବି ଚାନ୍ଦିର ବ୍ୟବହାର କରନ୍ତୁ ନହିଁ। ଏହାକୁ ନିଜ ଠାରୁ ଦୂରେଇ ରଖିବାରେ ହିଁ ଆପଣଙ୍କ ପାଇଁ ଶୁଭଫଳ ହେବ।

ସିଂହ ରାଶି –   ଏହି ରାଶିର ଲୋକ ମାନଙ୍କୁ ମଧ୍ୟ ନିଜକୁ ଚାନ୍ଦି ଠାରୁ ଦୂରେଇ ରଖିବା ଦରକାର । ଏହି ରାଶିର ଲୋକଙ୍କ ଉପରେ  ସୂର୍ଯ୍ୟଙ୍କ ପ୍ରଭାବ ଅଧିକ ଥିବାରୁ ଏମାନେ ଏହି ଧାତୁ ଗ୍ରହଣ କରିବା ଅନୁଚିତ । ସୂର୍ଯ୍ୟ ଗରମ ମାତ୍ର ଚାନ୍ଦ୍ରମା ଶୀତଳ ଅଟନ୍ତି। ତେଣୁକରି ସିଂହ ରାଶିର ବ୍ୟକ୍ତି ଏହି ଧାତୁ ଧାରଣ କରିବା ଠିକ ନୁହେଁ ।

ଏହାର ଧାରଣ ଦ୍ଵାରା ବିପରୀତ ଫଳ ପ୍ରାପ୍ତି ହୋଇଥାଏ। ପ୍ରତେକ କାର୍ଯ୍ୟରେ ପ୍ରତିକୂଳ ପରିସ୍ଥିତି ଜନ୍ମି ଥାଏ। ଏହି ଧାତୁ ଧାରଣ କରିବା ଦ୍ଵାରା ଶରୀର ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ। ଆର୍ଥିକ ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗେ। ତେଣୁ ଏହାର ଧ୍ୟାନ ରଖନ୍ତୁ କି ଏହି ରାଶିର  ବ୍ୟାକ୍ତିମାନେ ନିଜକୁ ଏହାଠାରୁ ଦୂରେଇ ରଖିବେ।

ଧନୁ ରାଶି – ଧନୁ ରାଶି ପାଇଁ ଚାନ୍ଦି ଅନେକ ଅଶୁଭ ଫଳ ପ୍ରଦାନ କରେ। ଆପଣ ଯଦି ଏହି ରାଶି ସହ ସମ୍ପର୍କରେ ବି ଥାନ୍ତି ତେବେ ବି ଚାନ୍ଦିକୁ ଦୂରେଇ ରଖନ୍ତୁ।ଏହି ରାଶିର ବ୍ୟକ୍ତି ଚାନ୍ଦି ବ୍ଯବହାର କରିବା ଦ୍ଵାରା ଜୀବନରେ ନିରାଶା ଓ ଦୁଃଖର ଆରମ୍ଭ ହୁଏ।  ଏହି ଭଳି ପରିସ୍ଥିତି ବି ଆସିପାରେ ବ୍ୟକ୍ତି କିଛି ଭୁଲ କାମରେ ନିଜକୁ ଲିପ୍ତ କରିପାରେ । ତେଣୁ କରି ଏହି ରାଶି ମାନଙ୍କ ଠାରୁ ଚାନ୍ଦିକୁ ଦୂରେଇ ରଖିବା ଉତ୍ତମ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button